ଶୀତ ଦିନେ ସାବୁନ୍ ବ୍ୟବହାର ଦ୍ୱାରା ତ୍ୱଚା ଅଧିକ ଶୁଷ୍କ ହୋଇଯାଉଛି କି? ତେବେ ଲଗାନ୍ତୁ ଏହି ଘରୋଇ ପ୍ୟାକ୍

ଶୀତ ଦିନେ ଅଧିକାଂଶ ତ୍ୱଚାରେ ଶୁଷ୍କତା ଦେଖାଯାଇଥାଏ। ଏଥିସହ ପାଦ, ହାତ ମଧ୍ୟ ଶୁଷ୍କ ହୋଇଯାଏ, ଯାହା ଦେଖିବାକୁ ଖୁବ୍ ଖରାପ ଲାଗିଥାଏ। ଏହିକାରଣରୁ ଶୀତ ଦିନେ ତ୍ୱଚା ପ୍ରତି ଅଧିକ ଯତ୍ନ ନେବା ଆବଶ୍ୟକ। କିନ୍ତୁ ପ୍ରତ୍ୟେକ ଦିନ ଗାଧୋଇବା ସମୟରେ ସାବୁନ ବ୍ୟବହାର କରିବା ଦ୍ୱାରା ତ୍ୱଚା ଅଧିକ ରୁକ୍ଷ ହୋଇଯାଇଥାଏ। ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ସାବୁନ ପରିବର୍ତ୍ତେ ଘରେ ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ। ଏହାକୁ ଆପଣ ତ୍ୱଚା ବ୍ୟତୀତ ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଲଗାଇପାରିବେ। ଏହା ଆପଣଙ୍କ ତ୍ୱଚାକୁ ନରମ ଏବଂ ମୁଲାୟମ ରଖିଥାଏ। ତେବେ ଜାଣନ୍ତୁ କ’ଣ ସେହି ଘରୋଇ ଫେସ୍ ପ୍ୟାକ୍ ଯାହାକୁ ଆପଣ ସାବୁନ ପରିବର୍ତ୍ତେ ବ୍ୟବହାର କରିପାରିବେ।

Face-pack-ଚନ୍ଦନ ପାଉଡର ଏବଂ ହଳଦୀକୁ ଏକ ପାତ୍ରରେ ମିକ୍ସ କରି ସେଥିରେ ଅଳ୍ପ କଞ୍ଚା କ୍ଷୀର ପକାଇ ଭଲଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ହାଲୁକା ଭାବେ ମସାଜ୍ କରନ୍ତୁ। ଏହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍ ବ୍ୟବହାର କରିବା ଦ୍ୱାରା କିଛି ଦିନ ଭିତରେ ଆପଣ ତ୍ୱଚାରେ ଫରକ୍ ଅନୁଭବ କରିପାରିବେ।

-ବେସନ ଏବଂ ଦହିକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁ ଏବଂ ଶରୀରରେ ଲଗାଇ ୫ ମିନିଟ୍ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ତ୍ୱଚାକୁ କୋମଳ ରଖିବାରେ ଏହା ଏକ ଉତ୍ତମ ଘରୋଇ ଫେସ୍ ପ୍ୟାକ୍।

skin-ମସୁର ଡାଲିକୁ ଗୁଣ୍ଡ କରି ରଖନ୍ତୁ। ଏଥିରେ ଆପଣ ଅଳ୍ପ ଦହି ଏବଂ ଘିକୁଆଁରୀ ଜେଲ୍ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାପରେ ଭଲ ଭାବେ ଧୋଇ ଦିଅନ୍ତୁ। ଶୀତ ଦିନେ ଏହିସବୁ ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଏଥିରେ ଉଜ୍ଜ୍ୱଳତା ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.