ବ୍ଲଡପ୍ରେସରରୁ ଆରମ୍ଭ କରି ହଜମ କ୍ରିୟାରେ ଖୁବ୍ ଉପକାରୀ, ଜାଣନ୍ତୁ ଆଉ କଣ ପାଇଁ ବ୍ୟବହାର ହୁଏ ପାଳୁଅ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ପାଳୁଅ ଚାଷ କରାଯାଏ । ବଜାରରେ ପାଳୁଅର ଦାମ୍ କିଲୋ ପିଛା ୨୦୦ ଟଙ୍କାରୁ ଅଧିକ । ବିଶେଷ କରି କୋରାପୁଟ ଭଳି ରାଜ୍ୟର ଦକ୍ଷିଣାଞ୍ଚଳରେ ପାଳୁଅ ଚାଷ କରାଯାଏ । ତେବେ ଭଦ୍ରକ ଜିଲ୍ଲା ପାଳୁଅ ଲଡୁ ପାଇଁ ପ୍ରସିଦ୍ଧ । କିନ୍ତୁ ବର୍ତ୍ତମାନର ପିଢ଼ି ପାଳୁଅ କଣ ଓ ଏହାକୁ କିଭଳି ଭାବେ ବ୍ୟବହାର କରାଯଏ ସେକଥା ଜାଣି ନଥିବେ । ଉଭୟ ଖାଦ୍ୟ ଓ ସ୍ବାସ୍ଥ୍ୟ ପାଇଁ ଏହା ଖୁବ୍ ଉପଯୋଗୀ । ଆୟୁର୍ବେଦରେ ପାଳୁଅର ମହତ୍ବ ମଧ୍ୟ ଅଧିକ । ଏଠାରେ ସେହି ବିଷୟରେ ଆଲୋଚନା କରିବା ।

ARROWROOT-2

ସ୍ବାସ୍ଥ୍ୟ ପାଇଁ ପାଳୁଅ

୧-ପେଟର ସୁସ୍ଥତା ପାଇଁ ପାଳୁଅ ଏକ ଅତି ଦରକାରୀ ଖାଦ୍ୟ । ଏହାକୁ ଖିରି କରି କିମ୍ବା ମିଶ୍ରି ସହ ଖାଲି ପାଣିରେ ମିଶାଇ ସର୍ବତ ଭଳି ପିଆଯାଏ । ବିଶେଷ କରି ଛୋଟ ଶିଶୁଙ୍କୁ ପାଳୁଅ ଖିରି ଦିଆଯାଇଥାଏ । କାରଣ ଏହା ସହଜରେ ହଜମ ହୁଏ ଓ ଗ୍ଲ ୁକୋଜ୍ ଭଳି କାମ ଦିଏ । ଏଥିରେ ପୋଟାସିୟମର ମାତ୍ରା ଅଧିକ । ତେଣୁ ରକ୍ତ ପ୍ରବାହ ସ୍ବାଭାବିକ କରିବାରେ ସହାୟକ ହୁଏ । ବ୍ଲଡ୍ ପ୍ରେସର କମାଏ ।  

୨-ପାଳୁଅ ଖାଇବା ଦ୍ବାରା ଶରୀରର ଦୁର୍ବଳତା ଦୂର ହୁଏ । କୌଣସି କାମ କଲେ ହାଲିଆ ଲାଗେ ନାହିଁ । ଏହା ରକ୍ତକୁ ମଧ୍ୟ ପରିଷ୍କାର କରେ ।

ARROWROOT PLANT

୩-ପାଳୁଅରେ ବହୁ ପରିମାଣରେ ଭିଟାମିନ୍-ବି ରହିଛି । ତେଣୁ ଶରୀରର ସନ୍ତୁଳନ ରଖିବାରେ ସହାୟକ ହୁଏ । ଓଜନ କମାଇଥାଏ । ହଜମ କରିବାରେ ସହାୟକ ହେଉଥିବା ପାଳୁଅର ଆଉ ଗୋଟିଏ ଗୁଣ ହେଉଛି ପେଟ ଘା’କୁ ମଧ୍ୟ ଏହା ଭଲ କରିଦିଏ ।

୪-ଯଦି ଦାନ୍ତ ଘସୁଥିବା ବେଳେ ରକ୍ତ ବାହାରୁଥାଏ ତେବେ ପାଳୁଅରେ ଦାନ୍ତ ଘସନ୍ତୁ । ଭଲ କାମ ଦେବ ।

୫-ପାଳୁଅରେ ପ୍ରୋଟିନର ମାତ୍ରା ଅଧିକ ରହୁଥିବାରୁ ଏହା ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଖୁବ୍ ଉପାଦେୟ । ଗର୍ଭସ୍ଥ ଶିଶୁର ବିକାଶରେ ସହାୟକ ହୁଏ ।

ARROWOOT-4

୬-ମୂତ୍ରାଶୟ ଜନିତ ସମସ୍ୟା ପାଇଁ ପାଳୁଅ ଭଲ କାମ ଦିଏ । ୟୁରିନ୍ ଇନଫେକସନ୍ ଓ ସନବର୍ଣ୍ଣ ଭଲ କରିବାରେ ମଧ୍ୟ ସହାୟକ ହୁଏ । ସନବର୍ର୍ଣ ସ୍ଥାନରେ ଏହାର ଗୁଣ୍ଡକୁ ଲଗାନ୍ତୁ ।

୭-ରାତିରେ ପାଳୁଅକୁ ମିଶ୍ରି କିମ୍ବା ଚିନି ଅଥବା ଖାଲି ପାଣିରେ ପକାଇ ରଖନ୍ତୁ । ପ୍ରତିଦିନ ସକାଳୁ

ଖାଲି ପେଟରେ ପିଇଲେ ପେଟ ସୁସ୍ଥ ରହେ ।

PALUA LADOO

 ସୁଆଦିଆ ପାଳୁଅ ଲଡୁ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.