କେଶ ବୃଦ୍ଧି ପାଇଁ ଏହିଭଳି ଭାବେ ବ୍ୟବହାର କରନ୍ତୁ ଅଣ୍ଡା ଖୋଳ, ଥରେ ନିଶ୍ଚୟ ଟ୍ରାଏ କରନ୍ତୁ ଏହି ହେୟାର ପ୍ୟାକ୍‌

ଅଣ୍ଡା ପ୍ରୋଟିନ୍‌ର ସବୁଠାରୁ ଭଲ ସ୍ରୋତ ହୋଇଥାଏ। ସ୍ୱାସ୍ଥ୍ୟ ସହିତ ଅଣ୍ଡା କେଶ ପାଇଁ ମଧ୍ୟ ବେଶ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଅଣ୍ଡା ସହିତ ଏହାର ଖୋଳ ମଧ୍ୟ ଆପଣଙ୍କର ଅନେକ କାମରେ ଆସିପାରିବ। ଏହାର ଖୋଳ ସ୍କିନ୍‌ ସହିତ କେଶ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ। ଆଜି ଆମେ ଆପଣଙ୍କୁ କେଶର ଗ୍ରୋଥ୍‌ ପାଇଁ ଅଣ୍ଡା ଖୋଳକୁ କେଉଁଭଳି ଭାବେ ବ୍ୟବହାର କରାଯିବ, ସେ ବିଷୟରେ କହିବାକୁ ଯାଉଛୁ।

ସାମଗ୍ରୀ

ଅଣ୍ଡା ଖୋଳର ପାଉଡର-୨ ଚାମଚ

ଦହି-୨ ଚାମଚ

ବିଧି

-ଅଣ୍ଡା ଖୋଳର ପାଉଡର ଏବଂ ଦହିକୁ ଏକ ସାଥୀରେ ମିକ୍ସ କରି ନିଅନ୍ତୁ। ଏବେ ଏହାକୁ ଭଲ ଭାବେ ମିକ୍ସ କରିବା ପରେ ନିଜ କେଶରେ ଲଗାନ୍ତୁ। ଲଗାଇବା ପରେ ପାଖାପାଖି ୪୫ ମିନିଟ୍‌ ଯାଏ ଏହାକୁ ସେମିତି ହିଁ ଛାଡ଼ି ଦିଅନ୍ତୁ।

-ଏହାପରେ ଶାମ୍ପୁରେ ନିଜ କେଶକୁ ଧୋଇ ନିଅନ୍ତୁ। କେଶ ଯଦି ଫ୍ରିଜି ଏବଂ ରୁକ୍ଷ ଅଛି, ତା’ହେଲେ ଏହି ହେୟାର ପ୍ୟାକ୍‌କୁ ସପ୍ତାହରେ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ।

ଅଏଲି ତାଳୁ ପାଇଁ ଏପରି କରନ୍ତୁ ବ୍ୟବହାର

ସାମଗ୍ରୀ

-ଅଣ୍ଡା ଖୋଳର ପାଉଡର-୩ରୁ ୪ ଚାମଚ

-ଅଣ୍ଡାର ଧଳା ଅଂଶ-୨

ବିଧି

-ଦୁଇଟି ଜିନିଷକୁ ଭଲ ଭାବେ ମିକ୍ସ କରିବା ପରେ ଏକ ଫାଇନ ପେଷ୍ଟ ବନାଇ ନିଅନ୍ତୁ। ଧ୍ୟାନ ରଖିବେ କି, ପେଷ୍ଟ ଯେପରି ଅଧିକ ପତଳା ଏବଂ ଟାଇଟ୍‌ ନ ହେବ। ଆପଣଙ୍କୁ ନର୍ମାଲ ଥିକ୍‌ ପେଷ୍ଟ ପ୍ରସ୍ତୁତ କରିବାକୁ ହେବ।

-ଏବେ ଏହାକୁ ନିଜ କେଶର ତାଳୁରେ ଲଗାନ୍ତୁ ଏବଂ ପାଖାପାଖି ୨୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ୨୦ ମିନିଟ୍‌ ପରେ କେଶ ଶାମ୍ପୁ କରି ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.