୧୦୦ ଡିଗ୍ରୀ ଉପରେ ଥିଲେ ଜ୍ୱର, ଏମିତି କରନ୍ତୁ କଣ୍ଟ୍ରୋଲ; ଆପଣାନ୍ତୁ ୭ ପ୍ରଭାବଶାଳୀ ଉପାୟ…

କରୋନା ସଂକ୍ରମଣ କିମ୍ବା ଫ୍ଲୁ କାରଣରୁ ଜ୍ୱର ହେବା ସାଧାରଣ କଥା। ବିନା ଔଷଧରେ ମଧ୍ୟ ସାମାନ୍ୟ ଜ୍ୱରରୁ ମୁକ୍ତି ମିଳି ପାରିବ। କିନ୍ତୁ ଜ୍ୱର ସହିତ ଯଦି କମ୍ପନ, ଶରୀର ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଯାଏ, ତା’ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଉତ୍ତମ ହେବ। ଏହା ବ୍ୟତୀତ କିଛି ପ୍ରାକୃତିକ ଉପାୟ ମଧ୍ୟ ଆପଣ ଆପଣାଇ ପାରିବେ। ଏହା ଜ୍ୱରକୁ କମ୍‌ କରିବାରେ ସାହାଯ୍ୟ କରି ପାରିବ।

ପ୍ରଚୁର ମାତ୍ରାରେ ତରଳ ପଦାର୍ଥ ସେବନ କରନ୍ତୁ: ଜ୍ୱର ସମୟରେ ଶରୀରର ବଢ଼ି ଯାଇଥିବା ତାପମାତ୍ରାକୁ ହ୍ରାସ କରିବା ପାଇଁ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ। ଯଦି ଆପଣ ପାଣି ପିଉ ନାହାନ୍ତି, ତେବେ ଏହାଦ୍ୱାରା ଡିହାଇଡ୍ରେସନ ସମସ୍ୟା ସୃଷ୍ଟି ହୋଇ ପାରେ। ଫଳ ରସ, ହର୍ବାଲ ଚା’ ଏବଂ କାଢ଼ା ପ୍ରଚୁର ମାତ୍ରାରେ ପିଅନ୍ତୁ।

ଆରାମ କରନ୍ତୁ: ସଂକ୍ରମଣ ସହିତ ଲଢ଼ିବା ପାଇଁ ଶରୀରକୁ ବହୁତ ଶକ୍ତି ଦରକାର ହୋଇଥାଏ। ଜ୍ୱରରେ ତାପମାତ୍ରାକୁ କମ୍‌ କରିବା ଏବଂ ଶୀଘ୍ର ସୁସ୍ଥ ହେବା ପାଇଁ ରୋଗୀମାନଙ୍କୁ ଯେତେ ସମ୍ଭବ ବିଶ୍ରାମ ନେବା ଉଚିତ୍।

ଗରମ ପାଣିରେ ସ୍ନାନ କରନ୍ତୁ: ଶରୀରର ତାପମାତ୍ରାକୁ କମ୍‌ କରିବା ପାଇଁ ଆପଣ ଉଷୁମ ପାଣିରେ ସ୍ନାନ ମଧ୍ୟ କରି ପାରିବେ। ଏହାଦ୍ୱାରା ଥକି ପଡ଼ିଥିବା ମାଂସପେଶୀକୁ ତୁରନ୍ତ ଆରାମ ମିଳି ପାରିବ।

ହାଲୁକା ପୋଷାକ ପିନ୍ଧନ୍ତୁ: ପ୍ରାୟତଃ ଲୋକମାନେ ଜ୍ୱର ହେଲେ ଅଧିକ ମୋଟା ପୋଷାକ ପିନ୍ଧି ଦିଅନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଏମିତି କରିବା ଦ୍ୱାରା ଜ୍ୱର ଆହୁରି ଅଧିକ ବଢ଼ିଯାଇ ଥାଏ। ତେଣୁ ହାଲୁକା ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ।

ସ୍ପଞ୍ଜିଂ କରିବାକୁ ଚେଷ୍ଟା କରନ୍ତୁ: ଯଦି ଆପଣ ଗାଧୋଇ ପାରୁ ନାହାନ୍ତି, ତା’ ହେଲେ ତାପମାତ୍ରାକୁ କମ୍‌ କରିବା ପାଇଁ ଶରୀରକୁ ଥଣ୍ଡା ପାଣିରେ ସ୍ପଞ୍ଜିଂ କରନ୍ତୁ। ମଥା ଏବଂ ବେକ ଆଖପାଖରେ ଅଧିକ ଧ୍ୟାନ ଦିଅନ୍ତୁ। ଥରକେ ଗୋଟିଏ ଭାଗକୁ ସ୍ପଞ୍ଜ କରନ୍ତୁ ଏବଂ ବାକି ଶରୀରକୁ ଘୋଡାଇ ରଖନ୍ତୁ।

ବରଫରୁ ମିଳିବ ଆରାମ: ଯଦି ପାଣି କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥ ପିଇବାରେ ଆପଣଙ୍କୁ ବାନ୍ତି ଲାଗୁଛି, ତା’ ହେଲେ ଏହା ବଦଳରେ ଆପଣ ବରଫ ଚୋବାଇ ପାରିବେ। ଆଇସ୍‌-କ୍ୟୁବ୍ ଟ୍ରେରେ ପତଳା ଫଳ ରସକୁ ଜମା କରି ରଖନ୍ତୁ ଏବଂ କିଛି କିଛି ସମୟ ବ୍ୟବଧାନରେ ଏହାକୁ ଚୁସନ୍ତୁ।

ଗର୍ଗଲ କରନ୍ତୁ: ଗର୍ଗଲିଂ କରିବା ଦ୍ୱାରା ଗଳା ଗତଗତ ହେବା ଏବଂ ଜ୍ୱରରୁ ଆରାମ ମିଳି ପାରିବ। ଏକ ଗ୍ଲାସ୍ ଉଷୁମ ପାଣିରେ ଅଧା ଚାମଚ ଲୁଣ ମିଶାଇ ଦିନକୁ ଚାରି ଥର ଗର୍ଗଲ୍ କରନ୍ତୁ। ପାଣିରେ ମହୁ ଏବଂ ସେଓ ଭିନେଗାର ମିଶାଇ ମଧ୍ୟ ଆପଣ ସେବନ କରି ପାରିବେ। ଏହାଦ୍ୱାରା ବି ଜ୍ୱରରୁ ଉପଶମ ମିଳି ପାରିବ।

Leave A Reply

Your email address will not be published.