କିଚେନରେ ଅଣ୍ଡା ଦୁର୍ଗନ୍ଧ ଯୋଗୁଁ ଟେନସନରେ ଅଛନ୍ତି କି ? ଏହିସବୁ ଟ୍ରିକ ବ୍ଯବହାର କରି ତୁରନ୍ତ ଗନ୍ଧ ଦୂର କରନ୍ତୁ

ଅନେକ ଥର ଆପଣ ଅଣ୍ଡାରେ କୌଣସି ଖାଦ୍ଯ ପ୍ରସ୍ତୁତ କରୁଥିବା ବେଳେ ରୋଷେଇ ଘରେ ଏହାର ଗନ୍ଧ ରହିଯାଏ। ଅଣ୍ଡା ଖାଇବାକୁ ପସନ୍ଦ କରୁଥିବା ଅନେକ ଲୋକଙ୍କୁ ଏହାର ଗନ୍ଧ ପସନ୍ଦ ନଥାଏ। କିନ୍ତୁ ଏମିତି କିଛି ଉପାୟ ଆପଣଙ୍କୁ ଜଣାଇବୁ, ଯାହାକୁ ବ୍ଯବହାର କରି ଆପଣ ଅଣ୍ଡାର ଦୁର୍ଗନ୍ଧକୁ ରୋଷେଇ ଘରୁ ଦୂର କରିପାରିବେ।

ଲେମ୍ବୁ ରସ: ଅଣ୍ଡା ଗନ୍ଧ ଦୂର କରିବା ପାଇଁ କିଛି ଲେମ୍ବୁ ରସ ସେହି ସ୍ଥାନରେ ପକାଇ କିଛି ସମୟ ଛାଡି ଦିଅନ୍ତୁ। ଏବେ ଏହି ସ୍ଥାନରେ ଗରମ ପାଣି ପକାଇ ଅଳ୍ପ ସମୟ ଛାଡିଦିଅନ୍ତୁ। ଲେମ୍ବୁ ରସରେ ଦୂର ହୋଇଯିବ ଅଣ୍ଡା ଗନ୍ଧ।

ଏସେନ୍ସିଆଲ ଅଏଲ: ରୋଷେଇ ଘରେ ଏସେନ୍ସିଆଲ ଅଏଲ ରଖନ୍ତୁ। ତୁଳାକୁ ଏସେନ୍ସିଆଲ ଅଏଲରେ ବୁଡାଇ ଯେଉଁଠାରୁ ଅଣ୍ଡା ଗନ୍ଧ ଆସୁଛି, ସେହି ସ୍ଥାନରେ ଲଗାନ୍ତୁ। ଏମିତି କଲେ ଦୁର୍ଗନ୍ଧରୁ ମୁକ୍ତି ମିଳିବ।

କମଳା ଚୋପା: ଅଣ୍ଡା ଦୁର୍ଗନ୍ଧ ଦୂର କରିବା ପାଇଁ କମଳା ଚୋପା ବହୁତ କାମରେ ଆସିଥାଏ। ରୋଷେଇ ଘରେ କିଛି କମଳା ଚୋପା ରଖିଦିଅନ୍ତୁ। ଏହା ଅଣ୍ଡା ଦୁର୍ଗନ୍ଧକୁ ଦୂର କରି ସୁଗନ୍ଧ କରିଥାଏ।

ବେକିଂ ସୋଡା: ବେକିଂ ଦୁର୍ଗନ୍ଧ ଦୂର କରିଥାଏ। ରୋଷେଇ ଘରୁ ଗନ୍ଧ ଦୂର ପାଇଁ ବେକିଂ ସୋଢା ଛିଞ୍ଚିଦିଅନ୍ତୁ। ଆଉ କିଛି ସମୟ ପରେ ଧୋଇଦିଅନ୍ତୁ, ଦୁର୍ଗନ୍ଧ ଦୂର ହେବ।

ଗୋଲାପ ଜଳ: ଗୋଲାପ ଜଳ ବ୍ଯବହାର କରି ମଧ୍ୟ ଅଣ୍ଡା ଦାଗ ଏବଂ ଗନ୍ଧ ଦୂର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.