ଯଦି ଆପଣଙ୍କର ତ୍ୱଚା ସମୟ ପୂର୍ବରୁ ଖରାପ ହେବାରେ ଲାଗିଛି ଏବଂ ଆପଣଙ୍କ ଚେହେରାରେ କୁଞ୍ଚନ ଦେଖାଯିବା ଆରମ୍ଭ ହେଲାଣି, ତେବେ ଆପଣଙ୍କୁ ନିଜ ଲାଇଫ ଷ୍ଟାଇଲରେ ରେ ଉନ୍ନତି ଆଣିବାକୁ ପଡିବ । ଆପଣଙ୍କୁ ନିଜ ଡାଏଟର ଧ୍ୟାନ ରଖିବାକୁ ପଡିବ । ଏହା ବ୍ୟତୀତ, ସକାଳର ସ୍କିନ୍ କେୟାର୍ ସହିତ ରାତି ସମୟରେ ମଧ୍ୟ ସ୍କିନ୍ କେୟାର୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ସ୍କିନ୍ ଏଜିଙ୍ଗ ସମସ୍ୟା ପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ ଜଣାଇବୁ ।
ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଭିଟାମିନ୍ E ଏବଂ ଆଲୋ ଭେରା ଜେଲ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ଚର୍ମରୁ କୁଞ୍ଚନ ଏବଂ ଫାଇନ୍ ଲାଇନ୍ ସମସ୍ୟା ନିୟନ୍ତ୍ରଣ ହେବ । ତେବେ, ଆସନ୍ତୁ ଜାଣିବା ସ୍କିନ୍ ଏଜିଙ୍ଗ ସମସ୍ୟା ପାଇଁ ଭିଟାମିନ୍ E ଏବଂ ଆଲୋ ଭେରା ଜେଲ୍ କିପରି ବ୍ୟବହାର କରାଯାଏ?
ଭିଟାମିନ୍ E ଅଏଲ୍ ଏବଂ ଆଲୋଭେରା ଜେଲ୍ ମାସ୍କ:
ଭିଟାମିନ୍ E ଅଏଲ୍ ରେ ଗୋଟିଏ ଚାମଚ ଆଲୋ ଭେରା ଜେଲ୍, ଗୋଟିଏ ଚାମଚ ଗୋଲାପ ଜଳକୁ ଭଲ ଭାବରେ ମିଶାନ୍ତୁ । ଯେତେବେଳେ ଏହି ସବୁ ଜିନିଷ ଭଲ ଭାବରେ ମିଶିଯିବ, ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ ।
ତ୍ୱଚା ପାଇଁ ଖୁବ ଲାଭଦାୟକ:
ଉତ୍ତମ ହାଇଡ୍ରେସନ୍: ଆଲୋଭେରା ଏବଂ ଭିଟାମିନ୍ E ର ମିଶ୍ରଣ ତ୍ୱଚାର ପୁଷ୍ଟିକର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣକୁ ବଢ଼ାଇଥାଏ, ଆଲୋଭେରାର ହାଇଡ୍ରେଟିଂ ଗୁଣ ଏବଂ ଭିଟାମିନ୍ E ର ମଶ୍ଚରାଇଜିଂ ଗୁଣ ତ୍ୱଚାକୁ ହାଇଡ୍ରେସନ୍ ଯୋଗାଇଥାଏ ଏବଂ ଡ୍ରାଏନେସକୁ ରୋକିଥାଏ ।
ଏଜିଙ୍ଗ କଣ୍ଟ୍ରୋଲ: ଆଲୋଭେରା ଏବଂ ଭିଟାମିନ୍ E ମିଳିତ ଭାବରେ କୋଲାଜେନ୍ ଉତ୍ପାଦନକୁ ବଢ଼ାଇଥାଏ, ଚର୍ମରୁ କୁଞ୍ଚନ ଏବଂ ଫାଇନ୍ ଲାଇନ୍ କମାଇଥାଏ ଏବଂ ତ୍ୱଚାର ସାମଗ୍ରିକ ଗଠନ ଏବଂ ଇଲାସ୍ଟିସିଟିରେ ଉନ୍ନତି ଆଣିଥାଏ ।
କୁଲିଂ ଅନୁଭବ ଦେଇଥାଏ: ଆଲୋଭେରା ଏବଂ ଭିଟାମିନ୍ E ର ମିଶ୍ରଣ ଜଳନ ତଥା ତ୍ୱଚା ଲାଲ ହେବା ଭଳି ସମସ୍ୟାକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଏହା ସମ୍ବେଦନଶୀଳ ତ୍ୱଚାକୁ ଆରାମ ଦେଇଥାଏ ।