ବାସ୍ତୁ ଅନୁସାରେ ସଜାନ୍ତୁ ଆପଣଙ୍କର ଗାର୍ଡେନ, ସବୁଜିମା ସହ ଆସିବ ଆର୍ଥିକ ପ୍ରଗତି

ଘର ପାଖରେ ଥିବା ସବୁଜିମା ପୂର୍ଣ୍ଣ ବଗିଚା ବା ଗାର୍ଡେନ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଘରକୁ ଶାନ୍ତି ଓ ସକରାତ୍ମକ ପ୍ରଭାବ ଦେଇଥାଏ । ହେଲେ ବେଳେ ବେଳେ ଆମେ ବିନା ଚିନ୍ତାରେ ଯେଉଁ ଦିଗରେ ବି ଗାର୍ଡେନ କରିଦେଇଥାଉ । ବଡ଼ ବଡ଼ ଗଛ ମଧ୍ୟ ଯେଉଁଠି ନାହିଁ ସେଠି ଲଗାଇ ଦେଇଥାଉ ।

ହେଲେ ଏହା ଆମ ପାଇଁ ହାନିକାରକ ହୋଇଥାଏ । ଏହାର ନକରାତ୍ମକ ପ୍ରଭାବ ଆମ ଘର ଉପରେ ପଡ଼ିଥାଏ । ଆସନ୍ତୁ ଜାଣିବା ଗାର୍ଡେନ ପାଇଁ ଉପଯୁକ୍ତ ଦିଗ ଓ ବାସ୍ତୁ ଅନୁସାରେ କିପରି ହେବା ଉଚିତ୍‌ । ଯାହାକି ଆମକୁ ଏକ ସବୁଜ ପରିବେଶ ଦେବା ସହ ଘରକୁ ଆର୍ଥିକ ଲାଭ ଓ ଶାନ୍ତି ବି ଦେଇଥାଏ । ତେଣୁ ଗାର୍ଡେନ କଲାବେଳେ ଏହି ସବୁ କଥା ପ୍ରତି ଜରୁର ଧ୍ୟାନ ଦିଅନ୍ତୁ ।

୧. ବାସ୍ତୁ ଅନୁସାରେ ଗାର୍ଡେନ ବା ବଗିଚା ପାଇଁ ସବୁଠୁ ଉପଯୁକ୍ତ ଦିଗ ହେଉଛି ପୂର୍ବ କିମ୍ବା ଉତ୍ତର । ଏହି ଦିଗରେ ଗାର୍ଡେନ ହେଲେ ଘରକୁ ସକରାତ୍ମକ ଶକ୍ତି ଆସିଥାଏ ।

୨. ଘରର ବଗିଚାରେ ଅତି ବଡ଼ ବଡ଼ ଗଛ ଲଗାନ୍ତୁ ନାହିଁ । ଏହା ଘରୁକ ଆସୁଥିବା ସକରାତ୍ମକ ଶକ୍ତିକୁ ରୋକିଥାଏ ।

୩. ବଗିଚାକୁ ଯିବା ଆସିବା ରାସ୍ତା ସର୍ବଦା ସଫା ରଖନ୍ତୁ । ରାସ୍ତାରେ ଗଛ ରଖନ୍ତୁ ନାହିଁ ।

୪. ବଗିଚାରେ କାକ୍‌ଟସ ଭଳି କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ । ହେଲେ ଗୋଲାପ ଭଳି ଫୁଲ ସହ କଣ୍ଟା ଗଛ ଲଗାଇ ପାରିବେ ।

୫. ଫଳଦାୟୀ ଗଛ ଲଗାଇବା ପାଇଁ ଠିକ୍‌ ଦିଗ ପୂର୍ବ । ବଡ଼ ଗଛ ପାଇଁ ଦକ୍ଷିଣ ଦିଗ ଉପଯୁକ୍ତ ।

୬. ବୋନସାଇ ଗଛ ମଧ୍ୟ ଲଗାନ୍ତୁ ନାହିଁ । ଏହା ବିକାଶରେ ବାଧା ଉପୁଜାଇଥାଏ ।

୭. ବଗିଚାର କାନ୍ଥ ଉପରେ ଗମଲାରେ ଗଛ କିମ୍ବା ଲତା ଗଛ ଲଗାନ୍ତୁ ନାହିଁ । ଏହା ଆର୍ଥିକ ବୋଝ ବଢ଼ାଇଥାଏ ।

୮. ଭଲ ସୁଗନ୍ଧ ବାଲା ଫୁଲ ଗଛ ଲଗାନ୍ତୁ, ଏହା ସକରାତ୍ମକ ଶକ୍ତି ଦେବ ।

୯. ବଗିଚାକୁ ମଝିରେ ମଝିରେ ସଫା କରନ୍ତୁ । ବଗିଚାରେ ଥିବା ସୁଖିଲା ପତ୍ର ଓ ଗଛ ନେଗେଟିଭ ଶକ୍ତି ପ୍ରଦାନ କରିଥାଏ ।

୧୦.  ଯଦି ବଗିଚାରେ ଓ୍ଵାଟର ଫାଉଣ୍ଟେନ ଲଗାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସବୁଠୁ ଉପଯୁକ୍ତ ଦିଗ ଉତ୍ତର ।

          ବି.ଦ୍ର : ଉକ୍ତ ଆଲେଖ୍ୟରେ ଥିବା ତଥ୍ୟର କୌଣସି ସଠିକତା ଉପରେ ଗ୍ୟାରେଣ୍ଟି ନାହିଁ । ଏହା କେବଳ ବିଭିନ୍ନ ଗ୍ରନ୍ଥରୁ ସଂଗୃହିତ ତଥ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.