ବିନା ଝିନଝଟ୍‌ରେ ବନାନ୍ତୁ କଖାରୁ ଚଟ୍‌ପଟା, ପ୍ରସ୍ତୁତ କରିବା ବହୁତ ସହଜ

କଖାରୁ ଏମିତି ଏକ ପରିବା ଯାହାକୁ ଖାଇବା ପାଇଁ କେବଳ ଡାଲମାରେ ବ୍ୟବହାର କରାଯାଏ। ଏହାଛଡା କୌଣସି ଘାଣ୍ଟ ତରକାରୀ ହେଲେ ଏହାକୁ ବ୍ୟବହାର କରାଯାଏ। କଖାରୁକୁ ଭାଜି ମଧ୍ୟ କିଛି ଲୋକେ ଖାଇଥାନ୍ତି। କିନ୍ତୁ କଖାରରୁ କୌଣସି ଚଟପଟା ଜିନିଷ ହୋଇପାରେ ହୁଏତ ବହୁତ କମ୍‌ ଲୋକ ଜାଣିଥିବେ । କଖାରୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ଏବଂ ଓଜନ ହ୍ରାସ ହୋଇଥାଏ।

ତେବେ ଆପଣ କଖାରୁରେ କେମିତି ଚଟ୍‌ପଟା ରେସିପି ତିଆରି କରିପାରିବେ ଆସନ୍ତୁ ଜାଣିବା..

ଆବଶ୍ୟକ ସାମଗ୍ରୀ : କଖାରୁ, ତେଲ, ତେଜପତ୍ର, ଲବଙ୍ଗ, ଗୋଲମରିଚ, ଡାଳଚିନି, ହେଙ୍ଗୁ, ଜିରା, ଅଦା, କଞ୍ଚାଲଙ୍କା, ହଳଦୀ, ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା, ଲୁଣ, ଆମଚୁର ପାଉଡର, ମେଥିପତ୍ର, ଧନିଆପତ୍ର ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କଖାରୁକୁ ଭଲଭାବେ ଧୋଇ ଚୋପା ଚଡାଇ ଦିଅନ୍ତୁ। ତା’ ପରେ ପ୍ରେସର କୁକରରେ ତେଲ ଗରମ କରି ତେଳପତ୍ର, ଲବଙ୍ଗ, ଗୋଲମରିଚ, ଡାଳଚିନି, ହେଙ୍ଗୁ, ଜିରା, ଅଦା ଏବଂ କଞ୍ଚାଲଙ୍କା ପକାଇ ୧୦-୨୦ ସେକେଣ୍ଡ ଭାଜନ୍ତୁ। ଏବେ ଏଥିରେ ହଳଦୀ ପାଉଡର, ଧନିଆ ପାଉଡର, ଗରମ ମସଲା, ଲଙ୍କା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ।

ଏବେ ଏଥିରେ କଖାରୁ ପକାଇ ଦିଅନ୍ତୁ। ଏବେ କଖାରୁ ପକାଇବା ପରେ ସେଥିରେ ଲୁଣ ଏବଂ ଆମଚୁର ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ସେଥିରେ ୧/୪ କପ୍‌ ପାଣି ଦେଇ ଢାଙ୍କୁଣୀ ଦେଇ ୫ଟି ସିଟି ଦେଇଦିଅନ୍ତୁ। ୫ଟି ସିଟି ଆସିବା ପରେ ଚାମଚ ସାହାଯ୍ୟରେ ଚାପି ଦେଇ ଚକଟିଲା ଭଳି କରିଦିଅନ୍ତୁ। ଏହା ପରେ ଅଳ୍ପ ଚିନି ପକାଇ ଦିଅନ୍ତୁ। ଏବେ ଏଥିରେ ଧନିଆପତ୍ର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା କଖାରୁ ଚଟ୍‌ପଟା । ଏହାକୁ ଆପଣ ରୁଟି କିମ୍ବା ଭାତ ସହିତ ଖାଇପାରିବେ। ତେବେ ଏଥିରେ ମିଠା ପକାଇବା ଆପଣଙ୍କ ଇଚ୍ଛା ଅନୁସାରେ। ନଚେତ ଆପଣ ଏହାକୁ ବିନା ମିଠା ପକାଇ ଖାଇପାରିବେ ।

Leave A Reply

Your email address will not be published.