ଚମକି ଉଠିବ ଆପଣଙ୍କ ତ୍ବଚା ! ଏମିତି କରନ୍ତୁ ଲୁଣର ବ୍ଯବହାର
![Beauty Benefits of salt](https://knewsodisha.com/wp-content/uploads/2018/06/Salt-_-Beauty-Benefits.jpg)
ସମସ୍ତଙ୍କୁ ଦରକାର ଦାଗହୀନ ଏବଂ ଉଜ୍ଜଳ ତ୍ୱଚା । ପାର୍ଶ୍ୱପ୍ରତିକ୍ରିୟା ସତ୍ୱେ ପ୍ରାୟ ପ୍ରତ୍ଯେକ ଝିଅ ବିଭିନ୍ନ ବିଉଟି ପ୍ରଡକ୍ଟର ସାହାରା ନିଅନ୍ତି | ଆପଣଙ୍କ ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ। କିନ୍ତୁ କଣ ଆପଣ ଜାଣନ୍ତି ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ । ଆପଣ ଭାବୁଥିବେ ଖାଦ୍ୟର ସ୍ୱାଦ ବଢାଉଥିବା ସାମାନ୍ୟ ଲୁଣ କିପରି ଆପଣଙ୍କର ଚେହେରା କୁ ଉଜ୍ଜଳ କରିବା ? ଆସନ୍ତୁ ଜାଣିବା ବ୍ୟବହାର କିପରି କରିବେ ।
ଗରମ ଦିନରେ ଆପଣଙ୍କ ତ୍ୱଚା ଶୁଷ୍କ ଓ ମଳିନ ପଡ଼ିଯାଏ । ତ୍ୱଚାରୁ ମୃତକୋଷ ବାହାର କରି ତ୍ୱଚାକୁ ଉଜ୍ଜଳ କରିବାରେ ଲୁଣ ଆପଣଙ୍କୁ ସାହାଯ୍ୟକରେ ।
– ଲୁଣ , ଅଲିଭ ତେଲ , ଲାଭେଣ୍ଡର ତେଲ ଓ ବାଦାମ କୁ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚା ଉପରେ ଭଲ ଭାବରେ ସ୍କ୍ରବ କରି କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ । ତା’ପରେ ଥଣ୍ଡା ଜଳରେ ମୁହଁକୁ ଧୋଇଦିଅନ୍ତୁ । ବର୍ତମାନ ଆପଣ ଏହାର ପ୍ରଭାବ ଦେଖିପାରିବେ ।
– କେବଳ ତ୍ୱଚା ଉଜ୍ଜଳ ପାଇଁ ନୁହଁ ଆପଣ ଦାନ୍ତକୁ ଚାମକାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ଲୁଣ , ଏକ ଚାମଚ ବେକିଙ୍ଗ ପାଉଡରର ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ବ୍ରଶରେ ଲଗାଇ ବ୍ୟବହାର କରନ୍ତୁ, ଆପଣ କିଛିଦିନ ମଧ୍ୟରେ ଚମକୁ ଥିବା ଦାନ୍ତ ପାଇପାରିବେ |
– ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବା ପାଇଁ ଲୁଣପାଣିକୁ ନିୟମିତ କୁଳି କଲେ କିଛି ଦିନ ମଧ୍ୟରେ ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଦୁରେଇ ଯିବ ।
– ୧ ଚାମଚ ଲୁଣ , ଏକ ଚାମଚ ଲେମ୍ବୁରସ , ଏକ ଚାମଚ ବେକିଙ୍ଗ ସୋଡ଼ା ଓ ଅଧା କପ ପାଣିରେ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନଖ ଉପରେ ଲଗାନ୍ତୁ । କିଛି ଦିନ ପରେ ଆପଣ ନଖ ଚମକିବ ଆରମ୍ଭ କରିବ ।