କଞ୍ଚା ଲଙ୍କାକୁ ଏମିତି କରନ୍ତୁ ଷ୍ଟୋର, ୧୫ ଦିନ ଯାଏଁ ରହିଥିବ ସତେଜ

ପ୍ରାୟତଃ ଆମେ ବଜାରରୁ କିଣି ଆଣୁଥିବା କଞ୍ଚା ଲଙ୍କା ଘରେ ରହି ରହି ଶୁଖିଯାଇଥାଏ। ଶୀଘ୍ର ଖରାପ ହୋଇଯାଉଥିବାରୁ ଅଧିକାଂଶ ଲୋକ ଅଳ୍ପ ପରିମାଣରେ ଲଙ୍କା କିଣିଥାନ୍ତି। ଫଳରେ ବାରମ୍ବାର ସେମାନଙ୍କୁ ମାର୍କେଟ ଦୌଡ଼ିବାକୁ ପଡେ। କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏଭଳି ଉପାୟ କହିବୁ ଯାହା ସାହାଯ୍ୟରେ ଆପଣ ଦୀର୍ଘ ଦିନ ଯାଏଁ କଞ୍ଚା ଲଙ୍କାକୁ ଘରେ ସତେଜ ରଖିପାରିବେ। ଆସନ୍ତୁ ଜାଣିବା କଣ ସେହି ଉପାୟ…

ଷ୍ଟୋର କରିବା ପୂର୍ବରୁ ପ୍ରଥମେ ଲଙ୍କାକୁ ଭଲ ପାଣିରେ ଧୋଇ ଅଧ ଘଣ୍ଟା ପାଇଁ ଥଣ୍ଡା ପାଣିରେ ଭିଜାଇ ଦିଅନ୍ତୁ। ପାଣିରୁ ବାହାର କରିବା ପରେ ପଛ ଡେମ୍ଫ ଛଡ଼ାଇ ଦିଅନ୍ତୁ। ଏବେ ଏହାକୁ ପେପର ଟାୱେଲରେ ଶୁଖାଇ ଦିଅନ୍ତୁ। ଶୁଖିଯିବା ପରେ ଲଙ୍କାକୁ ପେପର ଟିସ୍ୟୁରେ ଗୁଡ଼ାଇ ଜରିରେ ବାନ୍ଧି ଫ୍ରିଜରେ ରଖି ଦିଅନ୍ତୁ। ଏମିତି ରଖିଲେ ୧୫ ଦିନ ଯାଏଁ ଲଙ୍କା ଫ୍ରେସ ରହିବ।

ଆପଣ ଚାହିଁଲେ ଲଙ୍କାର ପେଷ୍ଟ ମଧ୍ୟ ତିଆରି କରି ରଖିପାରିବେ। ଏଥିପାଇଁ ଲଙ୍କାର ଡେମ୍ଫ ବାହାର କରିଦେଇ ତାହାକୁ ଗ୍ରାଇଣ୍ଡିଂ କରି ଏୟାର ଟାଇଟ ଡବାରେ ଭରି ଫ୍ରିଜରେ ରଖନ୍ତୁ। ଦୀର୍ଘ ଦିନ ଯାଏଁ ବ୍ୟବହାରଯୋଗ୍ୟ ରହିବ।

Leave A Reply

Your email address will not be published.