ଆଗକୁ ଆସୁଛି ଦୀପାବଳି, ଆପଣଙ୍କ ଘର ଏବଂ ବାସନକୁ ପରିଷ୍କାର ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ତାହେଲେ ଆପଣ ଖୁବ୍‌ ସହଜରେ ଏହି ସବୁ ଜିନିଷ ସଫା କରିପାରିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ସଫା କରିବାର କିଛି ସହଜ ଟିପ୍ସ।

-ଘରକୁ ଫୁଲରେ ସଜାଇବା ପାଇଁ ଜାମ୍ ,କୋଲ୍ଡ ଡ୍ରିଙ୍କ୍ସ ଏବଂ ସସ୍‌ର ଖାଲି ବୋତଲ ବ୍ୟବହାର କରିପାରିବେ। ଏହି ସବୁ ବୋତଲରେ ଲାଗିଥିବା ଷ୍ଟିକର ଛଡାଇବା ପାଇଁ ଆପଣ ମିୟୋନିଜ୍‌ ବ୍ୟବହାର କରିପାରିବେ। ମିୟୋନିଜ୍‌ ଲଗାଇ ଘଷିବା ଦ୍ୱାରା ଏହି ଦାଗ ସହଜରେ ଛାଡିଯାଇଥାଏ।

house-cleaner-ଷ୍ଟିଲ୍, ପିତ୍ତଳ ଓ କପର୍ ବାସନରୁ ଦାଗ ଛଡାଇବା ପାଇଁ ବେକିଂ ସୋଡ଼ା ବ୍ୟବହାର କରନ୍ତୁ।

-ରୋଷେଇ ବେଳେ ତେଲ ଓ ମସଲା ଆଦି ପଡ଼ି ଗ୍ୟାସ୍ ରେ ଦାଗ ହୋଇଯାଇଥାଏ। ଏହି ଦାଗକୁ ହଟାଇବା ପାଇଁ ଆପଣ ବେକିଂ ସୋଡା ବ୍ୟବହାର କରିପାରିବେ।

-ଖାଦ୍ୟ ପୋଡ଼ିଗଲେ ଏହାର ପୋଡ଼ା ଦାଗ ବାସନରୁ ସହଜରେ ଛାଡ଼ି ନଥାଏ। ଏଥିପାଇଁ ଆପଣ ଭିନେଗାର୍ ବ୍ୟବହାର କରିପାରିବେ। ପ୍ରଥମେ ପୋଡ଼ା ବାସନରେ ଭିନେଗାର୍ ଓ ପାଣି ମିଶାଇ କିଛି ସମୟ ଫୁଟାନ୍ତୁ। ଏହାକୁ ଥଣ୍ଡା ହେବା ପାଇଁ  କିଛି ସମୟ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ସଫା କରିବା ପରେ ଦେଖିବେ ପୋଡ଼ା ଦାଗ ସହଜରେ ଛାଡ଼ିଯିବ।

ଏହାସହ ପଢନ୍ତୁ: ଜାଣନ୍ତୁ ଦୀପାବଳି ଦିନ କାହିଁକି ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ

-ଘରର ଚଟାଣ ସଫା କରିବା ପାଇଁ କେମିକାଲ୍ ଯୁକ୍ତ ଲିକ୍ୱିଡ୍ ବ୍ୟବହାର କରନ୍ତୁ। ଏହାଦ୍ୱାରା ବ୍ୟାକ୍ଟେରିଆ ସହଜରେ ନଷ୍ଟ ହୋଇଥାଏ। କିନ୍ତୁ ଇଲେକ୍ଟ୍ରୋନିକ୍ସ ଜିନିଷ ସଫା କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।

-ଘର ସଫା କରିବା ସମୟରେ ଅଦରକାରୀ ଜିନିଷ ଫିଙ୍ଗି ଦିଅନ୍ତୁ। ପୁରୁଣା ମେକଅପ୍ କିଟ୍, ଔଷଧ ଓ ରୋଷେଇ ଦ୍ରବ୍ୟକୁ ଘରେ ରଖନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.