ଚିକ୍କଣ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ୍, ସୁନ୍ଦର ଦେଖାଯିବ ଚେହେରା
ସୁନ୍ଦର ତ୍ୱଚା ସମସ୍ତଙ୍କୁ ପସନ୍ଦ। ଚମକପୂର୍ଣ୍ଣ ଏବଂ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଅନେକ ଲୋକ ବହୁତ କିଛି ଉପାୟକୁ ଆପଣେଇଥାନ୍ତି। କିନ୍ତୁ ବେଳେବେଳେ ଏହା ଫାଇଦା ବଦଳରେ ଆପଣଙ୍କୁ କ୍ଷତି ପହଁଚାଇଦିଏ । ଯଦି ଆପଣ ତେଲିଆ ତ୍ୱଚା ସମସ୍ୟା ଠାରୁ ଚିନ୍ତାରେ ଅଛନ୍ତି ତେବେ ଏହି ଉପାୟ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ
ଚନ୍ଦନ ଏବଂ ମୁଲତାନି ମାଟି
ତ୍ୱଚାରେ କୋମଳତା ଆଣିବା ପାଇଁ ଚନ୍ଦନ ଏବଂ ମୁଲତାନି ମାଟିରେ ପ୍ରସ୍ତୁତ ଫେସପ୍ୟାକ୍ ଲଗାଇ ପାରିବେ। ଏଥିପାଇଁ ବରାବର ମାତ୍ରାରେ ମୁଲତାନି ମାଟି ଏବଂ ଚନ୍ଦନ ପାଉଡର ନିଅନ୍ତୁ। ବ୍ରଣ ଏବଂ କୁଞ୍ଜିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚିମୁଟାଏ ଲୁଣ ଏବଂ ୩-୪ ଚାମଚ କ୍ଷୀର ପକାଇ ଏହି ମିଶ୍ରଣର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ସୁଖିବା ପର୍ଯ୍ୟନ୍ତ ଏହାକୁ ଚେହେରାରେ ଲଗାଇ ରଖନ୍ତୁ। ଏହାପରେ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ ସୁନ୍ଦରତା ବଢ଼ିଥାଏ।
ଲବଙ୍ଗ ଫେସପ୍ୟାକ୍
ଲବଙ୍ଗରେ ଔଷଧୀୟ ଗୁଣ ରହିଥାଏ। ଏହି କାରଣରୁ ଏହା ବ୍ରଣ ସମସ୍ୟାରୁ ମୁକ୍ତି ଦେବା ପାଇଁ ବହୁତ ଉତ୍ତମ ପ୍ରମାଣିତ ହୋଇଥାଏ। ଏହାସହିତ ଚେହେରାରେ ଦାଗ ମଧ୍ୟ ରହେନାହିଁ। ତ୍ୱଚାର ଲୋମଛିଦ୍ରରେ ରହିଥିବା ତେଲକୁ ମଧ୍ୟ ବାହାର କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ଯଦି ଏଥିରେ ଚେହେରାକୁ ଧୋଇବେ ତେବେ ଖାସ କରି ତେଲିଆ ତ୍ୱଚା କାରଣରୁ ହେଉଥିବା ବ୍ରଣକୁ ଶେଷ କରି ତ୍ୱଚାରେ ଚମକ ଆଣିଥାଏ। ଏଥିପାଇଁ ୪-୫ଟି ଲବଙ୍ଗକୁ ଅଳ୍ପ ପାଣି ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ବ୍ରଣ ଉପରେ ଲଗାଇ ରାତିସାରା ରଖିବାକୁ ଦିଅନ୍ତୁ। ସକାଳୁ ଉଠି ପାଣିରେ ଧୋଇ ଦିଅନ୍ତୁ।