ଆପଣ ପାଦରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଏହିସବୁ ବ୍ୟାୟାମ କରନ୍ତୁ ମିଳିବ ମୁକ୍ତି

ପାଦରେ ଯନ୍ତ୍ରଣା ହେବାଦ୍ୱାରା ଆମେ ଅସୁସ୍ଥ ଅନୁଭବ କରୁ । ଏପରି ବ୍ୟାୟାମ କରିବା ଦ୍ବାରା ଆପଣ ପାଦର ଯନ୍ତ୍ରଣାକୁ ଦୁରେଇ ଦେଇ ପାରିବେ । ଏହାସହ ଆପଣଙ୍କ ପାଦର ସ୍ୱାସ୍ଥ୍ୟ ଭଲ ରହିବ । ପାଦର ଆଙ୍ଗୁଠିକୁ ଟାଣିବା ଦ୍ବାରା ଆଙ୍ଗୁଠିର ଫ୍ଳେକ୍ସିବିଲିଟିକୁ ବୃଦ୍ଧି ହେବ ।

କେନ୍ୟୁଜ୍(ବ୍ୟୁରୋ): ପାଦରେ ଯନ୍ତ୍ରଣା ହେବାଦ୍ୱାରା ଆମେ ଅସୁସ୍ଥ ଅନୁଭବ କରୁ । ଏହାସହ ଏହା ଆମର ନିତି ଦିନିଆ କାମରେ ବାଧା ପହଁଞ୍ଚାଇଥାଏ । ବେଳେବେଳେ ଦୀର୍ଘ ସମୟ ଧରି ଯୋତା ପିନ୍ଧି ରହିବା ଦ୍ୱାରା ଏପରି ହୋଇଥାଏ । ସେହିପରି କୌଣସି ସ୍ଥାନରେ ସଠିକ ଭାବେ ଠିଆ ନହୋଇ ପାରିବା ବା ପାଦ ଠିକରେ ନରଖି ପାରିବା ଦ୍ୱରା ଏପରି ହୋଇଥାଏ । ଦୀର୍ଘ ସମୟ ଧରି ଗୋଟିଏ ଜାଗାରେ ଛିଡ଼ା ହେବା । ବିଶ୍ରାମ ନନେଇ ଲମ୍ୱାରାସ୍ତା ଚାଲିବା ଦ୍ବାରା ଏପରି ହୋଇଥାଏ । ଏଥିରୁ ତୁରନ୍ତ ଆରାମ ମିଳିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏହାସହ ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରିବା ବହୁତ ଭଲ ରହିବ । ପାଦ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଘରୋଇ ବ୍ୟାୟାମ ପଦ୍ଧତିକୁ ଆପଣେଇ ପାରିବା । ଏପରି କିଛି ବ୍ୟାୟାମ ରହିଛି ଯାହାକୁ କରିବା ଦ୍ବାରା ପାଦକୁ ଆରମ ମିଳିବା ସହ ପାଦର ସ୍ବାସ୍ଥ୍ୟ ଭଲ ରହିଥାଏ ।

 

ପାଦର ଆଙ୍ଗୁଠିକୁ ଟାଣିବା ଦ୍ବାରା ଏହା ଟେନସନ ଦୂର କରିବା ସହ ଆଙ୍ଗୁଠିର ଫ୍ଳେକ୍ସିବିଲିଟିକୁ ବୃଦ୍ଧି କରିବ । ଏଥିପାଇଁ ଆପଣ ଆରାମରେ ବସିବେ । ଗୋଟିଏ ଗୋଡ଼କୁ ଆଗକୁ ଆଣିବେ । ହାତରେ ଗୋଡ଼ର ଆଙ୍ଗୁଠିକୁ ଧରିବେ । ଏହାପରେ ଏହାକୁ ଆରାମରେ ଟାଣିବେ । ଏପରି ଭାବେ ୧୫ରୁ ୩୦ ସେକେଣ୍ଡ ଟାଣିକି ଧରିବେ । ଏପରି ଭାବେ ତିନିଥର କରିବା ଉଚିତ ।

 

ସଠିକ ଗୋଡ଼ ଚାଳନା ଓ ସପୋର୍ଟ ପାଇଁ ଶକ୍ତ ଆର୍କ ନିହାତି ଜରୁରି । ଆର୍କକୁ ଷ୍ଟ୍ରଙ୍ଗ କରିବା ପାଇଁ ଟାଓ୍ୱେଲ ବ୍ୟବହାର କରି ଆମେ ଏକ ସାଧାରଣ ବ୍ୟାୟାମ କରିପାରିବା । ଏଥିପାଇଁ ଆପଣ ଏକ ଚଉକିରେ ବସିବେ । ଗୋଡ଼କୁ ଭୂମି ଆଡ଼କୁ ଲମ୍ୱାଇ ବସିବେ । ଆପଣଙ୍କ ସାମନାରେ ଏକ ଟାୱେଲ ରଖିବେ । ଏହାପରେ ଟାଓ୍ୱେଲକୁ ଆଙ୍ଗୁଠି ଉପରେ ଘୋଡ଼ାଇ ଦେବେ ଓ ଆପଣଙ୍କ ଆଡ଼କୁ ଟାୱେଲକୁ ଟାଣିବେ । ଏପରି ୧୫ରୁ କୋଡ଼ିଏ ଥର କରିବେ । ଫ୍ଲାଟ ଫିଟ୍ ଓ ଫଲେନ ଆର୍କ ଥିବା ପାଦ ପାଇଁ ଏହା ଉପଯୋଗୀ ।

 

ଟାଇଟ୍‌ କାଫ ମସଲ ପାଇଁ ଗୋଡ଼ରେ ଯନ୍ତ୍ରଣା ହୋଇଥାଏ । ବିଶେଷକରି ଏକିଲେସ ଟେନଡୋନାଇଟିସ ଓ ପ୍ଲାଣ୍ଟାର ଫାସିଟିସ । ଏଥିପାଇଁ ଆପଣ ଏକ କାନ୍ଥ ସାମନାରେ ଛିଡ଼ାହୋଇ ରହିବେ । ସପୋର୍ଟ ପାଇଁ କାନ୍ଥରେ ହାତକୁ ରଖିବେ । ଏହାପରେ ଗୋଟିଏ ଗୋଡ଼କୁ ପଛକୁ ନେବେ । ଏହାପରେ ଆଣ୍ଠୁକୁ ବେଣ୍ଡ କରିବେ । ଏହାକୁ ୨୦ ରୁ ୩୦ ସେକଣ୍ଡ ପର୍ଯ୍ୟନ୍ତ ରଖନ୍ତୁ । ଏଥିରେ ଆପଣଙ୍କ କାଫ ମସଲକୁ ଆରମ ଲାଗିବ । ଏପରି ଆପଣ ତିନିଥର କରନ୍ତୁ ।

 

ଭୂମିରେ କିଛି କାଚବାଟିକୁ ବିଛାଇ ଦିଅନ୍ତୁ । ଏହାପରେ ଗୋଟିଏ ଚେୟାର ଆରାମରେ ବସନ୍ତୁ । ଚେୟାର ପାଖରେ ଏକ ପାତ୍ର ରଖନ୍ତୁ । ଗୋଡ଼ର ଆଙ୍ଗୁଠିର ସାହାଯ୍ୟରେ ବାଟିକୁ ଗୋଟାଇ ପାତ୍ରରେ ରଖନ୍ତୁ । ଏପରି ୧୦ରୁ ୧୫ଥର କରନ୍ତୁ । ଏପରି କରିବା ଦ୍ବାରା ଆଙ୍ଗୁଠିକୁ ରିଲିଫ ମିଳିବ ।

 

ସେହିପରି ଗୋଡ଼ର ଗଣ୍ଠି ସ୍ଥାନକୁ ବୁଲାଇବା ଦ୍ବାରା ଏହା ଗଣ୍ଠୁକୁ ଆରମା ଦେଇଥାଏ । ଏଥିପାଇଁ ଆପଣ ଏକ ଚଉକିରେ ବସିବେ । ଆପଣଙ୍କ ଗୋଡ଼କୁ ଭୂମିରେ ଲଗାଇ ରଖିବେ । ଏହାପରେ ଗୋଟିଏ ଗୋଡ଼କୁ ଉଠାଇ ଧରିବେ । ଏହାପରେ ଘଣ୍ଟାକଣ୍ଟାର ଦିଗରେ ଗୋଡ଼ର ଗଣ୍ଠିକୁ ୧୦ଥର ବୁଲାଇବେ । ଏହାପରେ ଏହାର ବିପରିତ ଦିଗରେ ୧୦ଥର ବୁଲାଇବେ । ଏହା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

 

ଏପରି ବ୍ୟାୟାମ କରିବା ଦ୍ବାରା ଆପଣ ପାଦର ଯନ୍ତ୍ରଣାକୁ ଦୁରେଇ ଦେଇ ପାରିବେ । ଏହାସହ ଆପଣଙ୍କ ପାଦର ସ୍ୱାସ୍ଥ୍ୟ ଭଲ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.