ତ୍ୱଚାରେ ଆକର୍ଷଣୀୟ ଚମକ ଆଣିବା ପାଇଁ ପ୍ରତିଦିନ ଲଗାନ୍ତୁ ହଳଦୀ ଆଇସକ୍ୟୁବ, ମିଳିବ ଭଲ ଫାଇଦା

ସୁନ୍ଦରତା ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଏ ହଳଦୀ। ପ୍ରାଚୀନ ଆୟୁର୍ବେଦରେ ଏହାର ବହୁଳ ବ୍ୟବହାର କରାଯାଉଥିଲା। ଖାଦ୍ୟ ତିଆରିରେ ବ୍ୟବହାର କରାଯାଉଥିଲା । କଞ୍ଚା ହଳଦୀର ବାହାର ଆବରଣ ଅଦା ଭଳି ହୋଇଥାଏ ଓ ଭିତର ହାଲ୍‌କା କିମ୍ବା ଗାଢ଼ ହଳଦିଆ ହୋଇଥାଏ।ଚେହେରାକୁ ଥଣ୍ଡା କରିବାକୁ ଚାହୁଁଥିଲେ ବା ସ୍କିନ ପୋର୍ସ ଗୁଡିକୁ ଟାଇଟ କରିବାକୁ ଚାହୁଁଥିଲେ ଏଥିପାଇଁ ସବୁଠୁ ଶସ୍ତା ଓ ସରଳ ମାଧ୍ୟମ ହେଉଛି ଆଇସ କ୍ୟୁବର ମସାଜ ।

ସଫା ତଥା ଦାଗହୀନ ତ୍ୱଚା ସମସ୍ତଙ୍କର ପସନ୍ଦ ହୋଇଥାଏ। ଖାସ୍‌କରି ଫେଷ୍ଟିଭ୍‌ ସିଜନରେ ସମସ୍ତେ ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବାକୁ ଚାହାନ୍ତି। ଆଉ ଏମିତି ସ୍କିନ୍‌ ପାଇଁ ଟୋନର ବହୁତ ଭଲ ହୋଇଥାଏ। ହଳଦୀର ଟୋନର ସ୍କିନ୍‌କୁ ଗଭୀରରୁ ସଫା କରିଥାଏ। ଏହା ସ୍କିନ୍‌ର ଚିହ୍ନ, ଦାଗ, ବ୍ରଣ ଏବଂ ଚର୍ମ କୁଞ୍ଚନକୁ କମ୍‌ କରି ଦେଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀରେ ପ୍ରସ୍ତୁତ ଆଇସ କ୍ୟୁବ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ଏକ ପ୍ରକାର ଉଜ୍ଜ୍ୱଳତା ମଧ୍ୟ ଆଣିଦେବ । ହଳଦୀ ଆଇସ କ୍ୟୁବ ନିୟମିତ ଭାବରେ ମାଲିସ କରିବା ଦ୍ୱାରା ଚେହେରାରେ ତୋଫା ପଣ ଆସିବା ସହ ଦାଗ ହୀନ ମଧ୍ୟ ହୋଇଥାଏ ।

ପ୍ରଥମେ ଏକ ପାତ୍ରରେ ପାଣି, କ୍ଷୀର, ମହୁ, ହଳଦୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ସବୁ ଜିନିଷ ଏକା ସାଥିରେ ମିକ୍ସ ହେଲା ପରେ ଏକ ବରଫ ଟ୍ରେରେ ରଖି ଫ୍ରିଜରେ ରଖି ଦିଅନ୍ତୁ ।ଆଇସ କ୍ୟୁବ ବସିଗଲେ ନିଜ ଦରକାର ଅନୁଯାୟୀ ବାହାର କରି ବ୍ୟବହାର କରନ୍ତୁ ।

-ଆଇସ କ୍ୟୁବ ଘଷିବା ଦ୍ୱାରା ଚେହେରାରେ ରକ୍ତ ସଂଚାଳନ ଭଲ ହୋଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ସଫା ହେବା ସହ ଏକ ପ୍ରକାର ଆସିଥାଏ ।
-ବରଫ ଖଣ୍ଡ ରକ୍ତ ବାହିକା ଗୁଡିକୁ ଚଞ୍ଚଳ କରିଦେବା ଫଳରେ ଚେହେରାରେ ରକ୍ତ ସଂଚାଳନ ଭଲ ହୋଇପାରେ ।
– ଖାଲି ଏତିକି ନୁହେଁ, ସ୍କିନ ପୋର୍ସ ଗୁଡିକୁ ବି ଏହା ଛୋଟ କରିଦିଏ ।ବ୍ରଣ ଓ ଦାଗ ଦୂର କରିବାକୁ ନିମ ପାଉଡରରେ ମହୁ ଓ ଅଳ୍ପ ହଳଦୀ ମିଶାଇ ଲଗାନ୍ତୁ। ଅଳ୍ପ ଦିନରେ ଦାଗ ଦୂର ହୋଇଯିବ।
-ଡାର୍କ ସର୍କଲ ଦୂର କରିବା ପାଇଁ କାକୁଡ଼ି ରସରେ ହଳଦୀ ମିଶାଇ ଲଗାନ୍ତୁ। କଳା ଦାଗ ଦୂର ହେବ। ବଡି ଟାନ୍‌ ହଟାଇବା ପାଇଁ ମଧ୍ୟ ଆପଣ ହଳଦୀରେ ମୁଲତାନି ମାଟି ମିଶାଇ ବ୍ୟବହାର କରିପାରିବେ।

– ତୈଳାକ୍ତ ତ୍ୱଚା ସମସ୍ୟା ଦୂର କରିବାକୁ ୧ ଚାମଚ ଚନ୍ଦନ ପାଉଡର, ୧ ଚାମଚ ଲେମ୍ବୁ ରସରେ ୧ ଚାମଚ କସ୍ତୁରୀ ହଳଦୀ ପାଉଡର ମିଶାଇ ପେଷ୍ଟ ବନାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ତୈଳ ଅଂଶ ଚାଲିଯିବ।

-ପିଗ୍‌ମେଣ୍ଟ ଦୂର କରିବା ପାଇଁ ଏକ ଚାମଚ ହଳଦୀରେ ଅଳ୍ପ କ୍ଷୀର ମିଶାଇ ମୁହଁରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ନିୟମିତ ଏହି ପ୍ୟାକ୍‌ ଲଗାଇଲେ ତ୍ୱଚା ଭିତରୁ ସଫା ହୋଇଯିବ।

ଏହାସହ ପଢ଼ନ୍ତୁ: ଦୃଷ୍ଟି ଶକ୍ତିକୁ ବଢ଼ାଇଥାଏ ହଳଦୀରେ ପ୍ରସ୍ତୁତ ଆଇଡ୍ରପ, ରିସର୍ଚ୍ଚରୁ ମିଳିଲା ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.