ଯଦି ଆପଣଙ୍କ ଘରେ ଏହି ୫ ଜିନିଷ ଅଛି, ତୁରନ୍ତ ବଦଳାଇ ଦିଅନ୍ତୁ ନଚେତ ଏହି ଭୁଲ ଆପଣଙ୍କୁ କରିଦେବ କାଙ୍ଗାଳ
ସାରା ବ୍ରହ୍ମାଣ୍ଡରେ ଥିବା ବସ୍ତୁଗୁଡ଼ିକ ଭିତରେ ସକରାତ୍ମକ ଓ ନକରାତ୍ମକ ଶକ୍ତି ରହିଛି । ଯେଉଁଗୁଡ଼ିକ ପ୍ରତ୍ୟକ୍ଷ ବା ପରୋକ୍ଷରେ ତା’ର ପ୍ରଭାବ ପକାଉଛି । ଏହାର ପ୍ରଭାବ ମଧ୍ୟ ମନୁଷ୍ୟ ଜୀବନରେ ପଡ଼ୁଛି । ଆମର ଘର ଆମ ପାଇଁ ଛୋଟ ବ୍ରହ୍ମାଣ୍ଡରୁ କମ୍ ନୁହେଁ । ଯଦି ଏଠାରେ କୌଣସି କାରଣରୁ ନକରାତ୍ମକ ଶକ୍ତି ସୃଷ୍ଟି ହୁଏ, ଏହା ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ । ଯାହାଫଳରେ ଆମ ଜୀବନରେ ଲାଭ କ୍ଷତି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ ଯାହା ଘରେ ଥିଲେ ଆମର ସର୍ବନାଶ କରିଥାଏ । ଭୁଲରେ ବି ଏହି ୫ ଜିନିଷ ଘରେ ରଖନ୍ତୁ ନାହିଁ । ନଚେତ ହୋଇଯିବେ କାଙ୍ଗାଳ ।
୧. ଯଦି ଆପଣଙ୍କ ଘରେ କୌଣସି କାଚ ଭାଙ୍ଗିଯାଇଛି କିମ୍ବା ଫାଟି ଯାଇଛି ବା ଝରକାର କାଚ ଭାଙ୍ଗି ଯାଇଛି, ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ । ଏହା ଆପଣଙ୍କୁ କାଙ୍ଗାଳ କରିଦେଇପାରେ ।
୨. ଘରର ମନ୍ଦିର କିମ୍ବା କିଛି ବି ସ୍ଥାନରେ ଭଗବାନଙ୍କ କୌଣସି ପ୍ରତିମା ଖଣ୍ଡିତ କିମ୍ବା ଭଂଗା ହୋଇଛି, ତୁରନ୍ତ ଏହାକୁ ବିସର୍ଜିତ କରନ୍ତୁ । ଘରେ ଯଦି ଏପରି କିଛି ଚିରା ଫଟୋ ଅଛି ତାକୁ ମଧ୍ୟ ବିସର୍ଜିତ କରନ୍ତୁ । ନଚେତ ଧନ କଷ୍ଟର ସାମ୍ନା କରିବାକୁ ପଡ଼ିପାରେ ।
୩. ଘରେ ଯଦି ଦେବା ଦେବୀଙ୍କର ଫଟୋ ବା ମୂର୍ତ୍ତି ସାମ୍ନା ସାମ୍ନି ରଖିଛନ୍ତି, ତୁରନ୍ତ ପରିବର୍ତ୍ତନ କରନ୍ତୁ । ନଚେତ ଆପଣଙ୍କ ଆୟ କମ ହେବ ଓ ଖର୍ଚ୍ଚ ଅଧିକ ହେବ ।

୪. ଘରେ ଏପରି ଗଛ ଆଦୌ ଲଗାନ୍ତୁ ନାହିଁ ଯାହା କଣ୍ଟାଯୁକ୍ତ ବା ଏଥିରୁ କ୍ଷୀର ବାହାରୁଥିବ । ଏପରି ଗଛ ଧନ ସମ୍ବନ୍ଦୀୟ ଅସୁବିଧା ସହ ଅନ୍ୟ ଅସୁବିଧା ମଧ୍ୟ ସୃଷ୍ଟି କରିବ ।
୫. ଯଦି ଆପଣଙ୍କ ଘରେ କିଛି ଘଣ୍ଟା, ଗାଡ଼ି ବା ଇଲୋକ୍ଟ୍ରୋନିକ୍ସ ଦ୍ରବ୍ୟ ଦୀର୍ଘ ଦିନ ଧରି ଖରାପ ଭାବେ ପଡ଼ି ରହିଛି । ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଏ ଆପଣଙ୍କୁ ନକରାତ୍ମକ ଶକ୍ତି ଦେଇଥାଏ ।