ଦାମୀ ପ୍ରଡକ୍ଟ ବଦଳରେ ତ୍ୱଚାରେ ଲଗାନ୍ତୁ ଏହି ସବୁ ଘରୋଇ ପ୍ରଡକ୍ଟ, ବିନା ଖର୍ଚ୍ଚରେ ଚମକି ଉଠିବେ

ଖାଦ୍ୟପେୟରେ ଅନିୟମିତତା ତଥା ମାତ୍ରାଧିକ ପ୍ରଦୂଷଣ କାରଣରୁ ମହିଳାଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଉଛି । କିଛି ଜଣଙ୍କ ମନରେ ଧାରଣା ରହିଛି ଯେ ତ୍ୱଚା ସମସ୍ୟା ଦେଖାଦେଲେ ମାହାଙ୍ଗା ତଥା ବ୍ରାଣ୍ଡେଡ ପ୍ରଡକ୍ଟ ବ୍ୟବହାର କଲେ ସମସ୍ୟା ଦୂର ହେବ ।

ଖାଦ୍ୟପେୟରେ ଅନିୟମିତତା ତଥା ମାତ୍ରାଧିକ ପ୍ରଦୂଷଣ କାରଣରୁ ମହିଳାଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଉଛି । କିଛି ଜଣଙ୍କ ମନରେ ଧାରଣା ରହିଛି ଯେ ତ୍ୱଚା ସମସ୍ୟା ଦେଖାଦେଲେ ମାହାଙ୍ଗା ତଥା ବ୍ରାଣ୍ଡେଡ ପ୍ରଡକ୍ଟ ବ୍ୟବହାର କଲେ ସମସ୍ୟା ଦୂର ହେବ । କିନ୍ତୁ ଜାଣନ୍ତିକି ଆପଣ କେତେ ଗୁଡିଏ ଅତି ସାଧାରଣ ଘରୋଇ ତରିକରେ ବି ତ୍ୱଚା ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଆଜି ଆମେ ଏମିତି କିଛି ଛୋଟ ଛୋଟ ଟିପ୍ସ ବାବଦରେ ଜାଣି ରଖିବା ଯାହାକୁ ବ୍ୟବହାର କରି ଆପଣ ତ୍ୱଚା ତଥା କେଶ ସହ ଜଡିତ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ପାଇପାରିବେ ।

ଜାଣିରଖନ୍ତୁ କନସିଲର ଲଗାଇବାର ସଠିକ ତରିକା

ଚେହେରାରୁ ଦାଗ ଆଦିକୁ ଲୁଚାଇବା ହେଉଛି କନସିଲରର ମୁଖ୍ୟ କାମ । ଏହାକୁ ସବୁବେଳେ ନିଜ ମୁହଁରେ ଓଲଟା ଭାବରେ ବୁଲାଇ ଲଗାନ୍ତୁ । ଦେଖିବେ ଚେହେରା କେମିତି ଚମକି ଉଠିବ ।

ଦେଶୀ ଘିଅ ଲଗାନ୍ତୁ

ପ୍ରତିଦିନ ଚେହେରାରେ ଦେଶୀ ଘିଅ ମାଲିସ କରନ୍ତୁ । ଏହା ଦ୍ୱାରା ସ୍କିନ ମୁଲାୟମ ହେବା ସହିତ ଦାଗ ସମସ୍ୟା ବି ଦୂର ହେବ ।

ଅଦା ରସ

ଏକ୍ସପର୍ଟଙ୍କ ଅନୁସାରେ, ପ୍ରତିଦିନ ୧ ରୁ ୨ ଚାମଚ ଅଦା ରସ ପିଇବା ଦ୍ୱାରା ରକ୍ତ ସଫା ହୋଇଥାଏ । ସ୍କିନରେ ଚମକ ଆସିଥାଏ । ଦାଗ ବ୍ରଣ ଇନଫେକ୍ସନ ସମସ୍ୟା ଦୂର ହେବ ।

ଅଧା ଚାମଚ କ୍ଷୀରରେ ଅଳ୍ପ ଲେମ୍ବୁ ରସ ମିଶାଇ ଚେହେରାରେ ମାଲିସ କରନ୍ତୁ । ଦେଖିବେ ଚେହେରାରେ ଏକ ଚମକ ଆସିବ ।

ଅଏଲି ସ୍କିଂନ ପାଇଁ ପ୍ୟାକ

ଗୋଟେ ଚୁଟକୀ ହଳଦୀ ପାଉଡର, ଅଧା ଚାମଚ ଲେମ୍ବୁ ରସ, ଗୋଟେ ଛୋଟ ଚାମଚ ମହୁ ମିଶାଇ ଚେହେରାରେ ୧୦ ମିନିଟ ପାଇଁ ମାଲିସ କରନ୍ତୁ । ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏମିତି କରନ୍ତୁ । ଏହି ପ୍ୟାକ ତ୍ୱଚାରୁ ଅତ୍ୟଧିକ ତେଲିଆ ପଣକୁ ଦୂର କରିଦେବ ।

ଦହିରେ ଧୁଅନ୍ତୁ କେଶ

ସାମ୍ପୁ ବଦଳରେ ଦହିରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ସେଥିରେ କେଶ ଧୁଅନ୍ତୁ | କେଶ ଝଡ଼ିବା ବନ୍ଦ ହେବା ସହ ଏକ ପ୍ରକାର ଚମକ ଆସିବ ।

ମେଥି ଦାନା ପେଷ୍ଟ

ମେଥି ଦାନାର ଏକ ପେଷ୍ଟ ପ୍ରସ୍ତୁତ କରି ମୁଣ୍ଡର ସ୍କଲପରେ ମାଲିସ କରନ୍ତୁ । ଏମିତି କରିବାର ୩୦ ମିନିଟ ପରେ ଧୋଇନେବେ । ସପ୍ତାହକୁ ଦୁଇ ରୁ ତିନି ଥର ଏପରି କଲେ କେଶ ମଜବୁତ ହେବା ସହ ଲମ୍ବା, ଘନ ତଥା ଚମକଦାର ହେବ ।

ଶୋଇବା ପୂର୍ବରୁ ଲଗାନ୍ତୁ ହଳଦୀ-କ୍ଷୀର ପ୍ୟାକ

ଶୋଇବା ପୂର୍ବରୁ ୨ ଚାମଚ କ୍ଷୀରରେ ଗୋଟେ ଚୁଟକୀ ହଳଦୀ ମିଶାଇ ଚେହେରାରେ ଧୀରେ ଧୀରେ ମାଲିସ କରନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି କଲେ ତ୍ୱଚାରୁ ବ୍ରଣ ଜନିତ ସମସ୍ୟା ଆଦି ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.