Underwear ପିନ୍ଧିବାର ଏହି ସବୁ କାରଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ, ଜାଣନ୍ତୁ ସେ ବିଷୟରେ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ନିଜର ଖାଦ୍ୟପେୟ, ବେଶପୋଷାକ ଓ ଶରୀରର ଉପଯୁକ୍ତ ଯତ୍ନ ନେଇପାରି ନଥାନ୍ତି । ତେବେ ଏପରି କିଛି ସାମାନ୍ୟ ଅବହେଳା କାରଣରୁ ଆପଣଙ୍କର ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ବର୍ତ୍ତମାନର କରୋନା ସମୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ଅନିବାର୍ଯ୍ୟ ହୋଇପଡ଼ିଛି । ଦୈନନ୍ଦିନ ଜୀବନରେ ପିନ୍ଧୁଥିବା ଅଣ୍ଡରଓୟାର ଆପଣଙ୍କ ଶରୀରର ଅନେକ କ୍ଷତି ଘଟାଇଥାଏ, ଏ ବିଷୟରେ ଅନେକ ଲୋକ ବୋଧହୁଏ ଅଜ୍ଞ ରହିଥିବେ । ଯେହେତୁ ଉଭୟ ପୁରୁଷ ଓ ନାରୀ ଅନ୍ତବସ୍ତ୍ର କାରଣରୁ ଅନେକ ଶାରୀରିକ ସମସ୍ୟାରେ ସମ୍ମୁଖୀନ ହେଉଥିବାର ଦେଖାଯାଉଛି, ତେଣୁ ଏ ବିଷୟରେ ଆଲୋଚନା କରିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ଆପଣଙ୍କର ସେହି ଭୁଲଗୁଡ଼ିକ ବିଷୟରେ, ଯାହା ଆପଣଙ୍କ ପାଇଁ ବିପଦର କାରଣ ସାଜିଥାଏ ।

୧- ଯଦି ଆପଣ ଗୋଟିଏ ଅନ୍ତ୍ରବସ୍ତ୍ରକୁ ବାରମ୍ବାର ପିନ୍ଧୁଛନ୍ତି, ବହୁଦିନ ଧରି ସଫା କରୁନାହାନ୍ତି, ତେବେ ଏହାର ପ୍ରଭାବରେ ଆପଣ ନିଶ୍ଚିତ ସଂକ୍ରମଣ ହେବେ । ଅଧିକ ଦିନ ପର୍ଯ୍ୟନ୍ତ ମଇଳା ଅନ୍ତବସ୍ତ୍ର ବ୍ୟବହାର କରିବା ଫଳରେ ବ୍ୟାକ୍ଟେରିଆ ଓ ଫଙ୍ଗଲ୍ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ ।

୨- ଝାଳଯୁକ୍ତ ଅନ୍ତବସ୍ତ୍ରକୁ ବାରମ୍ବାର ପିନ୍ଧିବା ହେଉଛି ଆପଣଙ୍କର ସବୁଠାରୁ ବଡ଼ ଭୁଲ୍ । ଆପଣମାନେ ଜଗିଂ ଓ ଜମିରୁ ଫେରିବା ପରେ ଶରୀରର ପ୍ରତ୍ୟେକ ଅଂଶ ଝାଳରେ ବୁଡ଼ି ରହିଥିବାରୁ ଅଣ୍ଡରଓୟାରରେ ଝାଳ ଲାଗିବା ଅବଶ୍ୟମ୍ଭାବୀ । ତେଣୁ ଫଙ୍ଗାଲ ଇନଫେକସନରୁ ବର୍ତ୍ତିବା ପାଇଁ ତୁରନ୍ତ ଅନ୍ତ୍ରବସ୍ତ୍ର ଚେଞ୍ଜ କରିବାକୁ ଭୁଲନ୍ତୁ ନାହିଁ ।

୩- ଟାଇଟଯୁକ୍ତ ଅନ୍ତ୍ରବସ୍ତ୍ର ପିନ୍ଧିବା ଅଧିକାଂଶ ପୁଅ ଓ ଝିଅଙ୍କର ଏକ ପ୍ୟାସନ୍ ଅଟେ । କିନ୍ତୁ ଆପଣମାନେ ଜାଣନ୍ତି କି, ଏହା ଆପଣଙ୍କର ତ୍ୱଚାକୁ ରୁକ୍ଷ ଓ ଲାଲ କରିଦେଇଥାଏ । ପରବର୍ତ୍ତୀ ସମୟରେ ରକ୍ତପ୍ରବାରେ ଏହା ବାଧା ସୃଷ୍ଟି କରିଥାଏ । ତେଣୁ ଅତି ଟାଇଟଯୁକ୍ତ ଅନ୍ତବସ୍ତ୍ର ଅପେକ୍ଷା ଅପେକ୍ଷାକୃତ ହାଲୁକାକୁ ଆପଣାଇବା ଭଲ ଅଭ୍ୟାସ ଅଟେ ।

୪- ସାଟିନ, ଲେସ, ସ୍ପାଣ୍ଡେକ୍ସ ପରି କିଛି ଫ୍ୟାନ୍ସି କପଡ଼ା ଆପଣଙ୍କର ଯୌନ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହୋଇନଥାଏ । ତେଣୁ ଆପଣ ତ୍ୱଚାକୁ ସୁରକ୍ଷା ପ୍ରଦାନ କରୁଥିବା କପଡ଼ା ପରିଧାନ କରି ସଂକ୍ରମଣଠାରୁ ଦୂରେଇ ପାରିବେ ।

୫- ଆପଣମାନେ ପିନ୍ଧୁଥିବା ଅନ୍ତବସ୍ତ୍ରକୁ ସୁଗନ୍ଧିତ ଡିଟରଜେଣ୍ଟରେ ଜମାରୁ ଧୁଅନ୍ତୁ ନାହିଁ । କାରଣ ଏହି ଡିଟରଜେଣ୍ଟରେ କ୍ଷତିକାରୀ କେମିକାଲ ମିଶ୍ରଣ ହୋଇଥାଏ, ଯାହାର କୁପ୍ରଭାବ ଚର୍ମ ଉପରେ ସିଧାସଳଖ ପଡ଼ିଥାଏ । ଏହା ଦ୍ୱାରା ଯୌନ ଉତ୍ତେଜନ, ଜ୍ୱଳନ, ଲାଲ ରଙ୍ଗ ହୋଇଯିବା ଆଦି ସମସ୍ୟା ଉତ୍ପନ୍ନ ହୋଇଥାଏ ।

୬- ଆପଣମାନେ ଷ୍ଟ୍ରେଚେବୁଲ ଅଣ୍ଡରଓୟାର ପରିଧାନ କରିବା ସର୍ବୋତ୍ତମ ଅଟେ । ଅନ୍ତବସ୍ତ୍ର କିଣିବା ସମୟରେ ବିଭିନ୍ନ ଦିଗକୁ ପ୍ରତି ଦୃଷ୍ଟି ଦେବା ଦରକାର । ଚର୍ମରେ ବାୟୁ ପ୍ରବାହ ଠିକ ଭାବେ ହେବା ସହ ସଂକ୍ରମଣକୁ ରୋକୁଥିବା ଅଣ୍ଡରଓୟାରକୁ ସର୍ବଦା ଆପଣାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.