ଲାଇଫ୍ ଷ୍ଟାଇଲ୍

କଣ ସତରେ କରୋନା ଠାରୁ ଆପଣଙ୍କୁ ରକ୍ଷା କରିବ ତୁଳସୀ ପତ୍ର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ତୁଳସୀ ଗଛ ସମସ୍ତ ଘରେ ବହୁତ ସହଜରେ ମିଳିଯାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରାଯାଏ। ତୁଳସୀ ଗଛକୁ ସୁଖ ଏବଂ କଲ୍ୟାଣ ରୂପରେ ଦେଖାଯାଏ। କିନ୍ତୁ ପୌରାଣିକ ମହତ୍ତ୍ୱ ସହିତ ତୁଳସୀକୁ ଏକ ଜଣାଶୁଣା ଔଷଧ ମଧ୍ୟ ଧରାଯାଏ। ଏହାର ବ୍ୟବହାରରେ ଅନେକ ରୋଗକୁ ଦୂରେଇ ଦିଆଯାଇପାରିବ। ତୁଳସୀରେ ୟୁଜିନାଲ ନାମକ ଏକ ତତ୍ତ୍ୱ ରହିଛି ଯାହା ଶରୀରର ଷ୍ଟ୍ରେସ ହର୍ମୋନର କାର୍ଟିସୋଲ ଲେବଲକୁ କମ୍‌ କରି ଚିନ୍ତାମୁକ୍ତ କରିଥାଏ। ପ୍ରତିଦିନ ତୁଳସୀର ୧୦-୧୨ଟି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ। ଏହାସହିତ ରକ୍ତ ମଧ୍ୟ ପରିଷ୍କାର ରହିଥାଏ।

ତୁଳସୀ ପତ୍ରକୁ ଖାଇବା ଦ୍ୱାରା ଅନେକ ପ୍ରକାର ଲାଭ ମିଳିଥାଏ। ଏମିତିରେ ଆଜି ଆମେ ଜଣାଇବୁ କେମିତି ତୁଳସୀ ପତ୍ରକୁ ବ୍ୟବହାର କରି ଆପଣ କରୋନା ଭାଇରସ ଠାରୁ ରକ୍ଷା କରିପାରିବେ। ଆପଣମାନେ ଜାଣିଥିବେ କେବଳ କରୋନା ଭାଇରସ ନୁହେଁ କୌଣସି ପ୍ରକାର ଭାଇରସ ଆମ ଶରୀରକୁ ସେତେବେଳେ ଆକ୍ରମଣ କରିଥାଏ ଯେତେବେଳେ ଆମ ଶରୀରରେ ଇମ୍ୟୁନିଟୀ ସିଷ୍ଟମ ଦୁର୍ବଳ ରହିଥାଏ। ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଇମ୍ୟୁନିଟୀ ପାଓତବାର ମଜୁବୁତ୍‌ ହେବା ଜରୁରୀ। ତୁଳସୀ ଆମ ଶରୀରର ଇମ୍ୟୁନିଟୀ ପାଓ୍ଵାରକୁ ବଢ଼ାଇବାରେ ତୁଳସୀ ସାହାଯ୍ୟ କରିବ। ଏମିତିରେ ଆସନ୍ତୁ ଜାଣିବା କେମିତି ତୁଳସୀକୁ ବ୍ୟବହାର କରି ଆମେ ଭାଇରସ ଠାରୁ ରକ୍ଷା କରିପାରିବା।

-ତୁଳସୀ ପତ୍ରକୁ ଖାଇବା ଦ୍ୱାରା ଶରୀରର ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଯାହାଦ୍ୱାରା ବ୍ୟାକ୍ଟେରିୟା ଏବଂ ଭାଇରସ ଶରୀରରକୁ ପ୍ରବେଶ କରିପାରନ୍ତିନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସରୁ ଠାରୁ ରକ୍ଷା ପାଇବା ପାଇଁ ହେଲେ ଶରୀରକୁ ଭିତରୁ ମଜବୁତ କରିବା ଜରୁରୀ।

-ତୁଳସୀର କିଛି ପତ୍ର, ଅଳ୍ପ ଜୁଆଣୀ, ଜୀରା, ଆମଚୁର, ପୋଦିନା ପତ୍ର ଏବଂ ଲୁଣକୁ ଫୁଟାଇ ଥଣ୍ଡା କରିନିଅନ୍ତୁ। ଏହି ପାଣିକୁ ପିଇବା ଦ୍ୱାରା ଡିହାଇଡ୍ରେସନ ଦୂର ହୋଇଥାଏ।

-ତୁଳସୀ, ମହୁ ଏବଂ ହଳଦୀକୁ ଏକା ସାଥିରେ ସେବନ କରିବା ଦ୍ୱାରା ଜ୍ୱର ଏବଂ କାଶ ଦୂର ହୋଇଥାଏ।

-ତୁଳସୀରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଛି। ତୁଳସୀ ପତ୍ରକୁ କିଛି ସମୟ ପାଣିରେ ପକାଇ ପାଣିକୁ ପିଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ।

-ଗୁଣକାରୀ ତୁଳସୀ ଜ୍ୱର, ସ୍ୱାଇନ ଫ୍ଲୁ , ଡେଙ୍ଗୁ, ଥଣ୍ଡା, ଖାସ, ମେଲେରିଆ, ପ୍ଲେଗ ଭଳି ରୋଗ ଭଲ କରିଥାଏ।

-ମହୁ ସହିତ ତୁଳସୀ ସେବନ କରିବା ଦ୍ୱାରା ଥଣ୍ଡା, ଏବଂ ତଣ୍ଟି ଦରଜ ଭଲ ହୋଇଥାଏ।

-ତୁଳସୀ ଆଣ୍ଟି ବାୟୋଟିକ ଭାବେ ମଧ୍ୟ କାମ କରିଥାଏ। ପ୍ରତିଦିନ ଏହାର ବ୍ୟବହାର କରିବା ଦ୍ୱାରା ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଯାଇଥାଏ।

-ତୁଳସୀରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ଭରି ରହିଛି। ଏହାର ଲଗାତାର ସେବନ କରିବା ଦ୍ୱାରା ରେଡ ବ୍ଲଡ ସେଲସ ଶରୀରରେ ବୃଦ୍ଧି ପାଇଥାଏ।

-ଗର୍ଭବତୀ ମହିଳାଙ୍କୁ ହେଉଥିବା ବାନ୍ତି ସମୟରେ ତୁଳସୀ ବେଶ ଲାଭଦାୟକ ହୋଇଥାଏ।

-ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବାରେ ତୁଳସୀ ସହାୟକ ହୋଇଥାଏ। ଏହାସହିତ ଦାନ୍ତ ଦରଜ ଏବଂ ମାଢିରୁ ରକ୍ତ ବାହାରିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

Pritiparna

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

3 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

13 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

42 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago