ଲାଇଫ୍ ଷ୍ଟାଇଲ୍

ଅବିବାହିତ ଲୋକ ନିଜ ରୁମରେ କେବେ ବି ରଖନ୍ତୁ ନାହିଁ ଏହି ଜିନିଷ, ନଚେତ୍‌ ପ୍ରେମ ଓ ବୈବାହିକ ଜୀବନରେ ସୃଷ୍ଟି ହୋଇପାରେ ବାଧା

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷକୁ ଅବିବାହିତଙ୍କ ରୁମରେ ରଖିବା ପାଇଁ ବାରଣ କରାଯାଇଛି । ଏହି ସବୁ ଜିନିଷ ଅବିବାହିତଙ୍କ ରୁମରେ ରହିଲେ ଅଶୁଭ ହୋଇଥାଏ । ସେମାନଙ୍କ ବୈବାହିକ ଓ ପ୍ରେମ ଜୀବନରେ ବାଧ ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ କେମିତି ହେବା ଦରକାର ଅବିବାହିତଙ୍କ ରୁମ ।

୧. ଆଟାଚଡ୍‌ ବାଥରୁମ : ଫେଙ୍ଗସୁଇ ଅନୁସାରେ ଯେଉଁ ଲୋକଙ୍କ ବିବାହ ନ ହୋଇଛି,ସେମାନଙ୍କ ବେଡ ରୁମରେ ଆଟାଚଡ ଟଏଲଟ କିମ୍ବା ବାଥରୁମର କବାଟ ସର୍ବଦା ବନ୍ଦ ରଖିବା ଦରକାର । କାରଣ ଏହାଦ୍ୱାରା ରୁମରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

୨. ଟିଭି କିମ୍ବା କମ୍ପ୍ୟୁଟର : ଅନମାରେଡ ବା ଅବିବାହିତ ବ୍ୟକ୍ତିଙ୍କ ରୁମରେ ଟିଭି କିମ୍ବା କମ୍ପ୍ୟୁଟର ରଖିବା ଉଚିତ୍‌ ନୁହେଁ । କାରଣ ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଏହି ଜିନିଷ ଆପଣଙ୍କ ଲଭ ଲାଇଫରେ ଅସୁବିଧା ସୃଷ୍ଟି କରିପାରେ ।

୩. ନଦୀ କିମ୍ବା ଝରଣାର ଫଟୋ : ଅବିବାହିତ ଲୋକଙ୍କ ପାଇଁ ତାଙ୍କ ବେଡରୁମରେ ନଦୀ, ଝରଣା, ପୋଖରୀ ଭଳି ପାଣି ସମ୍ପର୍କିତ ପେଣ୍ଟିଂ ବା ଫଟୋ ଶୁଭ ହୋଇ ନଥାଏ । କାରଣ ଏହାଦ୍ୱାରା ସେମାନଙ୍କ ବିବାହରେ ବାଧା ସୃଷ୍ଟି କରିପାରେ ।

୪. ଦୁଇଟି ଗଦି ବାଲା ବେଡ୍‌ରେ ଶୁଅନ୍ତୁ ନାହିଁ : ଫେଙ୍ଗସୁଇ ଅନୁସାରେ ଅବିବାହିତ ଲୋକ ଦୁଇ ଗଦି ବାଲା ବେଡରେ ଶୋଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ । ଏହାଦ୍ୱାରା ବିବାହରେ ବିଘ୍ନ ସୃଷ୍ଟି ହୋଇଥାଏ ।

୫. ଆଇନା ରଖନ୍ତ୍‌ୁ ନାହିଁ : ଏମିତିରେ ବେଡ ରୁମରେ ଆଇନା ରଖିବା କାହା ପାଇଁ ଶୁଭ ହୋଇନଥାଏ । ହେଲେ ଅବିବାହିତଙ୍କ ପାଇଁ ବେଡ ରୁମରେ ଆଇନା ରଖିବା ଆଦୌ ଶୁଭ ନୁହେଁ । ଯଦି ଆଇନା ରହିଛି ତେବେ ଏହାକୁ ସର୍ବଦା ଢ଼ାଙ୍କି କରି ରଖନ୍ତୁ ।

Niharanjan

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

17 seconds ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

30 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

38 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago