ବାସ୍ତୁଶାସ୍ତ୍ରରେ ବୁଢ଼ିଆଣୀ ଜାଲକୁ କାହିଁକି କୁହାଯାଏ ଅଶୁଭ ?

ବାସ୍ତୁଶାସ୍ତ୍ରରେ ଏପରି ଅନେକ କଥା ରହିଛି। ଆଉ ବାସ୍ତୁ ଶାସ୍ତ୍ର ଆମ ଜୀବନ ତଥା ପରିବାର ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ଘରେ ଏବଂ ବାହାରେ ଅନେକ କଥା ବିଷୟରେ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏମିତି ହିଁ ଏକ କଥା ହେଉଛି ଘରେ ବୁଢ଼ିଆଣୀ ଜାଲ ରହିବା।

ବାସ୍ତୁ ଶାସ୍ତ୍ରରେ ଘରେ ବୁଢ଼ିଆଣୀ ଜାଲ ରହିବାକୁ ଅଶୁଭ କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ବୁଢ଼ିଆଣୀ ଜାଲ ରହିଥାଏ ସେଠାରେ ଖୁବ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କାହିଁକି ବୁଢ଼ିଆଣୀ ଜାଲକୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଅଶୁଭ।

ଯଦି ଘରେ ବୁଢ଼ିଆଣୀ ଜାଲ ରହିଥାଏ ତେବେ ଘରର ସୁଖସମ୍ରୁଦ୍ଧି ନାଶ ହୋଇଥାଏ । ଏହା ନକାରତ୍ମକ ଉର୍ଜା ଜାତ କରିବା ସହ ପରିବାରରେ କଳହ ବଢ଼ାଇଥାଏ । ଧନହାନି ପ୍ରାଣପୀଢ଼ା ଭଳି ଅସୁବିଧା ଦେଖାଦେଇଥାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ବୁଢ଼ିଆଣି ଜାଲର ସଂଚରଣ ଏପରି ହୋଇଥାଏ କି ସେଥିରେ ନକାରତ୍ମକ ଉର୍ଜା ଏକତ୍ରିତ ହୋଇଯାଇଥାନ୍ତି । ଫଳରେ ଘରେ ଅଶାନ୍ତି ବଢ଼ିବା ସହ ସବୁବେଳେ ଝଗଡ଼ା ଲାଗି ରହିଥାଏ ।

ଘରେ ନକାରତ୍ମକ ଉର୍ଜାର ବାସ ଅଶାନ୍ତି, କଳହ, ରୋଗ ଏବଂ ଅନ୍ୟନ୍ୟ ସମସ୍ୟାର କାରଣ ପାଲଟିଥାଏ । ଏହା ଦ୍ବାରା ଧନହାନୀ ହେବା ସହ ରୋଜଗାରର ରାସ୍ତା କମ ହୋଇଥାଏ। ଏଣୁ ଘରେ ବୁଢ଼ିଆଣୀ ଜାଲ ଦେଖିବା ମାତ୍ରେ ତାହାକୁ ତୁରନ୍ତ ସଫା କରିବା ଦରକାର ।

Leave A Reply

Your email address will not be published.