ଗାଧୋଇବା ବେଳେ ସମସ୍ତେ ପ୍ରାୟ କରନ୍ତି ଏହି ଭୁଲ, ଯଦି ଆପଣ ବି କରୁଛନ୍ତି ତାହେଲେ ୟୁରିନାରୀ ବ୍ଲାଡର ଉପରେ ପଡିବ ପ୍ରଭାବ

ଆମର ଡେଲି ରୁଟୀନରେ ଅନେକ ଥର ଏମିତି କିଛି କାମ କରିଦିଅନ୍ତି, ଯେଉଁକାରଣରୁ ଆମ ଅଜାଣତରେ ବହୁତ କିଛି ଭୁଲ ହୋଇଯାଇଥାଏ । ଆଉ ଏହି ଭୁଲ ପାଇଁ ଭବିଷ୍ୟତରେ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହିଭଳି ଭାବେ ଲୋକମାନେ ଗାଧୋଇବା ସମୟରେ କିଛି ଛୋଟ ଛୋଟ ଭୁଲ କରିଥାନ୍ତି । ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ଭୁଲ ୟୁରିନାରୀ ବ୍ଲାଡରକୁ ମଧ୍ୟ ପ୍ରଭାବିତ କରିଥାଏ । ଆପଣ ଭାବୁଥିବେ ଏହା କେମିତି ପ୍ରଭାବିତ କରିବ । ଆମେ କହିବୁ ଏହା ଏମିତି ପ୍ରଭାବ କରେ ଯେ ଯାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଆପଣ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ଗାଧୋଇବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଗାଧୋଇବା ସମୟରେ ଏକା ସହିତ ଦୁଇଟି ଜିନିଷ କରନ୍ତୁ ନାହିଁ

ସ୍ନାନ କରିବା ସମୟରେ ଅଧିକାଂଶ ଲୋକଙ୍କର ପରିସ୍ରା କରିବାର ଅଭ୍ୟାସ ଥାଏ । ଯାହାକି ଏକ ସାଧାରଣ କଥା । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗାଧୋଇବା ସମୟରେ ପରିସ୍ରା କରିବା ଏକ ଅପରିଷ୍କାର ଅଭ୍ୟାସ ହୋଇଥାଏ । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ତେଣୁ ଗାଧୋଇବା ସମୟରେ ପରିସ୍ରା କରିବା ଉଚିତ୍ ନୁହେଁ ।

ବ୍ଲାଡର ହୋଇପାରେ ପ୍ରଭାବିତ

ଯଦି ଆପଣ ସାୱାର ତଳେ ଛିଢା ହୋଇ ଗାଧୋଉଛନ୍ତି ଏବଂ ସେହି ସମୟରେ ପ୍ରରିସ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ବ୍ଲାଡରକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । କାରଣ ସ୍ୱାୱାରର ସେହି ପାଣି ଶବ୍ଦରେ ବ୍ଲାଡର ସମ୍ପୂର୍ଣ୍ଣ ରୂପେ ଖାଲି ହୋଇପାରେ ନାହିଁ । ଏଥିସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ମହିଳାମାନେ ଯେତେବେଳେ ଛିଡା ହୋଇ ପରିସ୍ରା କରିଥାନ୍ତି ,ସେତେବେଳେ ସେମାନେ ପେଲବିକ୍ ମସଲକୁ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଆରାମ ଦେଇ ପାରନ୍ତି ନାହିଁ । ଫଳରେ ଏହା ବ୍ଲାଡର ଉପରେ ପ୍ରଭାବ ପକାଇଥାଏ । ତେଣୁ ଗାଧୋଇବା ସମୟରେ ମହିଳାମାନେ ଛିଡା ହୋଇ ପରିସ୍ରା କରିବା ଉଚିତ୍ ନୁହେଁ । ଏପରି କରୁଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ନଚେତ୍ ଏହା ୟୁରିନାରୀ ବ୍ଲାଡରକୁ ଖରାପ କରିପାରେ । ଏହାର ବିପରୀତ ପୁରୁଷଙ୍କୁ ନିଜ ମୂତ୍ରାଶୟକୁ ସାହାରା ଦେବା ପାଇଁ ପ୍ରୋଷ୍ଟେଟ ହୋଇଥାଏ । ଅର୍ଥାତ୍‌ ସେମାନେ ପରିସ୍ରା କରିବା ସମୟରେ ଛିଡା ହେବା ସ୍ଥିତି ସଠିକ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.