ଲାଇଫ୍ ଷ୍ଟାଇଲ୍

ପାଇଲ୍ସ ପାଇଁ ରାମବାଣ ହଳଦୀ, ଏମିତି କରନ୍ତୁ ବ୍ଯବହାର ଆଉ ରହିବନି କୌଣସି ଚିନ୍ତା

ଆଜିକାଲିର ଜୀବନଶୈଳୀ ଆମ ଶରୀର ଏବଂ ସ୍ବାସ୍ଥ୍ଯ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଉଛି। ଏଥିପାଇଁ ଡାଇବେଟିସ, ଗ୍ଯାସ, ପାଇଲ୍ସ ଭଳି ରୋଗ ପ୍ରାୟତଃ ସମସ୍ତଙ୍କ ଶରୀରରେ ଦେଖିବାକୁ ମିଳିଲାଣି। ଆଉ ପାଇଲ୍ସ ରୋଗ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ରୋଗକୁ ଭଲ କରିବା ପାଇଁ ବଜାରରେ ମିଳୁଥିବା ଅନେକ ଔଷଧ ଉପରେ ନିର୍ଭର କରିବାକୁ ପଡୁଛି। କିନ୍ତୁ ରୋଗରୁ ମୁକ୍ତି ମିଳୁନାହିଁ। ଆଉ ଏହା ଏମିତି ଏକ ରୋଗ ଯାହା ବିଷୟରେ କଥା ହେବା ପାଇଁ ଅନେକ ଲୋକ ଲାଜ ମଧ୍ୟ କରନ୍ତି। ଏମିତିରେ ଆପଣଙ୍କ ଘରେ ଥିବା ସାଧାରଣ ହଳଦୀ ଏହି ସମସ୍ଯାରୁ ମୁକ୍ତି ଦେବ।

ଏମିତି କିଛି ହଳଦୀ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ବାରା ପାଇଲ୍ସ ଭଳି ସମସ୍ଯାରୁ ମୁକ୍ତି ମିଳିପାରିବ। ହଳଦୀକୁ ପାଇଲ୍ସ ହୋଇଥିବା ସ୍ଥାନରେ ଲଗାଇବା ଦ୍ବାରା ଜଲଦି ଉପଶମ ମିଳିଥାଏ। ପାଇଲ୍ସ ଯନ୍ତ୍ରଣା ବହୁତ କଷ୍ଟଦାୟକ।

ନଡିଆ ତେଲରେ କିଛି ହଳଦୀ ମିଶାଇ ପାଇଲ୍ସ ହୋଇଥିବା ସ୍ଥାନରେ ତୁଳା କିମ୍ବା ସଫା ହାତରେ ଲଗାଇଦିଅନ୍ତୁ। ଯନ୍ତ୍ରଣାରୁ କିଛି ଉପଶମ ମିଳିଛି। କିଛିଦିନ ଏପରି କରିବା ଦ୍ବାରା ମଧ୍ୟ ସମସ୍ଯାରୁ ମୁକ୍ତି ମିଳିବ।

ଆଲୋଭେରା ଜେଲ ଏକ ଚାମଚ ସହିତ ହଳଦୀ ପାଉଡର ମିଶାଇ ଦିଅନ୍ତୁ। ଏହାକୁ ନିୟମିତ ଭାବେ ଶୋଇବା ପୂର୍ବରୁ ପାଇଲ୍ସ ଜାଗାରେ ଲଗାନ୍ତୁ। ଦୁଇ ସପ୍ତାହ ପର୍ଯ୍ଯନ୍ତ ଏପରି କଲେ ଜଲଦି ଉପଶମ ମିଳିବ।

ଦେଶୀ ଘିଅରେ ବହୁତ ଗୁଣକାରୀ। ନିୟମିତ ଭାବେ ଦେଶୀ ଘିଅ ଖାଇଲେ ପାଇଲ୍ସ ସମସ୍ଯାରୁ ମୁକ୍ତି ମିଳିବ। ଏହାସହିତ ଅଳ୍ପ ଦେଶୀ ଘିଅ ସହିତ ଏକ ଚାମଚ ହଳଦୀ ମିଶାଇ ପାଇଲ୍ସ ସ୍ଥାନରେ ନିୟମିତ ଲଗାନ୍ତୁ। ମୁକ୍ତି ମିଳିବ।

ସେହିପରି ଗୋଟେ କପ୍ ଛେଳି କ୍ଷୀରେ ଏକ ଚାମଚ ହଳଦୀ ଏବଂ ଅଧା ଚାମଚ କଳା ଲୁଣ ପକାଇ ନିୟମିତ କିଛି ଦିନ ପିଅନ୍ତୁ, ଫାଇଦା ମିଳିବ। ଏହାଛଡା ଯଦି ଆପଣ ବାଥଟବରେ ଗାଧୋଉଛନ୍ତି, ତେବେ ଗାଧୋଇବା ପାଣିରେ ଦୁଇ ଚାମଚ ହଳଦୀ ପକାଇ ସେହି ପାଣିରେ ୧୫ ମିନିଟ୍ ବସନ୍ତୁ। ତ୍ବଚାରୁ ବିକାର ରୋଗ ଦୂର ହେବା ସହିତ ପାଇଲ୍ସ ମଧ୍ୟ ଶତପ୍ରତିଶତ ଠିକ୍ ହୋଇଯିବ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

26 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago