ବେଲଣା କାଠି-ବେଲଣା ପେଡିରେ ରହିଛି ଘରର ସୁଖ ସମୃଦ୍ଧି, ଜାଣନ୍ତୁ ବାସ୍ତୁ ନିୟମ କ’ଣ କୁହେ

ସାଧାରଣତଃ ସମସ୍ତଙ୍କ ଘରେ ରୁଟି ତିଆରି କରିବା ପାଇଁ ବେଲଣା ପେଡି ଓ କାଠିର ବ୍ୟବହାର କରାଯାଇଥାଏ । ହେଲେ ଆପଣ ଜାଣନ୍ତି କି ବାସ୍ତୁରେ ଅନ୍ୟ ବସ୍ତୁ ଛଡା ବେଲଣା ଓ ଏହାର କାଠିକୁ ନେଇ ରହିଛି କିଛି ନିୟମ । ଯାହାକୁ ପାଳନ କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ବାସ୍ତୁ ନିୟମ ଅନୁଯାୟୀ ବେଲଣା ଓ କାଠି କିଣିବା ବେଳେ ଛୋଟ ଭୁଲ ବି ପରିବାରରେ ସମସ୍ୟା ବଢ଼ାଇ ଦେଇପାରେ । ବେଲଣା ଓ କାଠି କିଣିବା ବେଳେ ବା ଏହାର ବ୍ୟବହାର ବେଳେ କେଉଁ ଭୁଲରୁ ବଂଚିବା ଦରକାର । ଜାଣନ୍ତୁ ବେଲଣା ପେଡି ଓ କାଠି ସହ ଜଡିତ କିଛି ବାସ୍ତୁ ନିୟମ ।

ବେଲଣା ପେଡି ଓ କାଠି କିଣିବାର ଶୁଭ-ଅଶୁଭ ଦିନ

ବାସ୍ତୁ ଶାସ୍ତ୍ରରେ ଯେପରି କପଡ଼ା, ବାସନ, ଝାଡୁ, ସୁନା-ରୁପା ଓ ଅନ୍ୟ ଜିନିଷ କିଣିବାରେ ଶୁଭ-ଅଶୁଭ ଦିନ ନିର୍ଦ୍ଧାରିତ କରାଯାଇଛି । ସେହିପରି ବେଲଣା ପେଡି ଓ କାଠି କିଣିବା ପାଇଁ ବୁଧବାର ଦିନକୁ ସବୁଠୁ ଶୁଭ ଦିନ ଭାବେ କୁହାଯାଇଛି । ଏହାଛଡା ଆପଣ ଅନ୍ୟ ଦିନରେ ବି ଏହାକୁ କିଣି ପାରିବେ । ହେଲେ ମଙ୍ଗଳବାର ଓ ଶନିବାର ଦିନ ବେଲଣା ପେଡି ଓ ବେଲଣା କାଠି କିଣିବା ମନା । ଏହି ଦିନ କିଣିଲେ ଘରେ ଅଶୁଭ ହୋଇଥାଏ ।

ବେଲଣା ପେଡି ଓ କାଠି ସହ ଜଡିତ ଏପରି ଭୁଲରେ ଆସିପାରେ ନକରାତ୍ମକତା

ଭୁଲରେ ବି ଭାଙ୍ଗିଥିବା ବେଲଣା ପେଡି ଓ କାଠି ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା କଳହ ଓ ଅସୁବିଧା ବଢ଼ିପାରେ ।

ବେଲଣା ଓ କାଠିକୁ ବ୍ୟବହାର ପରେ ପ୍ରତି ଥର ସଫା କରନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଅପରିସ୍କାର ବେଲଣା ଓ କାଠି ବ୍ୟବହାର ଦ୍ୱାରା ଘରେ ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିପାରେ ।

ରୁଟି ବେଲିବା ବେଳେ ସର୍ବଦା ସଫା ସୁତର ସ୍ଥାନରେ ବେଲଣା ପେଡି ରଖିବା ଉଚିତ୍‌ । ଅଇଁଠା ବାସନ କିମ୍ବା ଅପରିସ୍କାର ସ୍ଥାନରେ ଏହାକୁ ରଖନ୍ତୁ ନାହିଁ । ଏହାକୁ ଓଲଟା କରି କିମ୍ବା ଶସ୍ୟ ଉପରେ ରଖନ୍ତୁ ନାହିଁ ।

ବାସ୍ତୁ ଅନୁସାରେ ଏହି କଥାର ବିଶେଷ ଧ୍ୟାନ ରଖିବା କଥା ଯେ ରୁଟି ବେଲିବା ସମୟରେ ବେଲଣାରୁ ଆବାଜ ଆସିବା କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.