ଟ୍ଯାନିଂ ଏବଂ ବ୍ଲାକହେଡସରୁ ମୁକ୍ତି ଦେବ ଆମ୍ବ ଚୋପା ଫେସପ୍ଯାକ ଏବଂ ସ୍କ୍ରବ, ଏମିତି କରନ୍ତୁ ବ୍ଯବହାର

ଗରମ ଦିନରେ ମାର୍କେଟରେ ଅଲଗା ଅଲଗା ପ୍ରଜାତିର ଆମ୍ବ ବିକ୍ରି ହୋଇଥାଏ। ଆମ୍ବ ଖାଇବାକୁ ଅନେକ ଲୋକ ବେଶ୍ ପସନ୍ଦ କରନ୍ତି। ଲୋକେ ଆମ୍ବ ଖାଇବା ପରେ ତା’ର ଚୋପାକୁ ଫୋପାଡିଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆମ୍ବ ଚୋପା ମଧ୍ୟ ସ୍କିନ ପାଇଁ ବେଶ ଫାଇଦାଯୁକ୍ତ ହୋଇଥାଏ। ଆମ୍ବ ଚୋପାରେ ଭିଟାମିନ ଏ, ଭିଟାମିନ ସି ସହିତ କପର, ପୋଟାସିୟମ ଏବଂ ମ୍ଯାଗ୍ନେସିଅମ ଭଳି ମିନେରାଲ୍ସ ରହିଥାଏ। ଏମିତିରେ ଟ୍ଯାନିଂ ଏବଂ ବ୍ଲାକହେଡସରୁ ବଞ୍ଚିବା ପାଇଁ ଆମ୍ବ ଚୋପାକୁ ବ୍ଯବହାର କରିପାରିବେ। ତେବେ ଆସନ୍ତୁ ଜାଣିବା, କେମିତି ବନାଇବେ ଆମ୍ବ ଚୋପା ଫେସପ୍ଯାକ ଏବଂ ସ୍କ୍ରବ ବିଷୟରେ…

ଆମ୍ବ ଚୋପାକୁ ଗ୍ରାଇଣ୍ଡରରେ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଏକ ପାତ୍ରରେ କାଢି ସେଥିରେ ଏକ ଚାମଚ ଅମୁଲ ପାଉଡର ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ମୁହଁରେ ସର୍କୁଲାର ମୋସନରେ ଲଗାନ୍ତୁ। ଏହାକୁ ଲଗାଇବା ସମୟରେ ନିଜର ଆଙ୍ଗୁଠିକୁ ହାଲକା ହାତରେ ମାଲିସ କରନ୍ତୁ। ଏହି ସ୍କ୍ରବ ମୁହଁରୁ ମ୍ତ କୋଷିକା ଏବଂ ବ୍ଲାକ ହେଡସକୁ ହଟାଇଥାଏ।

ଫେସପ୍ଯାକ୍ : ଏଥିପାଇଁ ଆମ୍ବ ଚୋପାକୁ କିଛିଦିନ ଖରାରେ ଶୁଖାଇ ଦିଅନ୍ତୁ ଏବଂ ଏହାକୁ ଶୁଖାଇବା ପରେ ପେଷ୍ଟ ତିଆରି କରିଦିଅନ୍ତୁ। ଏହା ଭଲ ଭାବେ ଶୁଖିଗଲା ପରେ ଗ୍ରାଇଣ୍ଡରରେ ପାଉଡର କରିଦିଅନ୍ତୁ। ଏହାକୁ ଦହି କିମ୍ବା ଗୋଲାପ ଜଳରେ ମିଶାନ୍ତୁ। ଏହି ପେଷ୍ଟକୁ ପ୍ରତିଦିନ ମୁହଁରେ ଲଗାଇବା ଦରକାର। ଏହା ତ୍ବଚାରେ ଥିବା କଳା ଦାଗ ଏବଂ ମୁହଁରେ ଥିବା ଟ୍ଯାନିଂ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.