କିଚେନ ଟିପ୍ସ : ପିଆଜ ଗଜା ହୋଇଯାଉଛି କି, ତେବେ ଏହି ଉପାୟରେ ରଖନ୍ତୁ ସତେଜ

ପ୍ରାୟ ମହିଳା ସାଧାରଣତଃ ଆଳୁ ପିଆଜକୁ ଅଧିକ ମାତ୍ରାରେ କିଣି ରୋଷେଇ ଘରେ ରଖିଦିଅନ୍ତି। କାହିଁକିନା ଏହି ଦୁଇଟି ଜିନିଷ ତରକାରୀ ସଗାରେ ବେଶି ବ୍ୟବହାର ହୋଇଥାଏ। କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ପିଆଜରେ ଗଜା ହୋଇଯାଏ। ଯଦି ଏମିତି ଆପଣଙ୍କ ସାଥିରେ ବି ଏମିତି ହେଉଛି ତାହେଲେ ଆଜି ଆପଣଙ୍କୁ ଏକ ବଢିଆ କିଚେନ ଟିପ୍ସ ଜଣାଇବୁ।
ପିଆଜକୁ ଗଜା ହେବାରୁ ରକ୍ଷା କରିବାର ତରିକା:-
ଅଲଗା ପରିବା ସହିତ ରଖନ୍ତୁନି। ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆଳୁ ପିଆଜକୁ ଆମେ ସବୁ ପରିବା ସହିତ ଏକା ସାଥିରେ ରଖିଦିଅନ୍ତି। ଯଦି ଆପଣ ବି ଏମିତି ଭୁଲ କରୁଛନ୍ତି ତାହେଲେ ଏପରି କରନ୍ତୁନାହିଁ। କାହିଁକିନା ଅନେକ ପରିବାରେ ଇଥାଇଲିନ ନାମକ ରସାୟନ ରହିଥାଏ, ଯେଉଁ କାରଣରୁ ପିଆଜରେ ଗଜା ହୋଇଯାଏ। ଏହାସହିତ ପିଆଜକୁ ଆପଣ ଫଳ ସହିତ ରଖନ୍ତୁ ନାହିଁ।

ପିଆଜକୁ ଗଜା ହେବାରୁ ରକ୍ଷା କରିବାକୁ ହେଲେ ପେପରର ବ୍ୟବହାର କରନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପିଆଜକୁ ପେପରରେ ଗୋଡ଼ାଇ ରଖିଲେ ଜଲଦି ଗଜା ହୋଇନଥାଏ। ଆପଣ କୌଣସି ଥଣ୍ଡା ଜାଗାରେ ମଧ୍ୟ ପିଆଜକୁ ରଖିପାରିବେ।
ଅନେକ ଥର ପିଆଜକୁ ଲୋକମାନେ ଫ୍ରିଜରେ ଷ୍ଟୋର କରି ରଖନ୍ତି। କିନ୍ତୁ ଆପଣ ଏହି ଭୁଲ କରନ୍ତୁନାହିଁ। ଫ୍ରିଜରେ ରଖିବା ଦ୍ୱାରା ବାକି ଜିନିଷ କାରଣରୁ ପିଆଜରେ ଗଜା ହୋଇଯାଏ। କେବଳ ଏତିକି ନୁହେଁ, ଫ୍ରିଜରେ ପିଆଜ ରଖିଲେ ସୁଗାର ଲେବେଲ ବି ବଢି ଯାଇଥାଏ। ଯାହା ପିଆଜକୁ ଗଜା କରିବାରେ ସାହାଯ୍ୟ କରିଥାଏ।
ପିଆଜକୁ ଗଜା ହେବାରୁ ରକ୍ଷା କରିବାକୁ ଜେବେବି ପ୍ଲାଷ୍ଟିକ ଥଳିର ବ୍ୟବହାର କରନ୍ତୁନାହିଁ। ଏହା ଜଲଦି ଗରମ ହୋଇ ଗଜା ହୋଇଯାଏ।