ମୁହଁରେ ଦାଗ, ବ୍ରଣ ନେଇ ଚିନ୍ତିତ ଅଛନ୍ତି କି ? ତେବେ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ଘରୋଇ ଫେସ ପ୍ୟାକ

ସକାଳୁ ଉଠିବା ପରେ ଯଦି ଆମେ ନିଜ ମୁହଁ ଦର୍ପଣରେ ଦେଖିଥାଉ । ଆଉ ଏହି ସମୟରେ ଯଦି ନିଜ ମୁହଁ ଖୁବ ସତେଜ ଦେଖାଯାଏ, ତେବେ ଦିନଟା ଯେମିତି ସୁରୁଖୁରୁରେ ବିତିଯାଏ । କିନ୍ତୁ ଯଦି ଯଦି ସକାଳେ ମୁହଁ ଦେଖୁଥିବା ବେଳେ ଯଦି କୌଣସି ଦାଗ ବ୍ରଣ ନଜର ଆସେ, ତେବେ ମୁଡ ଯେମିତି ପୁରାପୁରି ବିଗିଡି ଯାଏ । ଦିନ ତମାମ ଯେମିତି ଏକ ପ୍ରକାର ବ୍ୟସ୍ତତା ଭରା ଲାଗେ । କିନ୍ତୁ ଜାଣନ୍ତିକି, ଆପଣ କେତେକ ଘରୋଇ ଉପଚାର ବ୍ୟବହାର କରି ନିଜ ମୁହଁରୁ ଏହି ଦାଗ ବ୍ରଣ ଆଦିକୁ ହଟାଇବା ସହ ଏକ ଚମକ ବି ଆଣିପାରିବେ । ତେବେ ଆସନ୍ତୁ ଏହି ସବୁ ଘରୋଇ ଉପଚାର ଗୁଡିକ ଉପରେ ଏକ ନଜର ପକାଇବା:

acne

ମହୁ:

ମହୁରେ ଥିବା ମଇଶ୍ଚରାଇଜିଙ୍ଗ ଓ ଜୀବାଣୁ ରୋଧି ଗୁଣ ଚେହେରାକୁ ବ୍ୟାକ୍ଟେରିଆ ମୁକ୍ତ ରଖିବା ସହ ବ୍ରଣ ହେବାକୁ ଦେଇନଥାଏ । ଏହାର ଲାଭ ପାଇବା ପାଇଁ ପରିସ୍କାର ମୁହଁରେ ମହୁ ଲଗାଇ ରାତିସାରା ଛାଡି ଦିଅନ୍ତୁ । ସକାଳୁ ନଖ ଉଷୁମ ପାଣିରେ ଧୋଇ ନିଅନ୍ତୁ ।

ଟି-ଟ୍ରି ଅଏଲ:

ତ୍ୱଚା ଉପଚାରରେ ଏକ ବରଦାନ ସଦୃଶ ହୋଇଥାଏ ଟି – ଟ୍ରି ଅଏଲ । ଏଥିରେ ଭରପୁର ମାତ୍ରାରେ ଆଣ୍ଟିସେପ୍ଟିକ ଓ ଆଣ୍ଟି ବ୍ୟାକ୍ଟେରିୟଲ ଗୁଣ ଥିବାରୁ ତ୍ୱଚାରୁ ଖୁବ ଶୀଘ୍ର ଜୀବାଣୁକୁ ହଟାଇ ଦେଇଥାଏ । ୨ ବୁନ୍ଦା ଟି -ଟ୍ରି ଅଏଲରେ ୧୦  ବୁନ୍ଦା ନଡ଼ିଆ ତେଲ ମିଶାଇ ସଫା ମୁହଁରେ ମାଲିସ କରି ଦିଅନ୍ତୁ ।

acne

ଗ୍ରୀନ- ଟି:

ଶରୀର ପାଇଁ ଖୁବ ଲଭଦାୟୀ ସାବ୍ୟସ୍ତ ହୋଇଥିବା ଗ୍ରୀନ- ଟିରେ ମଧ୍ୟ ତ୍ୱଚା ଉପଯୋଗୀ ଗୁଣ କିଛି କମ ନାହିଁ । ଗୋଟେରୁ ୨ଟି ଗ୍ରୀନ ଟି ବ୍ୟାଗକୁ ଏକ କପ ପାଣିରେ ଗରମ କରି ଛାଣି ନିଅନ୍ତୁ । ଏହାକୁ ଛାଣି ତୁଳା ସାହାଯ୍ୟରେ ଚେହେରାରେ ଧୀରେ ଧୀରେ ଲଗାନ୍ତୁ ।

ଡାଲଚିନି ଓ ମହୁ:

ମହୁ ଓ ଡ଼ାଳଚିନି ଗୁଣ୍ଡକୁ ଭଲ ଭାବରେ ମିଶାଇ ମୁହଁରେ ଲଗାଇ ନିଅନ୍ତୁ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିୟାଲ ଗୁଣ ଚେହେରାକୁ ଦାଗହୀନ ବ୍ରଣ ହେବାକୁ ଦେଇନଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.