ଆଜି ହିଁ ଚାଉଳରେ ଘରେ ପ୍ରସ୍ତୁତ କରନ୍ତୁ ଏହି ଫେସପ୍ୟାକ, ଭୁଲିଯିବେ ମହଙ୍ଗା ପ୍ରଡକ୍ଟ

କଣ ଆପଣ ନିଜ ସ୍କିନକୁ ଚମକାଇବା ପାଇଁ ଅନେକ ପ୍ରକାର ମହଙ୍ଗା ପ୍ରଡକ୍ଟ ୟୁଜ କରୁଛନ୍ତି କି ? ଯଦି ହଁ ତାହେଲେ ଆଜିଠୁ ଆପଣ ଏହି ପ୍ରଡକ୍ଟ ବଦଳରେ ନ୍ୟାଚୁରାଲ ପ୍ରଡକ୍ଟ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ । କାରଣ ପ୍ରାକୃତିକ ଜିନିଷରେ କୌଣସି ବି ସାଇଡଇଫେକ୍ଟ ରହିନଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଚାଉଳରେ ଘରୋଇ ଭାବେ ପ୍ରସ୍ତୁତ କରାଯାଉଥିବା ଫେସପ୍ୟାକ ବିଷୟରେ ଯାହାଦ୍ୱାରା ଆପଣଙ୍କ ତ୍ୱଚାରେ ପ୍ରାକୃତିକ ଭାବେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ।

ଚାଉଳରେ ଫେସପ୍ୟାକ

Related image

ଏକ ପାତ୍ରରେ ଦୁଇ ଚାମଚ ଚାଉଳ ଗୁଣ୍ଡ ନେଇ ସେଥିରେ ଚାରି ଚାମଚ ଗୋଲାପଜଳ ମିଶାଇ ଦିଅନ୍ତୁ ଆଉ ତାପରେ ସେଥିରେ ଗୋଟେ ଚାମଚ ଶୁଦ୍ଧ ଦେଶୀ ଘିଅ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ଭଲଭାବେ ମୁଂହ ଓ ବେକରେ ଲଗାଇ ଦିଅନ୍ତୁ ଏବଂ ୧୫ ମିନିଟ ପରେ ଏହାକୁ ହାଲକା ଗରମ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ୟାକ ଦ୍ୱାରା ସ୍କିନର ଡ୍ରାଏନେସ ଦୂର ହେବା ସହିତ ସ୍କିନର ଉଜ୍ଜ୍ୱଳତା ବଢିଥାଏ ।

Image result for use-these-rice-face-packs-for-natural-glowing-skin

ଏକ ଟମାଟୋକୁ ଗ୍ରେଟ କରି ତାର ରସ ବାହାର କରନ୍ତୁ ତାପରେ ସେଥିରେ କିଛି ଚାଉଳଗୁଣ୍ଡ ମିଶାଇ ଏକ ଫେସପ୍ୟାକ ପ୍ରସ୍ତୁତ କରନ୍ତୁ । ୧୫-୨୦ ମିନିଟ ଲଗାଇ ରଖିବା ପରେ ଚେହେରାକୁ ଧୋଇ ଦିଅନ୍ତୁ ଏହାଦ୍ୱାରା ତ୍ୱଚାରେ ଚମକ ବୃଦ୍ଧି ପାଇଥାଏ । ଏହାପରେ ଆପଣ ମୁଁହରେ ଟୋନର ବ୍ୟବହାର କରିପାରିବେ ଯାହାକି ଆପଣଙ୍କ ଚେହେରାରେ ରଙ୍ଗକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିବ ।