ପ୍ରତ୍ୟେକ ବ୍ୟକ୍ତିଙ୍କ ୩ ଟି ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ଗୃହ । ଏଥିପାଇଁ ସମସ୍ତେ ପରିଶ୍ରମ କରନ୍ତି । ଜୀବନରେ ସଫଳତା ପାଇଁ ସକରାତ୍ମକ ଶକ୍ତିର ବହୁତ ଆବଶ୍ୟକତା ରହିଛି । ଯାହାକି ଆପଣଙ୍କ ବାସ ସ୍ଥାନରୁ ମିଳିଥାଏ । ଯଦି ଆପଣ କୌଣସି ଘର କିଣିବାକୁ କିମ୍ବା ଭଡ଼ାରେ ରହିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଘର ସମ୍ପର୍କରେ ଆଭାସ ମିଳିଥାଏ ।
ସେହି ଘର ଆପଣଙ୍କ ପାଇଁ ଶୁଭ କିମ୍ବା ଅଶୁଭ ହେବ । ସକରାତ୍ମକ ଘରର ସବୁଆଡେ ଖୋଲା ମାହୋଲ ଓ ହାଲକା ଅନୁଭବ ହେବ । ସେହିପରି ନକରାତ୍ମକ ପ୍ରଭାବର ଘରେ ଆପଣଙ୍କୁ ଭାରି ଭାରି ଲାଗିବ । ଯେଉଁଥିପାଇଁ ପ୍ରତି ବ୍ୟକ୍ତିଙ୍କର ରାଶି ଅନୁଯାୟୀ ଶାରିରୀକ ଶକ୍ତି ମଧ୍ୟ ଭିନ୍ନ ହୋଇଥାଏ ।
ତେଣୁ ଯଦି ଆପଣ ଘର ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ରାଶି ଅନୁସାରେ ଘର ଚୟନ କରନ୍ତୁ । ଯଦି କୌଣସି କାରଣରୁ ବାସ୍ତୁ ଦୋଷ ସୁଧାରିବା ପାଇଁ ଆପଣଙ୍କ ଘର ନିର୍ମାଣ ସହଜ ହେଉ ନଥାଏ । ତେବେ ଆପଣ ରଂଗ ପରିବର୍ତ୍ତନ ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର କରିପାରିବେ ।
ମେଷ ରାଶି : ମେଷ ରାଶିର ଜାତକଙ୍କ ପାଇଁ ଦକ୍ଷିଣ ମୁଖୀ ଘର ବହୁତ ଶୁଭପ୍ରଦ ହୋଇଥାଏ । ଯଦି ଆପଣ ଏଠାରେ ରୁହନ୍ତି ତେବେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ । ବାସ୍ତୁ ଦୋଷ ସୁଧାରିବା ପାଇଁ ଘରେ ଉଜ୍ଜଳ ରଂଗ ଲଗାଇବା ଶ ୁଭ ହେବ । ଯେମିତି ଲାଲ, ହଳଦିଆ, ଗୋଲାପୀ ରଂଗ ଆପଣଙ୍କୁ ଶୁଭ ଦେବ ।
ବୃଷ ରାଶି : ଏହି ଜାତକଙ୍କ ପାଇଁ ଦକ୍ଷିଣ-ପୂର୍ବ ମୁଖୀ ଘର ବହୁତ ଶୁଭପ୍ରଦ ହୋଇଥାଏ । ଯଦି ଆପଣ ଏଠାରେ ରୁହନ୍ତି ତେବେ ଆପଣଙ୍କ ବୈବାହିକ ଜୀବନରେ ସ୍ନେହଁ ଓ ଶ୍ରଦ୍ଧା ବଜାୟ ରଖିବ । ଘର କାନ୍ଥ ଓ ଘର ଭିତରେ ଗୋଲାପୀ ଓ ଧଳା ରଂଗ ଲଗାଇବା ଶ ୁଭ ହେବ । ବେଡସିଟ୍ ଓ ପର୍ଦା ନୀଳ ରଂଗର ଲଗାଇବା ଦରକାର । ବାସ୍ତୁ ଦୋଷ ସୁଧାରିବା ପାଇଁ ସ୍ଫଟିକ ଶ୍ରୀଯନ୍ତ୍ର ସ୍ଥାପନ କରନ୍ତୁ ।
ମିଥୁନ ରାଶି : ଏହି ଜାତକଙ୍କ ପାଇଁ ଉତ୍ତର ମୁଖୀ ଘର ବହୁତ ଶୁଭପ୍ରଦ ହୋଇଥାଏ । ଘର ଭିତରେ ହାଲ୍କା ସବୁଜ ଓ ହାଲକା ନୀଳ ରଂଗ ଲଗାଇବା ଶ ୁଭ ହେବ । ପୂଜା ଘରେ ବିଶେଷ ସବୁଜ ରଂଗ ପ୍ରୟୋଗ କରନ୍ତୁ ।
କର୍କଟ ରାଶି : ଏହି ରାଶିର ଜାତକଙ୍କ ପାଇଁ ଉତ୍ତର-ପଶ୍ଚିମ ମୁଖୀ ଘର ବହୁତ ଶୁଭପ୍ରଦ ହୋଇଥାଏ । ଘର ଭିତରେ ଧଳା ଓ କ୍ରିମ୍ ରଂଗ ଲଗାଇବା ଶ ୁଭ ହେବ । ଏହା ସହ ଘରର ଉତ୍ତର-ପୂର୍ବ ଦିଗର କୋଣରେ ପାଣି କୁମ୍ଭ ଓ ପାଣି ଚିତ୍ର ନିଶ୍ଚୟ ଲଗାନ୍ତୁ ।
ସିଂହ ରାଶି : ଏହି ଜାତକଙ୍କ ପାଇଁ ପୂର୍ବ ମୁଖୀ ଘର ବହୁତ ଶୁଭପ୍ରଦ ହୋଇଥାଏ । ଘର ଭିତରେ ନାରଂଗୀ, ସିଲଭର ଓ ଗୋଲ୍ଡେନ ୟଲୋ ରଂଗ ଲଗାଇବା ଶୁଭ ହେବ । ଏହି ଦିଗର ଘରେ ରୋଷେଇ ଘର ଦକ୍ଷିଣ-ପୂର୍ବ (ଅଗ୍ନି) କୋଣରେ ହେବା ଦରକାର ।
ଅନ୍ୟ ରାଶି ଆର ଥରକୁ ….