ଘରେ ଯଦି ସୁଖ, ସମୃଦ୍ଧି ଓ ଖୁସି ଚାହୁଁଥାନ୍ତି ଭୁଲ୍‌ରେ ବି ରୋଷେଇ ଘରେ ରଖନ୍ତୁ ନାହିଁ ଏହି ଜିନିଷ

ଘର ମଧ୍ୟରେ ରୋଷେଇ ଘର ବହୁତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହୋଇଥାଏ । ରୋଷେଇ ଘର ମା’ ଅନ୍ନପୂର୍ଣ୍ଣାଙ୍କ ସ୍ଥାନ ହୋଇଥାଏ । ଯାହାଦ୍ୱାରା ଆପଣ ସୁଖ, ସମୃଦ୍ଧି ଓ ଖୁସି ପାଇଥାନ୍ତି । ହେଲେ ବାସ୍ତୁ ଶାସ୍ତ୍ର କହିଥାଏ ଯଦି ଆପଣ ରୋଷେଇ ଘରେ କିଛି କଥା ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ନକରାତ୍ମକ ପ୍ରଭାବ ବଢ଼ିବାକୁ ଲାଗିଥାଏ ।

ଏହାର ପ୍ରଭାବ ଗୃହିଣୀଙ୍କ ସହ ଅନ୍ୟ ସମସ୍ତଙ୍କ ଉପରେ ପଡ଼ିଥାଏ । ବାସ୍ତୁରେ ଏମିତି କିଛି ଜିନିଷ ସମ୍ପର୍କରେ କୁହାଯାଇଛି ଯାହା ରୋଷେଇ ଘରେ ରହିବା ଉଚିତ୍‌ ନୁହେଁ । ଏହି ଜିନିଷ ରୋଷେଇ ଘରେ ରହିଲେ ଆପଣଙ୍କ ଘରର ସୁଖ, ଶାନ୍ତି ଓ ଖୁସି ନଷ୍ଟ ହୋଇଥାଏ । ତେଣୁ ରୋଷେଇ ଘରେ ଏହି ସବୁ ଜିନିଷ ରଖନ୍ତୁ ନାହିଁ ।

ରୋଷେଇ ଘରେ ମେଡ଼ିସିନ୍‌ :

ରୋଷେଇ ଘରେ କାମ କରୁଥିବା ବେଳେ କଟା ପୋଡ଼ା ପାଇଁ ସମସ୍ତେ ଅଳ୍ପ ବହୁତ ମେଡିସିନ୍‌ ରଖିଥାନ୍ତି । ହେଲେ ବାସ୍ତୁ ଶାସ୍ତ୍ର କହିଥାଏ ରୋଷେଇ ଘରେ କେବେ ବି ମେଡିସିନ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ଆକସ୍ମିକ ଖର୍ଚ୍ଚ ବଢ଼ିବା ସହ ଘର ସଦସ୍ୟ ରୋଗରେ ପଡ଼ିବା ଆଶଙ୍କା ରହିଥାଏ ।

flour
p.c : amarujala.com

ଫ୍ରିଜରେ ଦଳା ଯାଇଥିବା ଅଟା :

ଅଧିକାଂଶ ସମୟରେ ଲୋକେ ସମୟ ବଞ୍ଚାଇବା ପାଇଁ ରାତିରେ ଅଟା ଦଳି ଫ୍ରିଜରେ ରଖିଥାନ୍ତି । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏହାଦ୍ୱାରା ଶନି ଓ ରାହୁ ଗ୍ରହଙ୍କ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଆପଣଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

kitchen
p.c : amarujala.com

ଜୋତା ଚପଲ :

ରୋଷେଇ ଘରେ ଏମିତିରେ କେହି ତ ଜୋତା ଚପଲ ରଖନ୍ତି ନାହିଁ । ହେଲେ ବହୁବାର ଦେଖାଯାଇଛି ଯେ ରୋଷେଇ ଘରେ ଚପଲ ପିନ୍ଧି କାମ କରିଥାନ୍ତି । ଫଳରେ ଘରେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଏହାଛଡ଼ା ଜୋତା ଚପଲରେ ଆସୁଥିବା ଜୀବାଣୁ ରୋଗ ସଂକ୍ରମଣର କାରଣ ହୋଇଥାଏ ।

utensil
p.c : amarujala.com

ଭଙ୍ଗା ଓ ଫଟା ବାସନ :

ବହୁବାର ଆମେ ଅଳ୍ପ ଫାଟି ଯାଇଥିବା କିମ୍ବା ଭାଙ୍ଗି ଯାଇଥିବା ବାସନକୁ ରୋଷେଇ ଘରେ ରଖିଥାଉ । ହେଲେ ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । କୁହାଯାଏ ଏହାଦ୍ୱାରା ଘରର ମୁଖିଆଙ୍କ ଉପରେ କରଜ ଓ ପରିବାରରେ ମତଭେଦ ସୃଷ୍ଟି କରିଥାଏ । ତେଣୁ ବାସ୍ତୁ ଅନୁଯାୟୀ ଭଙ୍ଗା ଓ ଫଟା ବାସନ ରୋଷେଇ ଘରେ ରଖନ୍ତୁ ନାହିଁ ।

Leave A Reply

Your email address will not be published.