ପୋଡ଼ା ଖାଦ୍ୟର କରନ୍ତୁ ଏଭଳି ଉପଯୋଗ, ରୋଷେଇ ସମସ୍ୟା ହେବ ଦୂର

ରୋଷେଇ କରିବା ସମୟରେ ଅନେକ ଥର ଖାଦ୍ୟ ପୋଡ଼ିଯାଏ। ଜାଣତରେ ହେଉ ଅବା ଅଜାଣତରେ ଏହି ସମସ୍ୟା ପାଇଁ ଗାଳି ମଧ୍ୟ ଶୁଣିବାକୁ ପଡେ। କାରଣ ପୋଡ଼ା ଖାଦ୍ୟକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିପାରି ନଥାଉ। ତେଣୁ ଏହା ସିଧା ଯାଇଥାଏ ଡଷ୍ଟବିନକୁ। କିନ୍ତୁ ଆମେ ଆଜି ଆପଣଙ୍କୁ ଏଥିରୁ ବଞ୍ଚିବା ପାଇଁ ଟ୍ରିକସ୍‌ କହିବୁ। ଯାହା କରିବା ଖୁବ ସହଜ।

ଯଦି ଆପଣଙ୍କର ରୋଷେଇ କରିବା ସମୟରେ ଭାତ, ତରକାରୀ, ଡାଲି କିମ୍ବା ବ୍ରେଡ ଆଦି ଜଳିଯାଏ, ତେବେ ଏହାକୁ ଆପଣ ଡଷ୍ଟବିନରେ ଫୋପାଡନ୍ତୁ ନାହିଁ। ଏହାକୁ ଆପଣ ବିଭିନ୍ନ କାମରେ ବ୍ୟବହାର କରିପାରିବେ।

ଭାତ କିମ୍ବା ତରକାରୀ ପୋଡ଼ିଗଲେ ଆପଣ ଏହାକୁ ଏକ କପଡ଼ାରେ ରଖି ଏହାକୁ ଭଲ ଭାବେ ଶୁଖାଇଦିଅନ୍ତୁ। ଶୁଖିଗଲା ପରେ ଏଥିରେ ଆପଣ କିଛି ଶୁଖିଲା ମାଟି ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏହି ଅର୍ଗାନିକ ଖାଦ୍ୟକୁ ଆପଣ ଗଛରେ ଦେଇ ପାରିବେ। ଏହାଦ୍ୱାରା ଗଛ ସୁସ୍ଥ ରହିବା ସହ ଭଲ ଭାବେ ବଢ଼ିଥାଏ ।

ଯଦି ବ୍ରେଡ ବା ଟୋଷ୍ଟ ଜଳିଯାଇଥାଏ ତାହେଲେ ତାକୁ ଫୋପାଡନ୍ତୁ ନାହିଁ। କାରଣ ଏହାକୁ ଆପଣ ବାସନ ସଫା କରିବାରେ ବ୍ୟବହାର କରିପାରିବେ। ଏଥିପାଇଁ ପୋଡି ଯାଇଥିବା ବ୍ରେଡକୁ ଆପଣ ଭଲ ଭାବେ ଗ୍ରାଇଣ୍ଡ କରିଦିଅନ୍ତୁ। ଏଥିରେ ଲୁଣ ମିଶାଇ ଏହାଦ୍ୱାରା ବାସନ ଭଲ ଭାବେ ସଫା କରିପାରିବେ।

ଜଳା ବା ପୋଡା ଖାଦ୍ୟକୁ ଆପଣ ଘରର ଗାର୍ଡେନରେ ପକାଇପାରିବେ । ଏହାଦ୍ୱାରା ପୋକ ଆଦି ସମସ୍ୟାରୁ ମୁକ୍ତି ମିଳିବ। ଏଥିପାଇଁ ଆପଣ କେବଳ ପୋଡ଼ି ଯାଇଥିବା ବ୍ରେଡ ଏବଂ ଚା ପତିର ମିକ୍ସଚରକୁ ପକାଇବେ। ଏଥିରେ ବେକିଂ ସୋଡା ମିଶାଇ ଆପଣ ଏହାକୁ ସ୍ପ୍ରେ ମଧ୍ୟ କରିପାରିବେ। କାରଣ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ କୁ ପକାଇବା ଦ୍ୱାରା ପୋକ ସୃଷ୍ଟି ହେବାର ସମ୍ଭାବନା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.