ବର୍ଷାଦିନରେ ସୁସ୍ଥ ରହିବା ପାଇଁ ବାରଣ କରନ୍ତୁ ଏହି ସବୁ ଖାଦ୍ୟ

ଚାଲିଛି ବର୍ଷା ଋତୁ। ବର୍ଷା ଦିନ ପ୍ରାୟ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଏହି ମାସରେ ଅନେକ ପ୍ରକାର ରୋଗ ଦେଖାଯାଏ। ଲୋକମାନେ ବର୍ଷା ଦିନରେ ଟିକେ ଅସାବଧାନତା ହେଲେ ରୋଗ ତାଙ୍କୁ ଗ୍ରାସି ପକାଏ। ବିଶେଷ କରି ଏହି ମାସରେ  ରୋଗ ବେଶି ମାତ୍ରାରେ ଶରୀରକୁ ପ୍ରଭାବିତ କରିଥାଏ। ତେଣୁ ଏହି ସମୟରେ ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ହେଲ୍ଦି ଖାଦ୍ୟ ଖାଇବାକୁ ଅଭ୍ୟାସ କରନ୍ତୁ। କାରଣ ଶରୀର ପାଇଁ ଅନୁପଯୁକ୍ତ ଖାଦ୍ୟ ରୋଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ବର୍ଷାଦିନରେ ସାଧାରଣତଃ ଥଣ୍ଡା, ଜ୍ୱର, କାଶ ଭଳି ସମସ୍ୟା ଦେଖାଦିଏ। ଭୂତାଣୁ ଜନିତ ଏହି ସମସ୍ୟା ଜଣଙ୍କଠାରୁ ଅନ୍ୟ ଜଣଙ୍କ ମଧ୍ୟରେ ବ୍ୟାପିଥାଏ ।ତେଣୁ ଏହି ସମୟରେ ସତର୍କ ରହିବା ଆବଶ୍ୟକ। ଏହାସହ ଉପଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ତେଣୁ ନିମ୍ନଲିଖିତ ଖାଦ୍ୟଠାରୁ ଆପଣ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଏଥିପାଇଁ ଆମେ ଆପଣଙ୍କ ୁ କହିବୁ ଏହାର ଉପଯୁକ୍ତ ଡାଏଟ ଚାର୍ଟ।

ଏହାକୁ ସୁପରଫୁଡ କୁହାଯାଏ । ବାହାର ଦେଶରେ ଏହାର ନାମ ଷ୍ଟ୍ରବେରି। କିନ୍ତୁ ଏହାର ଅଧିକ ମାତ୍ରାରେ ସେବନ ଶରୀରରେ ହିଷ୍ଟାମାଇନ ନାମକ କମ୍ପାଉଣ୍ଡ ରିଲିଜ କରିଥାଏ । ଯାହାଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ରହିଥାଏ ।ଏହାସହ ଛାତିରେ ପୀଡ଼ା ଅନୁଭବ ହ ୁଏ। ଛାତିରେ ଜମା ହୋଇଥିବା ବଲଗମ ନାକ ଏବଂ ସାଇନସ ଅଂଶରେ ସମସ୍ୟା ବଢ଼ାଇଥାଏ।

ସାଇଟ୍ରିକ ଏସିଡ ଥିବା ଫଳ ବା ଖଟା ଫଳ ଶରୀରେ ଅତ୍ୟଧିକ ଏସିଡ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ଥଣ୍ଡା ସମୟରେ ଏହି ଫଳ ଖାଇବା ଦ୍ୱାରା ଗଳା ଦର୍ଜ ହେବାର ସମ୍ଭାବବା ରହିଥାଏ। କାଶ ହେବାର ସମସ୍ୟା ମଧ୍ୟ ଦେଖାଯାଏ। ଏହାବ୍ୟତିତ ଆପଣ ନାସପାତି, ସେଓ, ତରଭୁଜ ଆଦି ଖାଇପାରିବେ। ପାଣିଥିବା ଫଳକୁ ଆପଣ ଅଧିକ ମାତ୍ରାରେ ଖାଇବା ଦ୍ୱା ରା ଶରୀରରୁ ଜଳୀୟଅଂଶ ମାତ୍ରା ଠିକ ରହିଥାଏ।

ଥଣ୍ଡା, ଜ୍ୱର ସମୟରେ ଆପଣ କ୍ଷୀର ଭଳି ଡାୟରୀ ଫୁଡ ପ୍ରଡକ୍ଟ ଖାଆନ୍ତୁ ନାହିଁ। ଏହାଦ୍ୱାରା ରେସ୍ପିରେଟୋରୀ ଟ୍ରେକ୍ଟରେ ବଲଗମ ଏବଂ ଗଳାରେ ଜ୍ୱଳନ ସମସ୍ୟା ବଢ଼ିଯାଏ। ତେଣୁ ଏହି ସମୟରେ ଆପଣ କ୍ଷୀର ଜାତୀୟ ଖାଦ୍ୟଠୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ଏହାସହ ଆପଣ କଦଳୀ, ପାଚିଲା ଭଣ୍ଡାଠୁ ମଧ୍ୟ ଦୂରେଇ ରୁହନ୍ତୁ । କାରଣ ଏହା ଶରୀରକୁ ଥଣ୍ଡା ଜନିତ ସମସ୍ୟା ବଢ଼ାଇବାରେ ସାହାଯ୍ୟ କରିଥାଏ । ବର୍ଷାଦିନରେ ଫ୍ୟାଟି ଫୁଡ ଖାଇବା ପାଇଁ ଡାକ୍ତରମାନେ ମନା କରିଥାନ୍ତି। କାରଣ ଏହା ସବୁ ଭାରୀ ଖାଦ୍ୟ। ଯାହା କାରଣରୁ ହଜମ ପ୍ରକ୍ରିୟାରେ ବାଧା ପ୍ରାପ୍ତ ହୋଇଥାଏ। ଫ୍ୟାଟି ଫୁଡ ହଜମ ନହେବା କାରଣରୁ ପେଟ ଜନିତ ସମସ୍ୟା ମଧ୍ୟ ଦେଖାଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.