ଶରୀରେ ୟୁରିକ ଏସିଡ ମାତ୍ରା ବଢ଼ିଗଲେ ହୋଇଥାଏ ଗମ୍ଭୀର ସମସ୍ୟା, ତୁରନ୍ତ କରନ୍ତୁ ସମାଧାନ

ସକାଳ ସମୟରେ ଯଦି ଆପଣଙ୍କ ଆଙ୍ଗୁଠିରେ ଯନ୍ତ୍ରଣା ଅନୁଭବ ହୁଏ ତେବେ ହୋଇଯାନ୍ତୁ ସତର୍କ। ଶରୀରରେ ୟୁରିକ ଏସିଡର ପରିମାଣ ବଢ଼ିବା ହେତୁ ଏପରି ସମସ୍ୟା ଦେଖାଯାଏ । ତେଣୁ ଶରୀରରେ ଏହାର ପରିମାଣକୁ କଣ୍ଟ୍ରୋଲ କରିବା ନିହାତି ଆବଶ୍ୟକ। ଏହା କାରଣରୁ ହାତ ପାଦରେ ଯନ୍ତ୍ରଣା ଅନୁଭବ ହେବା ସହ ଆଙ୍ଗୁଠି ନାଲି ହୋଇ ଫୁଲିଯାଏ।

ୟୁରିକ ଏସିଡ଼ ଶରୀରରେ ମହଜୁଦ ଥିବା ଏକ କେମିକାଲ । ଏହା ୟୁରିନ ନାମକ ପ୍ରୋଟିନ ଭାଙ୍ଗିବା ପରେ ତିଆରି ହୋଇଥାଏ। ସାଧାରଣ ଭାବେ ଆମ ଶରୀରରେ କିଡ଼ନୀ ଏହିସବୁକୁ ଫିଲଟର କରିଥାଏ । ଖାଉଥିବା ଖାଦ୍ୟକୁ ହଜମ କରାଇ ଏହାକୁ ଛାଣି କିଡ଼ନୀ ପୋଷକ ତତ୍ତ୍ୱ ଆମ ଶରୀରମଧ୍ୟକୁ ପ୍ରବାହିତ କରିଥାଏ ।ଏହାସହ ଅଦରକାରୀ ଜିନିଷକୁ ବାହାର କରିଥାଏ। କନ୍ତୁ ଶରୀରରେ ୟୁରିକ ଏସିଡ଼ର ମାତ୍ରା ବଢ଼ିଗଲେ କିଡ଼ନି ଏହାକୁ ଫିଲଟର ବା ଛାଣିପାରିନଥାଏ।

ଯଦି ଏହି ସମସ୍ୟାର ସମାଧାନ ଶୀଘ୍ର ନକରାଯାଏ ତେବେ କିଡ଼ନୀ ଖରାପ, ଷ୍ଟୋନ ଭଳି ଅନେକ ଗଭୀର ସମସ୍ୟା ଭୋଗିବାକୁ ପଡ଼ିବ। ୟୁରିକ ଏସିଡ ବଢ଼ିବା ଫଳରେ ପ୍ରଥମେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପ୍ରାୟତଃ ସକାଳ ସମୟରେ ଏହାର ଲକ୍ଷଣ ଅଧିକ ଦେଖାଯାଏ। ଜଏଣ୍ଟ ପେନ୍‌ ହେବା ସହ ତ୍ୱଚାରେ ଲାଲ ଦାଗ ପଡ଼ିଯାଏ।

foot
pc: food and ankle group

ତେବେ କିଛି ଲୋକ ପାଣିକୁ ଅଧିକ ମାତ୍ରାରେ ପିିଇବା ଦ୍ୱାରା ସେମାନଙ୍କ ଶରୀରରେ ୟୁରିକ ଏସିଡ ଲେଭଲ ବଢ଼ିଯାଏ। ତେଣୁ ପାଣି ପିଇବା ସମୟରେ ଧ୍ୟାନ ଦିଅନ୍ତୁ । ଏକାସାଙ୍ଗରେ ପାଣି ନପିଇ ନିଜ ଡାଏଟରେ ଅଳ୍ପ ପାଣି ସାମିଲ କରନ୍ତୁ । ଏହାକୁ ସମୟ ବ୍ୟବଧାନ କ୍ରମେ ପିଅନ୍ତୁ। ଏହାଦ୍ୱାରା ଶରୀରରେ ୟୁରିକ ଏସିଡ ମାତ୍ରା କଣ୍ଟ୍ରୋଲରେ ରହିଥାଏ । ଏହାବ୍ୟତିିତ ପ୍ରତିଦିନ ବ୍ୟାୟାମ କରନ୍ତୁ। ଧ୍ୟାନଦେବେ ନିଜ ଖାଦ୍ୟରେ ଡାଲିକୁ ଅତ୍ୟଧିକ ମାତ୍ରାରେ ଯେପରି ନଖାଆନ୍ତି। କାରଣ ଏଥିରେ ପ୍ରୋଟିନ ଅଧିକ ଥାଏ। ଏବଂ ନନଭେଜ ପ୍ରେମୀ ମଧ୍ୟ ମାଂସ ଆଦିକୁ ଖାଇବା ସମୟରେ ଧ୍ୟାନ ଦେବା ଆବଶ୍ୟକ। ଏହାବଦଳରେ ଆପଣ ସିଫୁଡରେ ନିୟନ୍ତ୍ରଣ ରଖି ଖାଇପାରିବେ।

Leave A Reply

Your email address will not be published.