ରାତିରେ ସଠିକ୍ ନିଦ ହେଉନାହିଁ କି ? ଜାଣନ୍ତୁ ବାସ୍ତୁ ସହିତ ଜଡିତ କଥା ଏବଂ ଉପାୟ

ଆଜିକାଲିର ଯୁବପିଢିଙ୍କ ପାଇଁ ନିଦଜନିତ ସମସ୍ଯା ସାଧାରଣ କଥା ହୋଇଗଲାଣି। ପ୍ରତିଦିନ ଭଲ ନିଦ ନ ହେଲେ ମନ-ମସ୍ତିଷ୍କ ଏବଂ ଶରୀର ଭଲ ରହେ ନାହିଁ। ବୈଜ୍ଞାନିକମାନଙ୍କ ମତରେ ବ୍ଯକ୍ତି କିଛିଦିନ ବିନା ଖାଦ୍ଯରେ ବଞ୍ଚିପାରିବ କିନ୍ତୁ ସଠିକ୍ ନିଦ୍ରା ନ ହେଲେ ଶରୀର ଉପରେ କୁପ୍ରଭାବ ପଡିବ। ନିଦ ନ ଆସିବାର ଅନେକ କାରଣ ରହିଛି। ଯେମିତିକି ଚିନ୍ତା, ସ୍ଲିପଏପ୍ରିୟା, ଟେନସନ ଇତ୍ଯାଦି। ଏହାଛଡା ନିଦ ନ ଆସିବାର ମଧ୍ୟ ବାସ୍ତୁଦୋଷ ରହିଛି।

ବାସ୍ତୁଶାସ୍ତ୍ର ମୁତାବକ, ଘରେ ଯଦି କୌଣସି ବାସ୍ତୁ ଦୋଷ ରହିଥାଏ, ତେବେ ପରିବାରର ଲୋକଙ୍କୁ ନିଦ ହୁଏନାହିଁ। ତେବେ ଆସନ୍ତୁ ଜାଣିବା ଏପରି ଦୋଷ ଥିଲେ କିପରି ଦୂର କରିବେ।

ବାସ୍ତୁ ଅନୁସାରେ ବେଡରୁମରେ ବେଡ କେବେ ବି ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ ନୁହେଁ। ଏମିତି ଥିଲେ ନିଦରେ ବାଧା ଆସିଥାଏ। ଶୋଇବା ସମୟରେ ମୁଣ୍ଡ ସବୁବେଳେ ଦକ୍ଷିଣ ଓ ପଶ୍ଚିମ ଦିଗରେ ରହିବା ଉଚିତ।

ଯେଉଁ ଲୋକଙ୍କୁ ନିଦ ସମସ୍ଯା ରହିଥାଏ ତେବେ ବେଡରୁମରେ ଆଇନା ରଖନ୍ତୁ ନୈୀଁ। ଯଦି ବେଡରୁମରେ ଆଇନା ରହିଥାଏ ତେବେ ରାତିରେ ଶୋଇବା ସମୟରେ କପଡା ଘୋଡାଇ ଦିଅନ୍ତୁ।

sleeping

ଯଦି ରାତିରେ ବାରମ୍ବାର ବାରମ୍ବାର ନିଦ ଭାଙ୍ଗେ, ତେବେ ଶୋଇବା ସମୟରେ ବେଡରୁମରେ ଦେଶୀ ଘିଅରେ ଦୀପ ଲଗାଇ ଶୁଅନ୍ତୁ। ଭଲ ନିଦ ଆସିବ।

ବାସ୍ତୁ ଅନୁଯାୟୀ କେବେ ବି ବେଡରେ ବସି ଖାଆନ୍ତୁ ନାହିଁ। ଏମିତି କରିବା ଦ୍ବାରା ନିଦ ଠିକ୍ ଭାବେ ହୋଇନଥାଏ। ବାରମ୍ବାର ନିଦ ଭାଙ୍ଗେ।
ଏହାଛଡା ବେଡରୁମରେ କେବେ ବି ଝାଡୁ ରଖନ୍ତୁ ନାହିଁ। ସବୁବେଳେ କାଠର ବେଡରେ ଶୁଅନ୍ତୁ।

Leave A Reply

Your email address will not be published.