ଶୋଇବା ସମୟରେ ବାସ୍ତୁର ଏହି ନିୟମକୁ ପାଳନ କରନ୍ତୁ, ଜୀବନରେ ସର୍ବଦା ଲାଗି ରହିବ ସୁଖ ସମୃଦ୍ଧି

ବାସ୍ତୁ ଶାସ୍ତ୍ରରେ ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ବହୁ ପ୍ରକାର ଉପଦେଶ ଦିଆଯାଇଛି । ଯାହାକୁ ଆପଣାଇ ବ୍ୟକ୍ତି ଜୀବନରେ ବହୁ ପ୍ରକାର ସମସ୍ୟାର ସମାଧାନ କରି ପାରିବେ । ଆଜି ଆସନ୍ତୁ ଜାଣିବା ଶୋଇବା ସମ୍ପର୍କିତ କିଛି ନିୟମ ସମ୍ପର୍କରେ । ରାତିରେ ଶୋଇବା ସମୟରେ କିଛି ଭୁଲ ଆମର ବହୁ ଅନଷ୍ଟ କରିଥାଏ । ସେହିପରି ଆପଣ ନିଦ ସମ୍ପର୍କିତ କିଛି ନିୟମୁକ ପାଳନ କରି ଆପଣ ଜୀବନକୁ ଖୁସିରେ ଭରି ଦେଇପାରିବେ ।

ବାସ୍ତୁ ଅନୁସାରେ ଶୋଇବା ସମୟରେ ଏହି ନିୟମକୁ କରନ୍ତୁ ପାଳନ

ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ଯେପରି ପୂର୍ବ ଦିଗକୁ ରହିବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ । ଏହି ଦିଗକୁ ମୁଣ୍ଡ ଦେଲେ ଆପଣଙ୍କ ଏକାଗ୍ରତା ବଢ଼ିବା ସହ ବହୁତ ଶୁଭ ହୋଇଥାଏ ।

ଯଦି ଆପଣ ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୋଉଛନ୍ତି, ଏହାକୁ ବି ଶୁଭ ମନାଯାଇଥାଏ । ଏହାଦ୍ୱାରା ବ୍ୟକ୍ତିର ଯଶ କୀର୍ତ୍ତୀ ବଢ଼ିଥାଏ ।

ଯଦି ଆପର ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ଶୋଉଛନ୍ତି ତେବେ ବ୍ୟକ୍ତିଙ୍କ ନକରାତ୍ମକ ବିଚାର ଦୂର ହୋଇଥାଏ ।

କେବେ ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ । କାରଣ ଏପରି କଲେ ସବୁ ପ୍ରକାର ଅସୁବିଧାର ସାମନା କରିବାକୁ ପଡ଼ିଥାଏ ।

ଯେଉଁ ବେଡ, ପଲଙ୍କ ବା ଶେଯରେ ଶୋଉଛନ୍ତି ସେ କେଉଁଠାରେ ବି ଖଣ୍ଡିଆ ହୋଇନଥିବା ଜରୁରୀ । ଏଥିସହ ବିଛଣା ମଧ୍ୟ ସଫା ରହିବା ଦରକାର ।

କେବେ ବି ଅଇଁଠା ମୁହଁରେ ଶୋଇବା କଥା ନୁହେଁ । କାରଣ ଏହାଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ । ଶୋଇବା ପୂର୍ବରୁ ଆପଣଙ୍କ ହାତ. ମୁହଁ ଓ ଗୋଡ଼ ଭଲ ଭାବେରେ ଧୁଅନ୍ତୁ ।

ବହୁତ ଲୋକ ନିଜର ସୁଖ ପାଇଁ ବସ୍ତ୍ରହିନ ହୋଇକରି ଶୋଇଥାନ୍ତି । ହେଲେ ବାସ୍ତୁ ଅନୁସାରେ ଏପରି କରିବା ଭୁଲ । କେବେ ବି ପୂର୍ଣ୍ଣ ଭାବେ ନିବସ୍ତ୍ର ହୋଇ ଶୋଇବା କଥା ନୁହେଁ ।

Leave A Reply

Your email address will not be published.