ବିବାହ ପାଇଁ ବାସ୍ତୁ ଟିପ୍ସ, ବିବାହରେ ବାଧା ଆସୁଥିଲେ ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ

ବିବାହ ବ୍ୟକ୍ତିର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଜୀବନକୁ ଏକ ନୂଆ ଦିଗ ପ୍ରଦାନ କରିଥାଏ । ହେଲେ ବେଳେ ବେଳେ ବିବାହ ସମ୍ପନରେ ବହୁତ ବାଧା ଉପୁଜି ଥାଏ । ଅନେକ ସମୟରେ ବିବାହ ଅନୁଷ୍ଠିତ ହେବାର ଶେଷ ସମୟରେ ମଧ୍ୟ ବିବାହ ଭାଙ୍ଗି ଯାଇଥାଏ । କିମ୍ବା ବିବାହ ପରେ ଠିକ ସମ୍ପର୍କ ରହିନଥାଏ । ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ ବାସ୍ତୁ ଶାସ୍ତ୍ର ମଧ୍ୟ ଆମର ସହାୟତା କରିଥାଏ । ଆସନ୍ତୁ ଜାଣିବା ବାସ୍ତୁର ଏହି ଉପାୟ ସମ୍ପର୍କରେ ।

୧. ବିବାହ ଯୋଗ୍ୟ ପୁଅଙ୍କୁ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଶୋଇବା ଉଚିତ୍‌ ନୁହେଁ ଓ ବିବାହ ଯୋଗ୍ୟା ଝିଅଙ୍କୁ ଉତ୍ତର ପଶ୍ଚିମ ଦିଗରେ ଶୋଇବା ଉଚିତ୍‌ ।

୨. ଶୋଇବା ସମୟରେ ଆପଣଙ୍କ ପାଦ ଉତ୍ତର ଓ ମୁଣ୍ଡ ଦକ୍ଷିଣ ଦିଗକୁ ନ ରଖିବା ଉଚିତ୍‌ ।

୩. ବିବାହଯୋଗ୍ୟଙ୍କ ରୁମ୍‌ କୁ ଖୋଲା ପବନ ଓ ଆଲୋକ ଆସୁଥିବା ଦରକାର । ଅନ୍ଧାର ଘରକୁ ନେଗେଟିଭ ଶକ୍ତି ଆସିଥାଏ ।

୪. ଶୋଇବା ସମୟରେ ବେଡ ଉପରେ ଗୋଲାପ ରଂଗର ଚାଦର ପକାନ୍ତୁ । ଗୋଲାପ ରଂଗ ପ୍ରେମ ଓ ରୋମାନ୍ସର ପ୍ରତିକ ଅଟେ । ଏହି ରଂଗର ଚାଦରରେ ଶୋଇଲେ ମନରେ ପ୍ରେମ ଭାବନା ବୃଦ୍ଧି ହୋଇଥାଏ ।

୫. ଯେଉଁ ଝିଅଙ୍କ ବିବାହରେ ବାଧା ଆସୁଥିବ ତାଙ୍କ ରୁମର କାନ୍ଥରେ ଗୋଲାପୀ କିମ୍ବା ଚମକଦାର ହଳଦିଆ ରଂଗ ଲଗାଇବା ଦରକାର । ଫଳରେ ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ ।

୬. ବିବାହଯୋଗ୍ୟ ପୁଅ କିମ୍ବା ଝିଅ ଶୋଉଥିବା ଘରେ ଗୋଟିଏରୁ ଅଧିକ କବାଟ ରହିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ସେମାନଙ୍କ ମନରେ ଅଶାନ୍ତି ସୃଷ୍ଟି କରିଥାଏ ।

୭.ବିବାହ ଯୋଗ୍ୟ ଝିଅ କିମ୍ବା ପୁଅ କଳା ରଂଗର ପୋଷାକ ପିନ୍ଧିବା ଉଚିତ ନୁହେଁ । କଳା ନକରାତ୍ମକ ଓ ବିପରୀତ ପ୍ରଭାବ ଉତ୍ପନ କରିଥାଏ ।

୮. ଯେଉଁ ଲୋକଙ୍କ ବିବାହରେ ସମସ୍ୟା ଆସୁଥାଏ ତାଙ୍କୁ ଘରେ କଦଳୀ ଗଛ ଲଗାଇ ପ୍ରତିଦିନ ଗଛକୁ ପୂଜା କରିବା ଉଚିତ୍‌ । କଦଳୀ ଗଛରେ ବିଷ୍ଣୁଜୀଙ୍କର ବାସ ହୋଇାଥାଏ । ଫଳରେ ସେ ବିବାହ ସମସ୍ୟାକୁ ତୁରନ୍ତ ଦୂର କରିଥାନ୍ତି ।

– ଏହି ଲେଖାରେ ଥିବା ସୂଚନା କୌଣସି ସଠିକତା ବା ବିଶ୍ୱସନୀୟତାର ପ୍ରମାଣ ଆମ ନିକଟରେ ନାହିଁ । ଏଥିପାଇଁ ବିଶେଷ ପରାମର୍ଶ ଜରୁରୀ ।

Leave A Reply

Your email address will not be published.