ଦୃଷ୍ଟି ଶକ୍ତିକୁ ବଢ଼ାଇଥାଏ ହଳଦୀରେ ପ୍ରସ୍ତୁତ ଆଇଡ୍ରପ, ରିସର୍ଚ୍ଚରୁ ମିଳିଲା ସୂଚନା

ଭାରତରେ ହଳଦୀ ଏକ ସାଧାରଣ ଦ୍ରବ୍ୟ । ହଳଦୀ ବିନା ଭାରତୀୟ ଖାଦ୍ୟ ଅସମ୍ପୂର୍ଣ୍ଣ କହିଲେ ଚଳେ । ଶୀତ ଦିନେ ହଳଦୀର ସେବନ ଶରୀର ପାଇଁ ବିଶେଷ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ହଳଦୀକୁ ଆପଣ ଅଧିକାଂଶ ରୋଷେଇ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ଏହା କେବଳ ଆପଣଙ୍କ ଖାଦ୍ୟର ସ୍ବାଦକୁ ବଢ଼ାଇ ନଥାଏ ବରଂ ଅନେକ ପ୍ରକାରର ରୋଗରୁ ମଧ୍ୟ ଆପଣଙ୍କୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଆଖିର ଓପ୍ଟିକ ନର୍ଭ ପାଇଁ ହଳଦୀ ବହୁତ ଲାଭବାନ ହୋଇଥାଏ।

ବୈଜ୍ଞାନିକ ଅଧ୍ୟୟନରୁ ଜାଣିବାକୁ ମିଳିଛି, ହଳଦୀକୁ ଆଇ ଡ୍ରପ ଭାବରେ ବ୍ୟବହାର କରିବା ଦ୍ବାରା ରେଟିନା କୋଶିକାକୁ କମ କରାଯାଇ ପାରିବ। ବୈଜ୍ଞାନିକ ମାନେ ମୂଷାଙ୍କ ଉପରେ ଏହି ପରୀକ୍ଷା କରି ଏହି ତଥ୍ୟକୁ ସାମ୍ନାକୁ ଆଣିଛନ୍ତି। ଏହାକୁ ଜେନେରାଲ ସାଇଣ୍ଟିଫିକ ରିପୋଟର୍ସ’ରେ ରିସର୍ଚ୍ଚ କରାଯାଇଥିଲା।

eye drop
pc: new atlas

ୟୁନିର୍ଭସିଟି ଅଫ୍ କଲେଜ ଲଣ୍ଡନ ଏବଂ ବ୍ରିଟେନର ଇମ୍ପେରିଆଲ କଲେଜ ଅନୁଯାୟୀ, ହଳଦୀରୁ ବାହାର କରାଯାଇଥିବା କରକ୍ୟୁମିନରୁ ବନା ଯାଇଥିବା ଆଇଡ୍ରପ ଆପଣଙ୍କ ଆଖି ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ପରୀକ୍ଷଣରୁ ଜଣାପଡିଛିଯେ ଏହାକୁ ଆଖିରେ ପକାଇବା ଦ୍ବାରା ରେଟିନଲ ସେଲ୍ସକୁ ହେଉଥିବା କ୍ଷତି କମ ହୋଇଥାଏ।

ୟୁନିଭର୍ସିଟି ଲଣ୍ଡନର ପ୍ରଫେସର କହନ୍ତି, ଏହା ଗ୍ଲୁକୋମା ଏବଂ ଅଲଜାଇମର ରୋଗର ଚିକିତ୍ସା ପାଇଁ ସାହାଯ୍ୟକାରୀ ହୋଇଥାଏ। ଏଥିରୁ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.