ଲାଇଫ୍ ଷ୍ଟାଇଲ୍

ଶୀତ ଦିନେ ତ୍ୱଚା ଶୁଷ୍କ ହୋଇଯାଉଛି କି? ତେବେ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ୍‌, ତୁରନ୍ତ ଫେରିବ କୋମଳତା

ଥଣ୍ଡା ଦିନେ ଅଧିକାଂଶ ସମୟରେ ଶୁଷ୍କ ତ୍ୱଚାର ସମସ୍ୟା ଦେଖିବାକୁ ମିଳିଥାଏ। ଅତ୍ୟଧିକ ଥଣ୍ଡା କାରଣରୁ ମଧ୍ୟ ତ୍ୱଚାର କୋମଳତା ନଷ୍ଟ ହୋଇଯାଇଥାଏ। ଯାହାଫଳରେ ତ୍ୱଚାରେ ଶୁଷ୍କପଣ ଦେଖାଯାଇଥାଏ। ଏଥିପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏସବୁ ବ୍ୟବହାର କରିବା ପରେ ମଧ୍ୟ ବିଶେଷ କିଛି ଫରକ୍‌ ପଡିନଥାଏ। ଏନେଇ ଆଜି ଆମେ ଆପଣଙ୍କୁ ଖଜୁରୀରେ ପ୍ରସ୍ତୁତ ହୋମମେଡ୍‌ ଫେସ୍‌ ପ୍ୟାକ୍‌ ବିଷୟରେ କହିବୁ। ଏହି ଫେସ୍‌ ପ୍ୟାକ୍‌ ବ୍ୟବହାର କରିବା ଦ୍ୱାରା ଶୁଷ୍କ ତ୍ୱଚା ସମସ୍ୟା, ବ୍ରଣ ଏବଂ ଦାଗ ଆଦି ଦୂର ହୋଇଯିବ। ଏଥିସହ ଶୀତଦିନେ ତ୍ୱଚା ଗ୍ଲୋଇଂ ଏବଂ ସୁସ୍ଥ ରହିଥାଏ। ପୋଷକ ତତ୍ତ୍ୱରେ ଭରପୁର ଥିବା ଖଜୁରୀ ଶରୀର ପାଇଁ ଲାଭକାରୀ ହୋଇଥାଏ।

ଫେସପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

୫ ରୁ ୬ଟି ଖଜୁରୀ
୧ କପ୍‌ କ୍ଷୀର
୧ ଟେବୁଲ୍‌ ସ୍ପୁନ୍‌ କ୍ରିମ କିମ୍ବା ମଲାଇ
୧ ଚାମଚ ଲେମ୍ବୁ ରସ

କିପରି ପ୍ରସ୍ତୁତ

ଏହି ଫେସପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ରାତିସାରା ଖୁଜୁରୀକୁ କ୍ଷୀରରେ ଭିଜାଇ ରଖିବାକୁ ପଡିବ। ଏହାପରେ ତା’ପରଦିନ ସେହି ଖଜୁରୀକୁ ମଲାଇ କିମ୍ବା କ୍ରିମ ସହ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରଦିଅନ୍ତୁ। ଏହାପେରେ ପ୍ରସ୍ତୁତ ହୋଇଥିବା ଏହି ପେଷ୍ଟରେ ଲେମ୍ବୁ ରସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।

ଏପରି କରନ୍ତୁ ବ୍ୟବହାର

ଖଜୁରୀରେ ପ୍ରସ୍ତୁତ ହୋଇଥିବା ଏହି ଫେସପ୍ୟାକକୁ ବ୍ରସ କିମ୍ବା ଆଙ୍ଗୁଳି ସାହାଯ୍ୟରେ ମୁହଁ ଏବଂ ବେକରେ ଲଗାନ୍ତୁ।
ଏହି ପ୍ୟାକକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ବେକରେ ଲଗାଇ ରଖନ୍ତୁ। ସୁଖିଯିବା ପରେ ପାଣି ସାହାଯ୍ୟରେ ତ୍ୱଚାକୁ ଭଲଭାବେ ସଫା କରିଦିଅନ୍ତୁ। ସପ୍ତାହରେ ଅତିକମରେ ୩ ଥର ଏହି ଫେସପ୍ୟାକ୍‌ ବ୍ୟବହାର କରିବା ଦ୍ୱାରା ଆପଣ ନିଜେ ଫରକ୍‌ ଅନୁଭବ କରିପାରିବେ।

କାହିଁକି ଲାଭକାରୀ ହୋଇଥାଏ ଏହି ଫେସପ୍ୟାକ୍‌

ଭିଟାମିନ୍‌ ଏ ଏବଂ ଭିଟାମିନ ସି ରେ ଭରପୁର ଥିବା ଖଜୁରୀ ଶୀତଦିନେ ତ୍ୱଚାକୁ କୋମଳ ରଖିଥାଏ। ଖଜୁରୀ ତ୍ୱଚାକୁ କୋମଳ, ଗ୍ଲୋଇଂ କରିଥାଏ। ଏଥିସହ ତ୍ୱଚାକୁ ଶୁଷ୍କପଣରୁ ମଧ୍ୟ ରକ୍ଷା କରିଥାଏ। ଏସବୁ ବ୍ୟତୀତ ଏହି ଫେସପ୍ୟାକ ବ୍ୟବହାର କରିବା ଦ୍ୱାରା ବ୍ରଣ ଏବଂ ଧଳା ଦାଗ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

30 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

32 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

38 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

47 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

47 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago