ଗରମ ଦିନରେ ନିଶ୍ଚିତ ପିଅନ୍ତୁ କାକୁଡି ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ପ୍ରବଳ ଖରା ଆରମ୍ଭ ହୋଇଗଲାଣି। ଖରାରେ ଆସିବା ମାତ୍ରେ ଥକ୍କା ଥକ୍କା ଲାଗୁଛି। ଶରୀରକୁ ହାଇଡ୍ରେଟ୍‌ କରିବା ପାଇଁ ଆମେ ପ୍ରଚୁର ମାତ୍ରାରେ ପାଣି ପିଉଥାଉ। ଖାଦ୍ୟରେ କାକୁଡି ଏବଂ ତରଭୁଜକୁ ସାମିଲ ମଧ୍ୟକରୁଛେ। ଏହାକୁ ଖାଇବା ଦ୍ୱାରା ଶରୀର ଫୂର୍ତ୍ତି ମଧ୍ୟଲାଗୁଛି। ଶରୀରର ଇମ୍ୟୁନିଟି ବଢାଇବା ପାଇଁ ମଧ୍ୟ ଏହା ସହାୟତା କରୁଛି। ଆପଣ ଘରେ ହେଉ ଅବା ରେଷ୍ଟୁରାଣ୍ଟରେ ଅନେକ ପ୍ରକାର ସୁପ୍‌ ପିଇଥିବେ। କିନ୍ତୁ କେବେ କାକୁଡି ସୁପ୍‌ ପିଇଛନ୍ତି କି ? ଯାହା ଆପଣଙ୍କୁ ଥଣ୍ଡା ରଖିବା ସହିତ ଶରୀର ପାଇଁ ଲାଭକାରୀ ହୋଇଥାଏ। ତେବେ କାକୁଡି ସୁପ୍‌ ତିଆରି କରିବା ବହୁତ ସହଜ ହୋଇଥାଏ। ଏହା ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ହୋଇଥାଏ, ପିଲାମାନେ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ ମଧ୍ୟ କରନ୍ତି। ତେବେ କେମିତି କରିବେ ପ୍ରସ୍ତୁତ ଜାଣନ୍ତୁ :

ଆବଶ୍ୟକ ସାମଗ୍ରୀ : କାକୁଡି, ରସୁଣ, ପୁଦିନା ପତ୍ର, ଦହି, କ୍ଷୀର, କଞ୍ଚାଲଙ୍କା, ଅଲଭି ଅଏଲ, ଲୁଣ ସ୍ୱାଦନୁସାରେ, ଗୋଲମରିଚ।

ସୁପ କରିବାର ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ କାକୁଡିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ।

ଏହା ପରେ ରସୁଣକୁ ମଧ୍ୟ ଛୋଟ ଛୋଟ କାଟିଦିଅନ୍ତୁ।

କାକୁଡି ଖଣ୍ଡକୁ ଏବେ ଗ୍ରାଇଣ୍ଡରରେ ଅଳ୍ପ ଗ୍ରାଉଣ୍ଡିଂ କରନ୍ତୁ।

ଏହା ପରେ ସେଥିରେ ରସୁଣ, ପୁଦି, କଞ୍ଚାଲଙ୍କା, ଦହି ଏବଂ କ୍ଷୀର ପକାନ୍ତୁ।

ଏହା ପରେ ୨ ଚାମଚ ଅଲିଭ ତେଲ ଏବଂ ଲୁଣ, ଗୋଲମରିଚ ପକାଇ ମିଶାଇ ଦିଅନ୍ତୁ।

ଏବେ ସବୁ ଜିନିଷକୁ ଭଲଭାବେ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।

ଏହାକୁ କାଢି ଏକ ଛଣାରେ ଛାଣି ସୁପ୍‌କୁ ୨ ଘଣ୍ଟା ଯାଏଁ ଫ୍ରିଜରେ ରଖିଦିଅନ୍ତୁ।

ତା’ ପରେ ଥଣ୍ଡା ଥଣ୍ଡା ପରଷନ୍ତୁ।

cucumber_

ପିଇବାର ଲାଭ :

କାକୁଡିରେ ଭିଟାମିନ ସି, କେ, ପୋଟାସିଅମ, ମ୍ୟାଗ୍ନେସିଅମ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଫସଫରସ ଭଳି ପୋଷକ ତତ୍ତ୍ୱ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ। କାକୁଡି ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାନ୍ତି। କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଦୂର ହେବ। କ୍ୟାଲୋରୀ ମଧ୍ୟ କମ୍‌ ହୋଇଥାଏ। ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଗରମ ଦିନରେ ଶରୀରରେ ଅଭାବ ହେଉଥିବା ପାଣି ସନ୍ତୁଳନକୁ ରଖିଥାଏ। ଲିଭରକୁ ସୁସ୍ଥ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.