ଏହିସବୁ ରୋଗରୁ ମୁକ୍ତି ଚାହୁଁଥିଲେ ଦୈନିକ ପିଅନ୍ତୁ କଖାରୁ ରସ

ପ୍ରତ୍ୟେକ ଫଳ ଓ ପରିପରିବାର ଔଷଧୀୟ ଗୁଣ ରହିଛି । ଏମିତି କିଛି ପରିବା ରହିଛି ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଆଜି ଆସନ୍ତୁ ଜାଣିବା କଖାରୁ ର ଔଷଧୀୟ ଗୁଣ ସମ୍ପର୍କରେ । କଖାରୁ ରସ ଆମକୁ କି ରୋଗରୁ ରକ୍ଷା କରିପାରିବ ।

pumpkin-0

୧. ହାର୍ଟ ରୋଗରୁ ରକ୍ଷା କରିଥାଏ : କଖାରୁ ହାର୍ଟ ରୋଗରୁ ରକ୍ଷା କରିଥାଏ । କଖାରୁରେ ବହୁମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ ଯାହା ହାର୍ଟ ରୋଗମୁକ୍ତ କରି ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

୨. ବ୍ଲଡ ପ୍ରେସର କରିଥାଏ କଣ୍ଟ୍ରୋଲ : ଯେଉଁମାନେ ହାଇ ବ୍ଲଡ ପ୍ରେସର ରୋଗରେ ପୀଡିତ ଅଛନ୍ତି ସେମାନେ କଖାରୁ ରସ ସେବନ କରିବା ଉଚିତ୍‌ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ।

୩. ପଥରୀ ରୋଗରେ ବଡ଼ ଉପକାରୀ : ଆଜିକାଲି ପଥରୀ ରୋଗରେ ଅଧିକାଂଶ ଲୋକେ ପୀଡିତ । ତେବେ ପଥର ରୋଗରେ କଖାରୁ ରସ ବେଶ ଉପକାରୀ । ନିୟମିତ କଖାରୁ ଜୁସ ପିଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହାକୁ ନିୟମିତ ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ପାଇଥାଏ ।

କଖାରୁ ଜୁସ୍‌ ବନାଇବା ତରିକା :

ପ୍ରଥମେ କଖାରୁକୁ ଛୋଟ ଛୋଟ ଖଣ୍ଡରେ କାଟନ୍ତୁ । ଏହାପରେ କଖାରୁକୁ ମିକ୍ସରରେ ଗ୍ରାଇଣ୍ଡ କରି ଏହାର ରସ କାଢ଼ନ୍ତୁ । ପରେ ଏହାକୁ ଛାଣିକରି ଏହାର ରସକୁ ପିଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.