ଶୀତଦିନେ ଏଭଳି ବ୍ୟବହାର କରନ୍ତୁ ଆଲୋଭେରା ଜେଲ୍, ମିଳିବ ଚମକଦାର ତ୍ୱଚା

ଶୀତ ଋତୁରେ ଆମ ତ୍ୱଚାରେ ଅନେକ ପରିବର୍ତ୍ତନ ଘଟେ । ଏହି ଋତୁରେ ଚର୍ମର ଶୁଷ୍କତା ମଧ୍ୟ ବୃଦ୍ଧି ପାଇଥାଏ । ଏହି କାରଣରୁ, ଚର୍ମ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ବଢିଥାଏ । ତେଣୁ ଏହି ଋତୁରେ ସ୍କିନକୁ ମଶ୍ଚରାଇଜ୍ କରିବା ନିହାତି ଜରୁରୀ । ଶୀତଦିନେ ଚର୍ମର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଗ୍ଳୋଇଂ ସ୍କିନ୍ ପାଇବା ପାଇଁ, ଆପଣ ଉପଯୁକ୍ତ ସ୍କିନ କେୟାର ରୁଟିନ ସହିତ ନିଜ ଡାଏଟର ବି ଯତ୍ନ ନେବା ଉଚିତ୍ । ମୁହଁଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବାରେ ଆଲୋଭେରା ସାହାଯ୍ୟ କରିଥାଏ ।

ଥଣ୍ଡା ପାଗରେ ଚର୍ମରେ ଆର୍ଦ୍ରତା ବଜାୟ ରଖିବା ପାଇଁ ଆପଣ ଆଲୋଭେରା ଜେଲ୍ ପ୍ରୟୋଗ କରିପାରିବେ । ଆଣ୍ଟିଅକ୍ସିଡାଣ୍ଟ ସହିତ ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ମଧ୍ୟ ଥାଏ । ତେଣୁ ଏହାର ବ୍ୟବହାର ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିଥାଏ । କିନ୍ତୁ ଶୀତଦିନେ ଆଲୋଭେରା ଜେଲ୍ କିପରି ବ୍ୟବହାର କରାଯାଏ ତାହା ମଧ୍ୟ ଜାଣିବା ଉଚିତ୍ । ତେବେ ଶୀତଦିନେ ଗ୍ଳୋଇଂ ସ୍କିନ୍ ପାଇଁ ଆଲୋଭେରା ଜେଲ୍ ସହିତ କେଉଁ ଜିନିଷଗୁଡିକ ମିଶାଇ ବ୍ୟବହାର କରିବା ଉଚିତ୍ ଆସନ୍ତୁ ଜାଣିବା ।

ବାଦାମ ତେଲ ଏବଂ ଆଲୋଭେରା:

ଆଲୋଭେରା ଏବଂ ବାଦାମ ତେଲର ମିଶ୍ରଣକୁ ପ୍ରୟୋଗ କଲେ ମୁହଁରେ ଥିବା ଅନେକ ଦିନର ଦାଗ କମିଯାଏ । ବାଦାମ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଇ ଥାଏ, ଯାହା ସ୍କିନକୁ ଗ୍ଳୋଇଂ କରିବାରେ ସାହାଯ୍ୟ କରିଥାଏ । ବାଦାମ ତେଲକୁ ଟିକେ ଆଲୋଭେରା ଜେଲରେ ମିଶାଇ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ । ଏହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ ହେବ ।

ନଡିଆ ତେଲ ଏବଂ ଆଲୋଭେରା:

ଗ୍ଳୋଇଂ ସ୍କିନ୍ ପାଇଁ ଆଲୋଭେରା ଏବଂ ନଡିଆ ତେଲର ମିଶ୍ରଣ ମଧ୍ୟ ବହୁତ ଭଲ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ ନଡିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ E ସହିତ ଅନେକ ମିନେରାଲସ ମଧ୍ୟ ମିଳିଥାଏ । ଏହାକୁ ପ୍ରୟୋଗ କରିବା ଦ୍ୱାରା ସ୍କିନ ଡ୍ରାଏ ହୋଇନଥାଏ । ଆପଣ ଏହାକୁ ବେକ, ହାତ ଏବଂ ପାଦରେ ମଧ୍ୟ ଲଗାଇ ପାରିବେ ।

ଆଲୋଭେରା ଏବଂ ହଳଦୀ:

ଆପଣ ଆଲୋଭେରା ଜେଲରେ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାଇ ପାରିବେ । ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି । ଏହାକୁ ପ୍ରୟୋଗ କରିବା ଦ୍ୱାରା କେବଳ ଗ୍ଳୋଇଂ ସ୍କିନ୍ ହୁଏ ନାହିଁ ବରଂ ଇନଫେକ୍ସନରୁ ମଧ୍ୟ ମୁକ୍ତି ମିଳିଥାଏ । ଆପଣ ଗାଧୋଇବା ପୂର୍ବରୁ ଆଲୋଭେରା ଜେଲ ସହିତ ମିଶ୍ରିତ ଏକ ଚାମଚ ହଳଦୀ ପ୍ରୟୋଗ କରିପାରିବେ ।

ଏହି ମିଶ୍ରଣକୁ ଅତି କମରେ ୧୦ ମିନିଟ୍ ପାଇଁ ପ୍ରୟୋଗ କରନ୍ତୁ । ତଥାପି, ଆଲୋଭେରା ଜେଲ ସହିତ କୌଣସି ପ୍ରକାରର ପରୀକ୍ଷଣ କରିବା ପୂର୍ବରୁ ସ୍କିନର ଏକ ପ୍ୟାଚ୍ ଟେଷ୍ଟ କରନ୍ତୁ । ଏହି ପ୍ୟାଚ୍ ଟେଷ୍ଟ ପରେ ଆପଣ ନିଶ୍ଚୟ ଜାଣିପାରିବେ ଆଲୋଭେରା ଆପଣଙ୍କ ସ୍କିନ ପାଇଁ ଠିକ ଅଛି କି ନାହିଁ ।

You might also like