କିଏ କହିଲା କଣ୍ଡିସନର୍ କେବଳ କେଶ ଚମକାଇଥାଏ ? ଜାଣନ୍ତୁ ଅନ୍ୟ କେଉଁ କାମରେ କରିପାରିବେ ଏହାକୁ ବ୍ୟବହାର

ସାମ୍ପୁ କରିବା ପରେ କେଶକୁ କୋମଳ ଏବଂ ଚମକଦାର କରିବା ପାଇଁ ସମସ୍ତେ କଣ୍ଡିସନର୍ ବ୍ୟବହାର କରିଥାନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ଯ ହେବେ କଣ୍ଡିସନର୍ କେବଳ କେଶରେ ନୁହେଁ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରିପାରିବେ । କଣ୍ଡିସନର ବ୍ୟବହାର କରି ନିଜର ଅନେକ କାମ ସହଜ କରିପାରିବେ । ଆଜି ଆମେ କଣ୍ଡିସନର ନିଆରା ବ୍ୟବହାର ବିଷୟରେ କହିବୁ ଯାହା ଆପଣ କେବେ ଶୁଣିନଥିବେ ।

ମେକଅପ୍ ରିମୁଭର୍ :

make upମେକଅପ୍ ରିମୁଭ୍ ପାଇଁ କଣ୍ଡିସନର୍ ବ୍ୟବହାର କରିପାରିବେ । ଅଳ୍ପ ଟିକେ କଣ୍ଡିସନର୍ ନେଇ ତ୍ବଚାରେ ଲଗାନ୍ତୁ ଏବଂ ହଲକା ଭାବରେ ମସାଜ୍ କରି ତୁଳାରେ ପୋଛି ଦିଅନ୍ତୁ । ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ନାହିଁ ।

ପ୍ୟାଣ୍ଟର ଚେନ୍ ଖରାପ ହୋଇଗଲେ :

zipପ୍ୟାଣ୍ଟର ଚେନ୍ ଖରାପ ହୋଇଗଲେ ଅଳ୍ପ ଟିକେ କଣ୍ଡିସନର୍ ଲଗାଇ ଠିକ୍ କରିପାରିବେ । ଏହା ଏକ ଲୁବ୍ରିକେସନର କାମ କରିଥାଏ ।

ଚମଡା ବ୍ୟାଗ୍ ସଫା କରିବା :

leather bagଆପଣ ଯଦି ଚମଡା ବ୍ୟାଗର ସୌକିନ୍ ତେବେ ଏକଥା ନିଶ୍ଚୟ ଜାଣିଥିବେ ଯେ ଏହାକୁ ମେଣ୍ଟେନ୍ କରିବା ବହୁତ କଷ୍ଟ । କାରଣ ଏହା ଖୁବ୍ ଶୀଘ୍ର ଖରାପ ହୋଇଯାଏ । ଯଦି ଆପଣଙ୍କ ବ୍ୟାଗରେ କୌଣସି ସ୍ଥାନରେ ଦାଗ ଲାଗିଯାଇଛି ତେବେ ଏକ କପଡାରେ ଅଳ୍ପ କଣ୍ଡିସନର ଲଗାଇ ଧୀରେ ଧୀରେ ରଗଡନ୍ତୁ । ଲାଗିଥିବା ଦାଗ ଛାଡିଯିବ ।

ନରମ ଏବଂ କୋମଳ ତ୍ବଚା ପାଇଁ :

manicureପାଣିରେ କିଛି କଣ୍ଡିସନର୍ ମିଶାଇ ସେଥିରେ ହାତ ଏବଂ ପାଦ ବୁଡାଇ ରଖନ୍ତୁ । କିଛି ସମୟ ମଧ୍ୟରେ ତ୍ବଚା କୋମଳ ଏବଂ ମୁଲାୟମ ହୋଇଥାଏ ।

କପଡାକୁ କରେ କୋମଳ :

silkସେହିପରି କପଡାକୁ କୋମଳ କରିବା ପାଇଁ କଣ୍ଡିସନର୍ ବ୍ୟବହାର କରନ୍ତୁ । ଏଥିପାଇଁ ପାଣିରେ ଅଳ୍ପ କଣ୍ଡିସନର୍ ମିଶାଇ କପଡା ଧୁଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.