ଶୀତଦିନେ କେଶରେ ରୂପି ସମସ୍ୟା ସାଧାରଣ ହୋଇଥାଏ । ଏହା କେବଳ ଆମ କେଶକୁ କ୍ଷତି ପହଞ୍ଚାଏ ନାହିଁ ବରଂ ଆମକୁ ଲଜ୍ଜିତ ମଧ୍ୟ କରିଥାଏ । ଏହାକୁ ଦୂର କରିବା ପାଇଁ କେମିକାଲ ଯୁକ୍ତ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିବା ପରିବର୍ତ୍ତେ ଆପଣ ଅନ୍ୟ କିଛି ପଦକ୍ଷେପ ମଧ୍ୟ ନେଇପାରିବେ । ତାହେଲେ ଆସନ୍ତୁ ଜାଣିବା କେଶକୁ ସୁରକ୍ଷିତ ରଖିବାର କିଛି ଟିପ୍ସ ।
ନଡିଆ ତେଲ
ନଡ଼ିଆ ତେଲ ରୂପି ପାଇଁ ଏକ ଉତ୍କୃଷ୍ଟ ପ୍ରତିକାର । ଗାଧୋଇବା ପୂର୍ବରୁ 4-5 ଚାମଚ ନଡ଼ିଆ ତେଲ କେଶ ମୂଳରେ ମସାଜ କରନ୍ତୁ ଏବଂ 1-2 ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ । ଆପଣ ଏହାକୁ ସାରାରାତି ରଖି ମଧ୍ୟ ଛାଡି ପାରିବେ । ଏହା ରୂପିରୁ ସୁରକ୍ଷା ପ୍ରଦାନ କରିଥାଏ ।
ଲୁଣ
ସାମ୍ପୁ କରିବା ପୂର୍ବରୁ ରୂପିକୁ ସଫା କରିବା ପାଇଁ ଲୁଣ ଅତ୍ୟନ୍ତ ପ୍ରଭାବଶାଳୀ । ତାଳୁରେ ଲୁଣ ରଖି ଏହାକୁ ହାତରେ ରଗଡି ରଗଡି ଘଷନ୍ତୁ ଯାହାକି ମୃତ ତ୍ୱଚାକୁ ବାହାରକୁ ଆଣିବାରେ ସାହାଯ୍ୟ କରିବ । ତେବେ ଏମିତି କିଛି ସମୟ ଘଷିବା ପରେ ସାମ୍ପୁ କରିଦିଅନ୍ତୁ ଏହାପରେ ଆପଣ ଦେଖିବେ ଯେ ରୂପି ବହୁମାତ୍ରାରେ ହ୍ରାସ ପାଉଛି । ଏମିତି କରିବା ଦ୍ୱାରା ଅନେକାଂଶରେ ରୂପି ଶେଷ ହୋଇଯାଇଥାଏ ।
ଲେମ୍ବୁ ରସ
ଦୁଇ ଚାମଚ ଲେମ୍ବୁ ରସକୁ କେଶ ମୂଳରେ ଘଷନ୍ତୁ ଏବଂ ଏହାକୁ ଭଲ ଭାବରେ ମାଲିସ୍ କରନ୍ତୁ । ତା’ପରେ ଗୋଟିଏ କପ୍ ପାଣିରେ ଗୋଟିଏ ଲେମ୍ବୁ ରସକୁ ମିଶାନ୍ତୁ ଏବଂ ଏହି ପାଣିରେ କେଶ ଧୋଇ ଦିଅନ୍ତୁ । ସପ୍ତାହରେ ଏମିତି 3 ଥର କରନ୍ତୁ ଯାହାଦ୍ୱାରା ଆପଣଙ୍କର ରୂପି ସମସ୍ୟା ଦୂର ହେବ ।
ନଡ଼ିଆ ଏବଂ ଲେମ୍ବୁ ରସ
ଏକ ଚାମଚ ଲେମ୍ବୁ ରସକୁ ନଡିଆ ତେଲ ସହିତ ମିଶାଇ ହାଲୁକା ଗରମ କରନ୍ତୁ । ବର୍ତ୍ତମାନ ଏହି ତେଲକୁ କେଶରେ ମାଲିସ୍ କରନ୍ତୁ । ତା’ପରେ ସାମ୍ପୁ ଲଗାଇ କେଶ ଧୋଇ ଦିଅନ୍ତୁ । ଆପଣ ସପ୍ତାହରେ ଅତି କମରେ 2 ଥର ଏମିତି କରିବା ଆବଶ୍ୟକ ।