୩ଟି ଜିନିଷ ଉପରେ ରଖନ୍ତୁ ନଜର୍ : ପାଇପାରିବେ ସଫଳତା !

ଯଦି ଆପଣ ଘରୁ ପୂରା ପ୍ଲାନିଙ୍ଗ୍ କରି ଆସଛନ୍ତି କି, ଆଜି ଅଫିସରେ ସମସ୍ତ କାମରେ ମନ ଲଗାଇ କାମ କରିବେ କିନ୍ତୁ ଅଫିସ ଆସିଲା ପରେ ଆପଣଙ୍କ ମୁଡ୍ ବଦଳି ଯାଉଛି ଏବଂ କାମ କରିବାକୁ ବିଲକୁଲ ବି ମନ ଲାଗୁ ନାହିଁ ତେବେ ଆପଣ ନିଜ ଟେବୁଲ ଉପରେ ଆଖି ପକାଇ ଦେଖନ୍ତୁ । ବୋଧ ହୁଏ ଏହି ସବୁ ଅସୁବିଧାର କାରଣ ବାସ୍ତୁଦୋଷର ହେଉଛି । ଆସନ୍ତୁ ଜାଣିବା ଅଫିସରେ କେମିତି କରିବେ ବାସ୍ତୁର ସଠିକ ସୁରକ୍ଷା ।

ଟେବୁଲକୁ ସବୁବେଳେ ରଖନ୍ତୁ ପରିସ୍କାର : ଯଦି ଆପଣଙ୍କ ଟେବୁଲ ଉପରେ ସବୁବେଳେ ଜିନିଷ ଖେଳାଇ ହୋଇ ରହୁଛି, ଏହି ବାତାବରଣ ଆପଣଙ୍କୁ କାମ କରିବାରେ ମନ ଦେଇ ନଥାଏ । ଜିନିଷ ଖେଳାଇ ହୋଇପଡିବା ଦ୍ବାରା ନକାରତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ। ଏହି ସବୁ କାରଣ ପାଇଁ ଆପଣ ଚାହିଁକରି ବି କାମ କରିପାରି ନଥାନ୍ତି । ଏଥିପାଇଁ ସବୁବେଳେ ନିଜ ଟେବୁଲକୁ ପରିସ୍କାର ରଖନ୍ତୁ ।

ଠିକ୍ ଭାବରେ ଆଲୋକ ପଡୁଥିବା ଦରକର : ଅଫିସରେ ଆପଣଙ୍କ ଟେବୁଲ ଥିବା ସ୍ଥାନରେ ଠିକ ଭାବରେ ଲାଇଟ୍ ପଡୁଥିବା ଦରକାର ନଚେତ୍ ନକାରତ୍ମକ ଉର୍ଜ୍ଜା ପଡିଥାଏ । ଲାଇଟ କମ୍ ହେବା ବାସ୍ତୁ ଦୋଷ ହୋଇଥାଏ ।

ଟେବୁଲରେ ରଖନ୍ତୁ ଏହି ସବୁ ଜିନିଷ : ଟେବୁଲ ଉପରେ ଗଛ, ପକ୍ଷୀ ଓ ଘଣ୍ଟା ରଖିପାରନ୍ତି। ଏହା ସହ କୌଣସି ବି କାନ୍ଦୁଥିବା ଛୁଆଙ୍କ ଫଟୋ, ଭଙ୍ଗା ଘର, ବୁଡିଯାଉଥିବା ଜାହାଜ ଏହି ସବୁର ଫଟୋ ଅଫିସରେ ରଖନ୍ତୁ ନାହିଁ ।

Leave A Reply

Your email address will not be published.