ଘାତକ ସାଜିପାରେ ରାତିରେ ବାରମ୍ବାର ନିଦ ଭାଙ୍ଗିବା , ଜାଣନ୍ତୁ କଣ କହିଲେ ଏକ୍ସପଟ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ରାତିରେ ବାରମ୍ବାର ଶୋଇବା ସମୟେ ଉଠନ୍ତି । ସେମାନଙ୍କର ଅଳ୍ପ ବୟସରେ ମୃତ୍ୟୁ ହେବାର ଦୁଇ ଗୁଣ ସମ୍ଭାବନା ରହିଛି । ୮୦୦୦ ପୁରୁଷ ଏବଂ ମହିଳାଙ୍କ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ରାତିରେ ଉଠିବା ପାଇଁ ଅନେକ କାରଣ ହୋଇପାରେ । ଏହା ମସ୍ତିଷ୍କର ଏକ ପ୍ରାକୃତିକ ପ୍ରତିକ୍ରିୟା । ହାତ ଏବଂ ପାଦରେ ହଠାତ୍ ଯନ୍ତ୍ରଣା,ଯେକୌଣସି ପ୍ରକାରର ଆଘାତ କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେତୁ ଶୋଇବା ସମୟରେ ବାରମ୍ବାର ନିଦରୁ ଉଠିବାକୁ ପଡିଥାଏ । ଏହି କାରଣରୁ ଲୋକ ମାନେ ପର୍ଯ୍ୟପ୍ତ ପରିମାଣରେ ଶୋଇପାରନ୍ତି ନାହିଁ । ଏହି ସ୍ଥିତିକୁ unconscious wakefulness ବୋଲି କୁହାଯାଏ ।

ଅଷ୍ଟ୍ରେଲିଆର ଆଡିଲେଡ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଏହି ସମସ୍ୟା ବାରମ୍ବାର ଘଟୁଛି, ତେବେ ଏହା ଉଚ୍ଚ ରକ୍ତଚାପ ହେତୁ ହୋଇଥାଏ । ଏବଂ ଏକ ଗବେଷଣାରୁ ଜଣାପଡିଛି ଯେ ଯେଉଁଥିରେ ଶୋଇବା ସମୟରେ ଲୋକ ମାନେ ଟ୍ରାକ ପ୍ୟାଣ୍ଟ ବ୍ୟବହାର କରୁଛନ୍ତି । ତେବେ ଏହି ସମୟରେ ସେ ନଜର ରଖିଥିଲେ ଯେ ଏହି ବ୍ୟକ୍ତି ମାନେ ରାତିରେ କେତେ ସମୟ ଶୋଉଛନ୍ତି ଓ କେତେ ଥର ଉଠୁଛନ୍ତି । ଅନୁସନ୍ଧାନକାରୀମାନେ ପ୍ରାୟ ୬ ବର୍ଷରୁ ୧୧ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଉପରେ ନଜର ରଖିଥିଲେ ।

ଅଧ୍ୟୟନର ମୁଖ୍ୟ ଲେଖକ, ଆସୋସିଏଟ୍ ପ୍ରଫେସର ମାଥିଆସ୍ ବାମର୍ଟ ଏବଂ ସହକର୍ମୀମାନେ ଜାଣିବାକୁ ପାଇଲେ ଯେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ରାତିରେ କମ୍ ଜାଗ୍ରତ ହୁଅନ୍ତି। ବିଶେଷ କରି ଯେଉଁ ମହିଳା ମାନେ ରାତିରେ ଅଧିକ ଜାଗ୍ରତ ହୁଅନ୍ତି, ସେମାନେ ଅନ୍ୟ ମହିଳାଙ୍କ ଅପେକ୍ଷା ହୃଦଘାତରେ ମୃତ୍ୟୁ ହେବାର ୬୦୦ ରୁ ୧୦୦ ପ୍ରତିଶତ ଅଧିକ ଥାଏ । ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, ସେହି ମହିଳାମାନଙ୍କର ୬.୭ ପ୍ରତିଶତ ତୁଳନାରେ ହୃଦଘାତରେ ମୃତ୍ୟୁ ହେବାର ସମ୍ଭାବନା ୧୨.୮ ପ୍ରତିଶତ ଅଧିକ ହୋଇଥାଏ ।

ୟୁରୋପୀୟ ହାର୍ଟ ଜର୍ଣ୍ଣାଲ ମଙ୍ଗଳବାର ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ପୁରୁଷମାନଙ୍କଠାରେ ଦେଖାଯାଇ ନଥିଲା । କିନ୍ତୁ, ଯଥେଷ୍ଟ ମାତ୍ରାରେ ଶୋଇଥିବା ପୁରୁଷମାନେ ହୃଦଘାତରେ ମୃତ୍ୟୁ ହେବାର ସମ୍ଭାବନା ୯.୬ ପ୍ରତିଶତ ଏବଂ ଶୋଇ ନଥିବା ଲୋକଙ୍କ ଅପେକ୍ଷା ୨୮ ପ୍ରତିଶତ ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଛି ।
ମାଷ୍ଟ୍ରିଚ୍ ୟୁନିଭରସିଟି ମେଡିକାଲ୍ ସେଣ୍ଟର୍ (ନେଦରଲ୍ୟାଣ୍ଡ) ର ହୃଦ୍‌ରୋଗ ବିଭାଗର ସହ-ଲେଖକ ଡୋମିନିକ୍ ଲିଞ୍ଜ କହିଛନ୍ତି ଯେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କାହିଁକି ପାର୍ଥକ୍ୟ ଅଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ରାତିରେ ଜାଗ୍ରତ ହେବା ପାଇଁ ଶରୀର କିପରି ପ୍ରତିକ୍ରିୟା କରେ ତାହା ବ୍ୟାଖ୍ୟା କରାଯାଇପାରିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ କେବଳ ମୋଟା , ମେଦବହୁଳତା କିମ୍ବା ଘୁଙ୍ଗୁଡ଼ି କରିବା ଦ୍ୱାରା ଏହି ସମସ୍ୟାର କିଛି ସମାଧାନ ହୋଇପାରିବ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ରାତିରେ ଭଲ ନିଦ୍ରାରେ ଶୋଇପାରୁନଥିବା ରୋଗୀମାନେ ସେମାନଙ୍କର ଶୋଇବା ପ୍ରକ୍ରିୟାରେ ଉନ୍ନତି ଆଣିବା ଉଚିତ ଯାହା ଦ୍ୱାରା ସେମାନେ ଭଲ ଏବଂ ପର୍ଯ୍ୟାପ୍ତ ନିଦ ପାଇପାରିବେ।
ଏହା ପ୍ରଥମ ଘଟଣା ନୁହେଁ ଯେ ଖରାପ ନିଦ ହୃଦ୍‌ଘାତ ଜନିତ ସମସ୍ୟା, ଯେପରିକି ଷ୍ଟ୍ରୋକ୍ କିମ୍ବା ଏବଂ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହେବାର ଆଶଙ୍କା ବଢ଼ିଥାଏ ।

ମାଡ୍ରିଡ୍ର ସେଣ୍ଟ୍ରୋ ନାସିୟାଲ୍ ଡି ଇନଭେଷ୍ଟିଗେସନ୍ କାର୍ଡିଓଭାସ୍କୁଲାରସ୍ କାର୍ଲୋସ୍ କ୍ଲିନିକାଲ୍ ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ବୋରଜା ଇବାଜ୍ କହିଛନ୍ତି ଯେ ଶୋଇବା ସମୟରେ
ଏହା ହୃଦୟକୁ କାହିଁକି ପ୍ରଭାବିତ କରିବା ପଛରେ ଅନେକ କାରଣ ଥାଇପାରେ। ସେ ଦର୍ଶାଇଛନ୍ତି ଯେ ସର୍କାଡିୟନ୍ ରିମ୍ ନାମକ “ବଡି କ୍ଳାକ” ରେ ଅବରୋଧ ହେବା ଦ୍ୱାରା ଧମନୀରେ ଚର୍ବି ବଢିପାରେ ଏହା ଦ୍ୱାରା ନିଦ୍ରା ଥିବା ଲୋକ ମାନଙ୍କ ଠାରେ ଅଧିକ ହୃଦ୍‌ଘାତ ଜନିତ ସମସ୍ୟା ଦେଖାଦେଇଥାଏ ।

 

Leave A Reply

Your email address will not be published.