ପିତୃ ପୁରୁଷଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି କି ? ତେବେ ବ୍ୟବହାର କରନ୍ତୁ ଏହି ଖାସ୍‌ ଜିନିଷ

ପ୍ରକୃତିରେ କେଶର ଅନେକ ଚମତ୍କାରୀ ଏବଂ ଔଷଧୀୟ ଗୁଣରେ ଭରପୁର। ଜ୍ୟୋତିଷ ଶାସ୍ତ୍ରରେ କେଶରକୁ ମଧ୍ୟ ଅନେକ ଚମତ୍କାରୀ କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ଗ୍ରହ ସହ କେଶରର ସମ୍ବନ୍ଧ ରହିଛି ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା ଅଶୁଭ ବୃହସ୍ପତି ଶୁଭ ପରିଣାମ ଦେବା ସହ ପିତୃ ଦୋଷରୁ ଶାନ୍ତି କରିଥାନ୍ତି। କେଶର ବ୍ୟବହାର କରିବା ଦ୍ୱାରା ମାନ-ସମ୍ମାନ, ଲୋକପ୍ରିୟତା, ଚାକିରୀ, ବ୍ୟବସାୟରେ ସଫଳତା ଏବଂ ଦାମ୍ପତ୍ୟ ଜୀବନରେ ଖୁସି ମିଳିଥାଏ। ଏହାବ୍ୟତୀତ ତମ୍ବା ପାତ୍ରରେ ଜଳ ସହ କେଶରର ୭ଟି ପତ୍ର ପକାଇ ଭଗବାନ ସୂଯ୍ୟର୍ଙ୍କୁ ଅର୍ପଣ କରିବା ଦ୍ୱାରା ପିତୃଦୋଷ ଶାନ୍ତ ହୋଇଥାଏ।

ଜାଣନ୍ତୁ କେଶର ବ୍ୟବହାରରେ କିପରି ପିଲାମାନଙ୍କ ଭୁଲକୁ ଦୂର କରିବେ

-ଶୁକ୍ଳପକ୍ଷର ଗୁରୁବାର ଦିନ ଚାନ୍ଦି କିମ୍ବା ଷ୍ଟିଲର ପ୍ଲେଟରେ ଅଳ୍ପ କିଛି କେଶର ରଖନ୍ତୁ।

-ଓଁ ବୃହସ୍ପତୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ଏହାପରେ ଗଙ୍ଗାଜଳରେ କେଶର ମିଶାନ୍ତୁ।

-ଘରର ଦକ୍ଷିଣ ଭାଗରେ ତିବା ପିତୃ ପୁରୁଷଙ୍କ ଫଟୋରେ କେଶର ତିଳକ ଲଗାନ୍ତୁ।

-ମନ୍ତ୍ର ଜପ କରିବା ସହ କେଶର ତିଳକକୁ ପିଲାମାନଙ୍କ ମସ୍ତକ ଏବଂ କଣ୍ଠରେ ଲଗାନ୍ତୁ।

-ଏପରି କରିବା ଦ୍ୱାରା ପିଲାମାନଙ୍କ ମନ ପାଠ ପଢାରେ ଲାଗିବା ସହ ସେମାନେ ଖରାପ କାମରୁ ଦୂରେଇ ରହିବେ।

ଜାଣନ୍ତୁ କିପରି ପିତୃ ପୁରୁଷଙ୍କ ଆଶୀର୍ବାଦ ଏବଂ କେଶର ପ୍ରୟୋଗରେ ହୋଇଥାଏ ଧନ ଲାଭ

-ଶୁକ୍ରବାର ଦିନ ସକାଳ ସମୟରେ ଜଳରେ କେଶର ମିଶାନ୍ତୁ।

-ଓଁ ଶ୍ରୀ ଶ୍ରୀୟେ ନମଃ ମନ୍ତ୍ର ୧୦୮ ଥର ଜପ କରିବା ପରେ ଗୋଟିଏ ପାନ ପତ୍ର ଉପରେ ଧଳା ମିଠା ରଖି ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରେ ଅର୍ପଣ କରନ୍ତୁ।

-ଅନ୍ୟଗୋଟିଏ ପାନ ପତ୍ରରେ ମିଠା ରଖିବା ସହ ଜଡା ତେଲ ରଖି ଓସ୍ତ ଗଛମୂଳେ ରଖନ୍ତୁ।

-ଏପରି କରିବା ଦ୍ୱାରା ଧନ ଲାଭ ହେବା ସହ ଅଟକି ରହିଥିବା ଧନ ପ୍ରାପ୍ତ ହେବ।

ଏହାସହ ପଢନ୍ତୁ: ଯଦି ଆପଣ ସମସ୍ୟା ଘେରରେ ଅଛନ୍ତି, ତା’ହେଲେ ଆଜି ହିଁ ପିନ୍ଧନ୍ତୁ ହଳଦୀ ମାଳି

ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ କେଶର

-କୌଣସି ଶୁଭ ମୁହୂର୍ତ୍ତ ଯେପରି ପୂର୍ଣ୍ନିମା କିମ୍ବା ଶୁକ୍ଳପକ୍ଷ ପଞ୍ଚମୀ ଦିନ ସକାଳ ସମୟରେ ଗଙ୍ଗା ଜଳରେ କେଶର ମିଶାଇ ଭଗବାନ ବିଷ୍ନୁଙ୍କ ସାମ୍ନାରେ ରଖନ୍ତୁ।

-ହଳଦିଆ ରଙ୍ଗର ଆସନ ଉପରେ ବସି ତିନିଥର ଭଗବାନ ବିଷ୍ନୁଙ୍କ ମନ୍ତ୍ର ଜପ କରନ୍ତୁ।

-ଏହାପରେ କେଶରରେ ଘରର ଦୁଇ ପାର୍ଶ୍ୱରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ।

-ନାରାୟଣଙ୍କ ମନ୍ତ୍ର ଜପ କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯିବା ସହ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।

-ସଂଧ୍ୟା ସମୟରେ ପିତୃପୁରୁଷଙ୍କ ନାଁ ରେ ଲୋକମାନଙ୍କୁ ମିଠା ଭୋଜନ କରାନ୍ତୁ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

6 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

14 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

30 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago