କିଏ କହିଲା ବିୟର୍ ଖରାପ , ଏପରି କରିବେ ବ୍ୟବହାର ତ ଚମକିବ ଚେହେରା

ଆପଣ ଅନେକ ଥର ବିୟର ପିଇବାରେ ହେଉଥିବା ଫାଇଦା ସମ୍ପର୍କରେ ଯୁକ୍ତି କରିବାରେ ଦେଖିଥିବେ। କେତେକ ଲୋକଙ୍କ ଅନୁଯାୟୀ ବିୟର ତାଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ ତ ଆଉ କେହି କହିଥାନ୍ତି ଏହା ସ୍ବାସ୍ଥ୍ୟକୁ ଖରାପ ପ୍ରଭାବ ପକାଇଥାଏ। ଏହି ଯୁକ୍ତି ସବୁବେଳେ ଲାଗିଥିବ କିନ୍ତୁ ଏହା ସତ ଯେ ବିୟରକୁ ବ୍ୟବହାର କରିବା ଦ୍ବାରା ବହୁତ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କେମିତି ବିୟରକୁ ବ୍ୟବହାର କରି ଆପଣ ସୁନ୍ଦରତାକୁ ବଢ଼ାଇ ପାରିବେ।

ଗ୍ଲୋଇଙ୍ଗ୍ ସ୍କିନ ପାଇଁ ଅଧା ଛୋଟ ଚାମଚ ବିୟରରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ମିଶାଇ ମୁହଁରେ ଲଗାନ୍ତୁ। ଏହା ଶୁଖିଗଲା ପରେ ଫେସୱାସରେ ମୁହଁ ଧୋଇ ଦିଅନ୍ତୁ। ଆପଣଙ୍କ ତ୍ବଚା ନରମ ହୋଇଯିବ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ତ୍ବଚା ଚମକିବ।

ଯଦି ଆପଣଙ୍କ ତ୍ବଚାରେ ଦାଗ କିମ୍ବା ଚିହ୍ନ ଥିବ ତେବେ ଏହା ପାଇଁ ଏକ ଚାମଚ ଟମାଟୋ ରସରେ ବିୟର ମିଶାନ୍ତୁ ଏବଂ ଏହାକୁ ଆପଣ ଚେହେରାରେ ମସାଜ କରନ୍ତୁ। ପାଞ୍ଚ ମିନିଟ ପରେ ଆପଣଙ୍କ ଚେହେରାକୁ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ତ୍ବଚାରୁ ଦାଗ ଦୂର ହେବା ସହିତ ଆପଣଙ୍କ ତ୍ବଚାର ରଙ୍ଗକୁ ମଧ୍ୟ ବଦଳାଇ ଦେଇଥାଏ।

ଏହା ସହ ପଢ଼ନ୍ତୁ : ଗୋରା, ଚମକଦାର ତ୍ବଚା ପାଇବା ପାଇଁ, କଦଳୀର କରନ୍ତୁ ଏପରି ବ୍ଯବହାର

ଯଦି ଆପଣଙ୍କ ତ୍ବଚା ଟ୍ୟାନ ହୋଇଯାଇଥାଏ ତେବେ ଏହା ପାଇଁ ଆପଣ ଦୁଇ ଚାମଚ ଅମ୍ରୁତଭଣ୍ଡାର ପେଷ୍ଟରେ ବିୟର ମିଶାନ୍ତୁ ଏବଂ ଏହା ପରେ ମସାଜ କରନ୍ତୁ। ଆପଣଙ୍କ ଟ୍ୟାନ ଦୂର ହୋଇଯିବା ସହିତ ତ୍ବଚାର ଚମକ ମଧ୍ୟ ବଢ଼ିଥାଏ।

ବିୟର ତ୍ବଚା ପାଇଁ ବହୁତ ଭଲ କ୍ଲିନଜର ଭଳି କାମ ଦେଇଥାଏ। ଆପଣ ଚାହିଁବେ ତ ଗୋଟେ ସପ୍ତାହ ପର‌୍ୟ୍ୟନ୍ତ ବିୟରରେ ଫେସୱାସ କରିପାରିବେ। ବିୟରକୁ ରାତିରେ ଶୋଇବା ସମୟରେ ଫେସୱାସ କରନ୍ତୁ ଏବଂ ଚେହେରାକୁ ଧୋଇ ଦିଅନ୍ତୁ ଏବଂ ଏହା ପରେ ଶୁଖିଲା କପଡାରେ ପୋଛି ଦିଅନ୍ତୁ।

ଏହିଭଳି ଭାବେ କେଶରେ ବ୍ୟବହାର କରନ୍ତୁ

କେଶକୁ ସାମ୍ପୁ କରି ଧୋଇ ଦିଅନ୍ତୁ। ଧୋଇବା ପରେ ଭୁଲରେ ମଧ୍ୟ କଣ୍ଡିସନର କରନ୍ତୁ ନାହିଁ। ଏହା ପରେ ବିୟର ଢ଼ାଳନ୍ତୁ ଏବଂ ହାଲୁକା ଭାବରେ ସ୍କାଲ୍ପରେ ଲଗାନ୍ତୁ। ଧ୍ୟାନ ରଖନ୍ତୁ ଯେପରି କେଶକୁ ଅଧିକ ନଘଷନ୍ତି କାରଣ ଏହା ଦ୍ବାରା ହେୟାରଫଲର ସମସ୍ୟା ହୋଇପାରେ। ଏବେ କେଶକୁ ଭଲଭାବେ ଧୋଇଦିଅନ୍ତୁ।

KNews Bureau

Recent Posts

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

40 seconds ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

6 mins ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

27 mins ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

42 mins ago

ଟି୨୦ ବିଶ୍ୱକପ ୨୦୨୪ : ପାକିସ୍ତାନ ହାରିବା ପରେ ମଇଦାନରେ କାନ୍ଦି ପକାଇଲେ ନସିମ, ରୋହିତ ଦେଲେ ସାନ୍ତ୍ୱନା

ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ ।…

1 hour ago

କେବଳ ହାଡ଼ ନୁହେଁ, ମାଂସପେଶୀ ପାଇଁ ବି ହୁଏ ବ୍ୟାକ୍‌ ପେନ୍‌; ଜାଣନ୍ତୁ ଘରୋଇ ଚିକିତ୍ସା

ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ…

1 hour ago