ଔଷଧ ଭଳି କାମ କରେ ଏହି ଗଛ ଛେଲିର ପାଉଡ଼ର , ବଡ ବଡ ରୋଗକୁ ଦିଏ ମାତ୍

ଦେବଦାରୁ ଗଛ ଛାଲର ପାଉଡ଼ର ବିଭିନ୍ନ ପ୍ରକାର ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଏ। ଏଥିରେ ନ୍ୟାଚୁରାଲ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଏହା ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ଦେବଦାରୁ ବହୁତ ଲମ୍ବା ଗଛ, ଯାହା ପର୍ବତ କ୍ଷେତ୍ର ମାନଙ୍କରେ ଦେଖିବାକୁ ମିଳିଥାଏ। ଆପଣ ପାହାଡ଼ରେ ଯାତ୍ରା କରିବା ସମୟରେ ଏହି ଗଛକୁ ଦେଖିପାରିବେ। କିନ୍ତୁ ଆପଣ ଜାଣିଛନ୍ତି ଦେବଦାରୁ ଗଛର ଛାଲ ବ୍ୟବହାର କଲେ କେଉ ଲାଭ ମିଳିଥାଏ। ଆଜି ଆମେ ଆପଣଙ୍କୁ ଦେବଦାରୁ ଗଛର ଛାଲ ବ୍ୟବହାର କଲେ କେଉ ଲାଭ ମିଳିଥାଏ ତାହା କହିବାକୁ ଯାଉଛୁ।

ସୁଗାର ନିୟନ୍ତ୍ରଣ କରେ

deodaru treeଶରୀରରେ ସୁଗାରର ମାତ୍ରା ଅଧିକ ହେଲେ ମଧୁମେହ ହୋଇଥାଏ। ସୁଗାରକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ହୋଇଥାଏ। ଏହି ସମୟରେ ଦେବଦାରୁ ଗଛର ଛାଲ ବହୁତ ଲାଭକାରୀ ହୋଇଥାଏ। ଦେବଦାରୁ ଗଛର ଛାଲରେ ଛାଲରେ ପ୍ରସ୍ତୁତ ହୋଇଥିବା ପାଉଡ଼ରର ବ୍ୟବହାର କଲେ ବ୍ଲଡ ସୁଗାର ସହଜରେ ନିୟନ୍ତ୍ରିତ ହୋଇଥାଏ। ମଧୁମେହ ରୋଗୀ ମାନଙ୍କ ପାଇଁ ବହୁତ ଲାଭକାରୀ ଔଷଧ ହୋଇଥାଏ।

ବଧିର ସମସ୍ୟା ଦୂର କରିଥାଏ 

କାନରୁ ସବୁଠାରୁ ବଡ଼ ସମସ୍ୟା ହେଉଛି ଶୁଣିବା ଶକ୍ତି ହ୍ରାସ ପାଇବା। ଔଷଧ ବ୍ୟବହାରରେ ଶୁଣିବା ଣକ୍ତି ପ୍ରଭାବିତ ହୋଇଥାଏ। ଏହି କାରଣରୁ ବେଷ୍ଟିବୁଲୋକୋକ୍ଲିୟର (vestibulocochlear) ଶିର କ୍ଷତିଗ୍ରସ୍ତ ହୋଇଥାଏ ଏବଂ ଏହି କାରଣରୁ ମସ୍ତିଷ୍କରେ ଠକ ଖବର ପହଞ୍ଚିପାରେ ନାହିଁ, ଯାହା ଦ୍ବାରା ଶୁଣିବାରେ କଷ୍ଟ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଯୁକ୍ତ ଦେବଦାରୁ ଗଛର ଛାଲ ଔଷଧ ଭଳି କାମ କରିଥାଏ, ଯାହା ଶୁଣିବା ଶକ୍ତି ବଢାଇଥାଏ।

ସଂକ୍ରମଣରୁ ରକ୍ଷା କରିଥାଏ

କ୍ଷତ ହେବା ପରେ ସାଧାରଣତଃ ସଂକ୍ରମଣ ହୋଇଥାଏ। ସେହି ଲୋକମାନଙ୍କୁ ଅଧିକ ସଂକ୍ରମଣ ହୋଇଥାଏ ଯେଉଁ ମାନଙ୍କର ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଯୁକ୍ତ ଦେବଦାରୁ ଗଛର ଛାଲ ଔଷଧ ଭଳି କାମ କରି ସଂକ୍ରମଣକୁ ରକ୍ଷା କରିଥାଏ।

 ଅତିବାଇଗଣି(Ultraviolet) ରଶ୍ମୀରୁ ରକ୍ଷା କରେ

deodaru1ସୂର୍ଯ୍ଯଙ୍କ କିରଣ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ, କିନ୍ତୁ ଯଦି ଆପଣ ଭୁଲ ସମୟରେ ସୂର୍ଯ୍ଯଙ୍କ କିରଣ ସଂପର୍କରେ ଆସୁଛନ୍ତି ତେବେ ସୂର୍ଯ୍ଯଙ୍କର ପରାବୌଗମୀ ଶକ୍ତି ଆପଣଙ୍କ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଏଥିରେ ଦେବଦାରୁ ଗଛର ଛାଲ ବ୍ୟବହାର କଲେ ସୂର୍ଯ୍ଯଙ୍କ କିରଣରେ ହେଉଥିବା ତ୍ବଚାର କଷ୍ଟ ଦୂର ହୋଇଥାଏ।

ନପୁଂସକତାରୁ ରକ୍ଷା କରିଥାଏ

debadaruମେଟ୍ରୋ ସହରରେ ପୁରୁଷ ମାନଙ୍କର ଯୌନ କ୍ଷମତା ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ଏହି କାରଣରୁ ନପୁଂସକତା ମାମଲା ଆଗକୁ ଆସିଥାଏ। ଇରେକ୍ଟାଇଲ ଡିସଫକ୍ସନ ବା ଶୀଘ୍ର ପତନ ଭଳି ସମସ୍ୟା ହୋଇଥାଏ, ଯାହା ଶିକାର ପୁରୁଷମାନେ ଅଧିକ ହୋଇଥାନ୍ତି। ଦେବଦାରୁ ଗଛର ଛାଲରେ ପାଇକ୍ନୋଗୋନାଁଲ୍ଟା ଏବଂ ଏଲ-ଆର୍ଗିନାଇନ ରହିଥାଏ ଯାହା ଏହି ସମସ୍ୟାକୁ ଦୂର କରିବା ସହିତ ପୌରୁଷ୍ଯ କ୍ଷମତା ବଢାଇଥାଏ।