ଘରର ମୁଖ୍ୟ ଦ୍ବାରରେ ଲଗାନ୍ତୁ ଏହି ଦୁଇଟି ଚିହ୍ନ, ନିଶ୍ଚୟ ଦୂର ହେବ ଆପଣଙ୍କର ସମସ୍ତ କଷ୍ଟ

ବାସ୍ତୁଶାସ୍ତ୍ର ବିଶେଷଜ୍ଞ ବା ବାସ୍ତୁ ବିଜ୍ଞାନ ସକରାତ୍ମକ ଏବଂ ନକରାତ୍ମକ ଶକ୍ତିର ମହତ୍ତ୍ବ ବିଷୟରେ ଉଲ୍ଲେଖ କରିଛନ୍ତି। ସକରାତ୍ମକ ଶକ୍ତି ବଢିବା ଦ୍ବାରା ଘରେ ଖୁସି ଆସିଥାଏ ଏବଂ ନକରାତ୍ମକ ଶକ୍ତି ବଢିବା ଦ୍ବାରା ଦୁଃଖ ଆସିବା ସହିତ ଘରର ସଦସ୍ୟମାନଙ୍କ ଶରୀର ଅସୁସ୍ଥ ହେବାରେ ଲାଗିଥାଏ। ଏପରି ଖରାପ ଶକ୍ତି ଘରର ବାସ୍ତୁ ଦୋଷରୁ ସୄଷ୍ଟି ହୋଇଥାଏ। ଯାହାର ଉପସ୍ଥିତି କୌଣସି ଲୋକମାନଙ୍କୁ ଅନୁମାନ ହୋଇନଥାଏ।

vastu houseବାସ୍ତୁଶାସ୍ତ୍ର ଅନୁସାରେ ଆପଣ କୌଣସି ନୂଆ ଘରେ ବା ଅଜଣା ଘରେ ନବଜାତ ଶିଶୁକୁ ନେଇ ପ୍ରବେଶ କରିବା ସମୟରେ ଘରର ମୁଖ୍ୟ ଦ୍ବାରରୁ ଭିତରକୁ ଯିବା ପରେ ଛୋଟ ଶିଶୁଟି କାନ୍ଧିଥାଏ। ତେବେ ଆପଣ ବୁଝିପାରିବେ ଏପରି ଘରେ ସୁନିଶ୍ଚିତ ବାସ୍ତୁ ଦୋଷ ରହିଛି। ଏହି ଘରର ସଦସ୍ୟମାନେ ସର୍ବଦା ନିରାଶ, ଉଦାସ ଏବଂ ଦୁଃଖରେ ରହିଥାନ୍ତି। ଏହି ଘରର ସମସ୍ୟମାନେ ମଧ୍ୟ ରୋଗରେ ପିଡ଼ୀତ ହୋଇଥାନ୍ତି। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ସରଳ ଉପାୟ କହିବୁ। ଏହି ଉପାୟ ଘରର ମୁଖ୍ୟ ଦ୍ବାର ସହିତ ଜଡ଼ିତ।

om-swastikବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ବାର ମହତ୍ୱପୂର୍ଣ୍ଣ ହୋଇଥାଏ। ଘରର ମୁଖ୍ୟ ଦ୍ବାର ଠିକ ଦିଗରେ କରିବା ସହିତ ଏହାର ରଙ୍ଗ ଉପରେ ଧ୍ୟାନ ରଖିବା ଉଚିତ, କାରଣ ଏହା ଦ୍ବାରା ଘରେ ଭଲ ବା ଖରାପ ଶକ୍ତି ପ୍ରବେଶ ହୋଇଥାଏ। ଘର କିମ୍ବା ଅଫିସରେ ବାସ୍ତୁ ଦୋଷ ରହିଥିଲେ ପ୍ରବେଶ ଦ୍ବାରର ଦୁଇ ପାଶ୍ବରେ ଓଁ ବା ସ୍ବସ୍ତିକ ଚିହ୍ନର ଷ୍ଟିକର ଲଗାନ୍ତୁ। ଏହି ଦୁଇ ଚିହ୍ନ ବାସ୍ତୁଶାସ୍ତ୍ର ଅନୁଯାୟୀ ପବିତ୍ର ହୋଇଥାଏ।

ଏହାର ଉପସ୍ଥିତିରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଏହା ବ୍ୟତୀତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରର ମୁଖ୍ୟ କବାଟ ତିଆରି କରିବା ସମୟରେ ଏହା ଘରର ଭିତରକୁ ଖୋଲିବା ପାଇଁ ଧ୍ୟାନ ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ କବାଟ ବାହାରକୁ ଖୋଲିବା ଦ୍ବାରା ନିଜ ସହିତ ଘରର ଖୁସି ମଧ୍ୟ ବାହାରକୁ ଚାଲିଯାଇଥାଏ।

You might also like