ହାତରୁ ଦୁର୍ଗନ୍ଧ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଖାଦ୍ୟରେ ସ୍ୱାଦ ଆଣିବା ପାଇଁ ସାଧାରଣତଃ ଗୋଟା ମସଲା ସହିତ ପିଆଜ ଓ ରସୁଣର ବ୍ୟବହାର କରାଯାଇଥାଏ । କିନ୍ତୁ ଏହାକୁ କାଟିବା ଦ୍ୱାରା ଏହାର ବାସ୍ନା ହାତରେ ରହି ଯାଇଥାଏ । ଘଣ୍ଟା ଘଣ୍ଟା ଧରି ଏହା ରହିବା ଦ୍ୱାରା ବିରକ୍ତି ଭାବ ଉତ୍ପନ୍ନ ହୋଇଥାଏ । ଏହାର କାରଣ ହେଉଛି, ପିଆଜ ଓ ରସୁଣରେ ଥିବା ସଲଫର ଗୁଣ ପାଇଁ ଏହା ହୋଇଥାଏ । ତେବେ ଏହି ବାସ୍ନାରୁ ମୁକ୍ତି ପାଇବା ପାଇଁ ଆମେ ଆଜି ନେଇ ଆସିଛୁ ଆପଣଙ୍କ ପାଇଁ କିଛି ଘରୋଇ ଟିପ୍ସ । ଆସନ୍ତୁ ଜାଣିବା ସେହି ଟିପ୍ସ ସମ୍ପର୍କରେ ।

– ହାତରୁ ପିଆଜ ଓ ରସୁଣର ମହକ ହଟାଇବା ପାଇଁ ଆପଣ ହ୍ୟାଣ୍ଡ ୱାସ କରିପାରିବେ । ଏହାସହ ଲୁଣ ମିଶାଇ ହାତରେ ସ୍କ୍ରବ କରିବା ଦ୍ୱାରା ଏହାର ଦୁର୍ଗନ୍ଧ ଦୂର ହୋଇଯାଏ ।

– ହାତରୁ ପିଆଜ ଓ ରସୁଣର ଦୁର୍ଗନ୍ଧ ଛଡାଇବା ପାଇଁ ଷ୍ଟିଲ ବାସନରେ ଥଣ୍ଡା ପାଣି ନେଇ , ତାହା ମଧ୍ୟରେ ହାତ ଘଷିଲେ ଏହି ଦୁର୍ଗନ୍ଧ ଛାଡିଯାଇଥାଏ। ଏଥିରେ ଥିବା ସଲଫର ଗୁଣ ଯେବେ କୌଣସି ଧାତୁ ସହ ପ୍ରତିକ୍ରିୟା ହୋଇଥାଏ, ସେତେବେଳେ ଏହାର ବାସ୍ନା କମିଯାଏ ।

– ଲେମ୍ବୁ ରସ ଲଗାଇ ହାତର ଦୁର୍ଗନ୍ଧକୁ ଆପଣ ହଟାଇପାରିବେ ସଫା କରିବା ପରେ ଥଣ୍ଡା ପାଣିରେ ହାତ ଧୋଇବାକୁ ଭୁଲିବେ ନାହିଁ ।

– ସେଓ ସିରକା ଏବଂ ଟୁଥପେଷ୍ଟ ମଧ୍ୟ ହାତରୁ ଦୁର୍ଗନ୍ଧ ହଟାଇବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.