ଡାଇବେଟିସ ଠାରୁ ଆରମ୍ଭ କରି ବ୍ଲଡ଼ପ୍ରେସର ପର୍ଯ୍ୟନ୍ତ ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ ଏହି ଚାହା

ପାଟିକୁ କଷା ଲାଗୁଥିଲେ ମଧ୍ୟ ଅଁଳାର ଅନେକ ଔଷଧୀୟ ଗୁଣ ରହିଛି । ଅଁଳା ଭିଟାମିନ- ସିର ଏକ ଉପାଦେୟ ଉତ୍ସ | ଅଁଳା ଏମିତି ଏକ ଫଳ ଯେଉଁଥିରେ ଆଣ୍ଟି-ଡାଏବେଟିକ ଗୁଣ ଭରପୁର ମାତ୍ରାରେ ଥାଏ । ଏଣୁ ଡାଇବେଟିସ ରୋଗୀ ନିୟମିତ ଭାବେ ଅଁଳା ଖାଇଲେ ସେମାନଙ୍କ ଶରୀରରେ ସୁଗାର ମାତ୍ରା ନିୟନ୍ତ୍ରିତ ରହିଥାଏ । ଭାରତୀୟ ଆୟୁର୍ବେଦ ଶାସ୍ତ୍ରରେ ଅଁଳାକୁ ଖୁବ ପ୍ରାଧାନ୍ୟ ଦିଆଯାଇଛି | ଆପଣ ତ ନିଶ୍ଚିତ ରୂପେ ଅଁଳା ଗୁଣ୍ଡ, ଅଁଳା ଜୁସ ବିଷୟରେ ଶୁଣିଥିଲେ । କିନ୍ତୁ ଅଁଳା ଚାହା ବାବଦରେ ହୁଏତ କେବେ ମଧ୍ୟ ଶୁଣିନଥିବେ । ଆୟୁର୍ବେଦ ଅନୁଯାୟୀ ଏକ ହର୍ବାଲ ଚାହା । ଯାହା ଅନେକ ରୋଗକୁ ନିୟନ୍ତ୍ରଣରେ ରଖିଥାଏ । ତେବେ ଆସନ୍ତୁ ଜାଣିବା ଅଁଳା ଚାହାର ପ୍ରସ୍ତୁତି ପ୍ରଣାଳୀ:

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନରେ ଦେଢ଼ରୁ ଦୁଇ କପ ପାଣି ଦେଇ ଆଞ୍ଚରେ ବସାନ୍ତୁ । ପାଣି ଫୁଟି ଆସିଲେ ସେଥିରେ ଗୋଟେ ଚାମଚ ଅଁଳା ଗୁଣ୍ଡ ଓ ସାମାନ୍ୟ ଅଦା ପକାଇ ଦିଅନ୍ତୁ । ଏହା ବାଦ ଆପଣ କିଛି ତାଜା ପୋଦିନା ପତ୍ର ବି ପକାଇ ପାରିବେ । ଏହି ସବୁକୁ 2 ମିନିଟ ପର୍ଯ୍ୟନ୍ତ ଫୁଟାଇ ଗ୍ୟାସରୁ ଓଲ୍ହାଇ ଦିଅନ୍ତୁ । ଏବେ ଚାହା ଛଣାରେ ଛାଣି ଚାହା ପିଇବା ପରି ସେବନ କରନ୍ତୁ ।

amla

-ଅଁଳାରେ ଥିବା ତତ୍ୱ ଡାଇବେଟିସ ସମେତ ବ୍ଲଡ଼ ସୁଗାର ବଢିବାକୁ ମଧ୍ୟ ରୋକିଥାଏ | ଖାଲି ସେତିକି ନୁହେଁ ଅଁଳାରେ ଭରପୂର ମାତ୍ରରେ ଫାଇବର ମହଜୂତ ଅଛି । ଯାହା ରକ୍ତରେ ସୁଗାର ମାତ୍ରା ରିଲିଜ ହେବାକୁ ନିୟନ୍ତ୍ରଣ କରିଥାଏ | ଯେବେକି ଅଁଳାରେ ଥିବା କ୍ରୋମିୟମ ବ୍ଲଡ଼ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ ।

– ଅଁଳା ଆଖି ପାଇଁ ଖୁବ ଗୁଣକାରୀ । ମୋତିଆ ବିନ୍ଦୁ, କଲର ବ୍ଲାଇଂଡନେସ ପରି ରୋଗରୁ ରକ୍ଷା କରିବା ସହିତ ଆଖିର ଜ୍ୟୋତି ବୃଦ୍ଧି କରିଥାଏ ।
– ବିଭିନ୍ନ ପ୍ରକାର ଫଙ୍ଗାଲ ଇନଫେକ୍ସନରୁ ମଧ୍ୟ ଲଢ଼ିବାରେ ଅଁଳା ସାହାଯ୍ୟ କରିଥାଏ । ଶରୀରର ବିଷାକ୍ତ ପଦାର୍ଥ ଗୁଡିକୁ ଏହା ବାହାର କରିଦିଏ ।
– ନିୟମିତ ଅଁଳା ସେବନ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହା ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ । ଏହା ଖାଇବା ଦ୍ୱାରା ଥଣ୍ଡା, ଅଲ୍ସର ସମେତ ପେଟ ଇନଫେକ୍ସନ ଦାଉରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.